ETV Bharat / science-and-technology

World's First Electric Flying Car: ରାସ୍ତାରେ ଚାଲିବ ଆକାଶରେ ଉଡିବ, ଏହି ଦେଶରେ ମିଳିଲା ଅନୁମତି

author img

By

Published : Jul 1, 2023, 10:08 AM IST

Updated : Jul 1, 2023, 10:22 AM IST

ବିଶ୍ବର ପ୍ରଥମ ଉଡ଼ନ୍ତା କାରକୁ ମିଳିଲା ଆମେରିକା ସରକାରଙ୍କ ଅନୁମତି । ଥରେ ଚାର୍ଜ କଲେ ଚାଲିବ ୧୭୭ କିମି । ଅଧିକ ପଢନ୍ତୁ

Worlds First Electric Flying Car
Worlds First Electric Flying Car

ଓ୍ବାଶିଂଟନ: ଏଣିକି ଆକାଶରେ ଉଡିବ ବୈଦ୍ୟୁତିକ କାର । ଆଉ ରହିବନି ଟ୍ରାଫିକ ସମସ୍ୟା । ଆକାଶରେ କାର ଉଡିବା ଏକ କଳ୍ପନା ମାତ୍ର । କିନ୍ତୁ ବର୍ତ୍ତମାନ ଏହା ବାସ୍ତବରେ ପରିଣତ ହେବାକୁ ଯାଉଛି । କାଲିଫର୍ଣ୍ଣିଆର ଆଲିଫ୍ ଏରୋନଟିକ୍ସ କମ୍ପାନୀ ଏହାର ଇଲେକ୍ଟ୍ରିକ୍‌ ଭର୍ଟିକାଲ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂର ମଡେଲର 'Alef Model A' ନାମକ ଏକ କାର୍ ନିର୍ମାଣ କରିଛି । ଏହାକୁ ତିଆରି କରିବା ପାଇଁ 2015 ମସିହାରୁ କମ୍ପାନୀ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଥିବା ବେଳେ 7 ବର୍ଷ ପରେ ଅର୍ଥାତ ଗତ ବର୍ଷ ଅକ୍ଟୋବର ମାସରେ କମ୍ପାନୀ ଏହାର ପ୍ରୋଟୋଟାଇପର ଖୁଲାସା କରିଥିଲା ​​। ଏଥିସହ ଘୋଷଣା କରିଥିଲା ​​ଯେ 2025 ସୁଦ୍ଧା ଏହି କାର ବଜାରରେ ଲଞ୍ଚ ହୋଇପାରିବ । ତେବେ ବର୍ତ୍ତମାନ ବିଶ୍ବର ପ୍ରଥମ ଉଡନ୍ତା କାରକୁ ଆମେରିକା ସରକାରଙ୍କ ଅନୁମତି ମିଳିଛି ।

ଆମେରିକୀୟ ଅଟୋମୋଟିମ ଆଣ୍ଡ ଆଭିଏସନ କମ୍ପାନି ଆଲେଫ ଏରୋନଟିକ୍ସକୁ ଆମେରିକୀୟ ସଂଘୀୟ ବିମାନନ ପ୍ରଶାସନ(ଏଫଏଏ) ପକ୍ଷରୁ ଉଡାଣ ପାଇଁ ଔପଚାରିକ ପ୍ରମାଣପତ୍ର ମିଳିଛି । ବିମାନ କମ୍ପାନୀ ଏରୋଲ ସେଣ୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ବର୍ତ୍ତମାନ ଏହାର ଅବତରଣ ଏବଂ ଟେକ୍ ଅଫ୍ ପଲିସି ଉପରେ କାର୍ଯ୍ୟ କରୁଛି । ଏହା ବ୍ୟତୀତ ଏହାର ଭୂମି ଭିତ୍ତିଭୂମି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଲେଫର ସ୍ପେଶାଲ ଏୟାରୱର୍ଥେସନ ସାର୍ଟିଫିକେଟରେ କିଛି ସୀମା ସ୍ଥିର କରାଯାଇଛି, ଏହାର ଉଡ଼ାଣ ସ୍ଥାନରେ ହିଁ ଏହା ଉଡିପାରିବ ।

