ETV Bharat / science-and-technology

ସବୁଠୁ ଶସ୍ତା 4G ଫୋନ, ଲଞ୍ଚ ହେଲା Jio Bharat V2 ଫୋନ

author img

By

Published : Jul 4, 2023, 10:22 AM IST

ଭାରତରେ ଏପର୍ଯ୍ୟନ୍ତ 250 ନିୟୁତ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଛନ୍ତି ଯେଉଁମାନେ 2G ଯୁଗରେ ଅଟକି ରହିଛନ୍ତି। ସେମାନେ ବର୍ତ୍ତମାନ ଇଣ୍ଟରନେଟର ବେସିକ ସୁବିଧା ଉଠାଇପାରିବେ। ଲଞ୍ଚ ହୋଇଛି ସବୁଠାରୁ ଶସ୍ତା 4ଜି ଫୋନ । ଅଧିକ ପଢ଼ନ୍ତୁ

Jio Bharat V2
Jio Bharat V2

ହାଇଦ୍ରାବାଦ: ସୋମବାର ରିଲାଏନ୍ସ ଜିଓ ଭାରତର ସବୁଠାରୁ ଶସ୍ତା 4G ଫୋନ୍ ଲଞ୍ଚ କରିଛି । ଜିଓ ଭାରତ ଭି2 ନାମକ ଏକ ଫୋନକୁ ବଜାକୁ ଛାଡ଼ି ଥିବା ବେଳେ ଏହାର ମୂଲ୍ୟ ମାତ୍ର 999 ଟଙ୍କା ରଖାଯାଇଛି । କମ୍ପାନୀ କହିଛି ଯେ, ଏହା ଏକ ବେସିକ ଫିଚର ଫୋନ୍, ଯାହାର ବିଶେଷ କଥା ହେଉଛି ଏଥିରେ ଇଣ୍ଟରନେଟ୍ ବ୍ୟବହାର କରାଯାଇପାରିବ । ଜିଓ ଭାରତ ଭି2 ଜରିଆରେ 10 କୋଟିରୁ ଅଧିକ 2ଜି ଗ୍ରାହକଙ୍କୁ ଆକୃଷ୍ଟ କରିବା ନେଇ କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଖୁବଶୀଘ୍ର 2G ଫିଚର ଫୋନର ସ୍ଥାନ 4G ଭାରତ ସିରିଜ ନେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହି ସୁବିଧା ରହିଛି: ଜିଓ ଭାରତ ଭି2 ଫୋନର ଓଜନ 71 ଗ୍ରମ ରହିଥିବା ବେଳେ ଏହା 4G ନେଟଓ୍ବର୍କରେ କାମ କରିବ। ଏପରିକି ଏଥିରେ ଏଚଡି ଭଏସ କଲିଂ, ଏଫଏମ ରେଡିଓ ଏବଂ 128 ଜିବିର ଏସଡି ମେମୋରି କାର୍ଡ ରହିଛି । 4.5 ସେମିର ଟିଏପଟି ସ୍କ୍ରିନ୍‌, 0.3 ମେଗାଫିକ୍ସଲ କ୍ୟାମେରା, 3.5 ଏମଏମର ହେଡଫୋନ ଜ୍ୟାକ, 1000MAh ବ୍ୟାଟେରି ସହ ଚର୍ଚ୍ଚର ସୁବିଧା ରହିଛି। ଏହାର ସହ ୟୁପିଆଇ କାରବାର ନେଇ ମଧ୍ୟ ସୁବିଧା ରହିଛି । ଗ୍ରାହକମାନେ ଜିଓ ପେ ଜରିଆରେ ୟୁପିଆଇ କାରବାର କରିପାରିବେ । ଏହା 22ଟି ଭାଷାରେ କାମ କରିବ ।

ଏହା ମଧ୍ୟ ପଢନ୍ତୁ: ଆଜି ଲଞ୍ଚ ହେବେ Motorola razr 40 Series, ଜାଣନ୍ତୁ କେତେ ରହିବ ଦାମ

ବଜାରରେ ଯେତେ ସବୁ ଫୋନ ରହିଛି ସେଥିମଧ୍ୟରୁ ଜିଓ ଭାରତ V2 ଫୋନର ଦାମ ସବୁଠାରୁ କମ ରହିଛି । ତେବେ ଏହାର ମୂଲ୍ୟ ସୁଲଭ ରହିଛି ଯାହାକି ଗରୀବଙ୍କୁ ସୁହାଇବ ବୋଲି ଆଶା କରାଯାଉଛି । ଏହାର ଦାମ ମାତ୍ର 999 ଟଙ୍କା ରଖାଯାଇଥିବା ବେଳେ ଏହାର ମାସିକ ପ୍ଲାନ ମଧ୍ୟ ସବୁଠାରୁ ଶସ୍ତା ରହିଛି । ମାତ୍ର 123 ଟଙ୍କାରେ 28 ଦିନର ଭାଲିଡିଟି ପାଇ ପାରିବେ ୟୁଜର୍ସ । ଏହାସହ ମାସକୁ 14 ଜିବି ଡାଟା ବି ମିଳିବ । ଏହାସହ ୟୁଜର୍ସ ଚାହିଁଲେ ଜଣେ ବାର୍ଷିକ ପ୍ଲାନ ମଧ୍ୟ ସୁଲଭ ଦରରେ ନେଇପାରିବେ । ଜିଓ ଭାରତ ଭି2ର ବାର୍ଷିକ ପ୍ଲାନ୍‌ 1234 ଟଙ୍କା ରଖାଯାଇଛି । ପ୍ରକାଶଥାଉକି, 2023 ଜୁଲାଇ 7 ତାରିଖରେ ଜିଓ ଭାରତ ଭି2ର ବେଟା ଭର୍ସନ ପରୀକ୍ଷଣ କରାଯିବା ନେଇ ଜିଓ ପକ୍ଷରୁ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: World's First Electric Flying Car: ରାସ୍ତାରେ ଚାଲିବ ଆକାଶରେ ଉଡିବ, ଏହି ଦେଶରେ ମିଳିଲା ଅନୁମତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.