ଥରେ ଚାର୍ଜ କଲେ ଏତିକି କିଲୋମିଟର ଚାଲିପାରିବ: ଆଲେଫ୍ ମଡେଲ୍ କାର ରାସ୍ତାରେ ମଧ୍ୟ ଚାଲିପାରିବ । ଏଥି ସହିତ, ଟ୍ରାଫିକ୍ କ୍ଷେତ୍ରରେ ଏହା ଟ୍ରାଫିକ୍ ଉପରେ ମଧ୍ୟ ଉଡ଼ାଯାଇପାରିବ । ଏଥିପାଇଁ 200 କିଲୋମିଟର ଦୂରତା ଅତିକ୍ରମ କରିବାକୁ ଦାବି କରାଯାଉଥିବାବେଳେ ଏହାର ଉଡ଼ାଣ ସୀମା 177 କିଲୋମିଟର ପର୍ଯ୍ୟନ୍ତ ରହିବ । ଏହାର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହା ଭବିଷ୍ୟତର ଉଡ଼ନ୍ତା ଯାନ ପରି ହେବ ଏବଂ ଏହା ସମ୍ପୂର୍ଣ୍ଣ ରୂପେ ବୈଦ୍ୟୁତିକ ହେବ । ଏହି କାରଟି 8ଟି ପପଲର୍ ଲଗାଯାଇଛି । ଯାହା କାରର ଭିତର ଭାବେ ସଂଯୁକ୍ତ ହୋଇଛି । ଏହି କାର ବର୍ତ୍ତମାନ କେବଳ ଜଣେ କିମ୍ବା ଦୁଇଜଣ ଯାତ୍ରୀଙ୍କୁ ନେଇପାରିବ । କିନ୍ତୁ ପରବର୍ତ୍ତୀ ସମୟରେ ଏହାର ସଂଖ୍ୟାକୁ ବଢାଯିବ ବୋଲି ସୂଚନା ମିଳିଛି । ଏହି କାର ଥରେ ଚାର୍ଜ ହେଲେ ୩୨୨ କିମି ରାସ୍ତାରେ ଚାଲିପାରିବ ଏବଂ ୧୭୭ କିମି ଉଡ଼ିପାରିବ ।

ଏହା ମଧ୍ୟ ପଢନ୍ତୁ: WhatsApp video calling: ଭିଡିଓ କଲିଂ ପାଇଁ ହ୍ବାଟ୍ସଆପ୍‌ ଆଣିଲା ନୂଆ ଫିଚର, ମିଳିବ ଏହି ସୁବିଧା

ଏତିକି ଟଙ୍କା ରହିଛି ଏହି କାରର ମୂଲ୍ୟ: ଏହି କାର୍ ତିଆରି କରିଥିବା କମ୍ପାନୀ ଆଲେଫ୍ ଦାବି କରିଛି ଯେ, ବର୍ତ୍ତମାନ ଅନେକ କମ୍ପାନି ପ୍ରି ଅର୍ଡର କରିଛନ୍ତି । କମ୍ପାନୀ ପକ୍ଷରୁ ମଧ୍ୟ ଅର୍ଡର ରଖିବା ଆରମ୍ଭ କରାଯାଇଥିବା ନେଇ ମଧ୍ୟ ସୂଚନା ଦିଆଯାଇଛି । 150 ଆମେରିକୀୟ ଡଲାରର ସାଧାରଣ ବୁକିଂ ପାଇଁ ହୋଇଥିବାବେଳେ ପ୍ରାଥମିକ ବୁକିଂ ପାଇଁ 1500 ଆମେରିକୀୟ ଡଲାର ଟୋକେନ୍ ରାଶି ରଖାଯାଇଛି। ଏହି ଫ୍ଲାଇଙ୍ଗ କାର ପାଇଁ କମ୍ପାନୀ 2,99,999 ଡଲାର (ଭାରତୀୟ ମୂଲ୍ୟରେ ପ୍ରାୟ 2.46 କୋଟି ଟଙ୍କା)ରେ ଏହାକୁ ଲଞ୍ଚ କରିପାରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 1, 2023, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.