ETV Bharat / science-and-technology

ଆଇଫୋନ ନୁହେଁ ଏହି କମ୍ପାନୀର ସ୍ମାର୍ଟଫୋନ ଧରନ୍ତି ବିଲ ଗେଟ୍ସ

author img

By

Published : May 26, 2022, 1:44 PM IST

ଆଇଫୋନ ନୁହେଁ ଏହି Android ସ୍ମାର୍ଟଫୋନ ଧରନ୍ତି ବିଲ ଗେଟ୍ସ
ଆଇଫୋନ ନୁହେଁ ଏହି Android ସ୍ମାର୍ଟଫୋନ ଧରନ୍ତି ବିଲ ଗେଟ୍ସ

ବିଶ୍ବର ସଫଳ, ବ୍ୟସ୍ତବହୁଳ ବ୍ୟବସାୟୀଙ୍କ ମଧ୍ୟରେ ରୁହନ୍ତି ବିଲ୍‌ ଗେଟ୍ସ । ସେ ନିଶ୍ଚିତ ଭାବରେ ଦିନକୁ ଅନେକ କାମ କରିବା ସହିତ ଏକାଧିକ ଫୋନ କଲ୍‌ ଉଠାଉଥିବେ । ତେବେ ସେ କୌଣସି ଦାମୀ ଫୋନ୍‌ର ବ୍ୟବହାର କରନ୍ତି ନାହିଁ, ସାଧାରଣା ସାମସଙ୍ଗ କମ୍ପାନୀର ସ୍ମାର୍ଟଫୋନ ବ୍ୟବହାର କରନ୍ତି । ଅଧିକ ପଢନ୍ତୁ

ସାନ ଫ୍ରାନ୍ସିକୋ: ବିଶ୍ବର ଜଣେ ବ୍ୟସ୍ତ ବହୁଳ ବ୍ୟକ୍ତିବିଶେଷ ସହିତ ପ୍ରତିଦିନ ଅନେକ ପ୍ରକାର ବ୍ୟବସାୟ ସମ୍ଭାଳୁଥିବା ବ୍ୟକ୍ତି ହେଉଛନ୍ତି ବିଲ ଗେଟ୍ସ । ତାଙ୍କୁ ପ୍ରତିଦିନ ଏକାଧିକ ଫୋନକଲ୍‌ ଆସୁଥିବାବେଳେ ବେଳେ ସେ ପାୱାରଫୁଲ ସ୍ମାର୍ଟଫୋନର ଆବଶ୍ୟକ କରନ୍ତି । ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ ଗେଟ୍ସ ନିଜ ସ୍ମାର୍ଟଫୋନ ସମ୍ପର୍କରେ ଖୁଲାସା କରିଛନ୍ତି । ସେ କୌଣସି ଆଇଫୋନ କିମ୍ବା ମାଇକ୍ରୋସଫ୍ଟ କମ୍ପାନୀର ଫୋନ ବ୍ୟବହାର କରନ୍ତି ନାହିଁ, ବରଂ ସାମସଙ୍ଗ କମ୍ପାନୀର ଏକ ଫୋନକୁ ବ୍ୟବହାର କରିଥାନ୍ତି ।

ସାମସଙ୍ଗ ଗାଲାକ୍ସି ଜେଡ୍‌ ଫୋଲ୍ଡ 3
ସାମସଙ୍ଗ ଗାଲାକ୍ସି ଜେଡ୍‌ ଫୋଲ୍ଡ 3

ବିଲ ଗେଟ୍ସ କୋରିଆନ ବ୍ରାଣ୍ଡ୍‌ର ସାମସଙ୍ଗ ଗାଲାକ୍ସି ଜେଡ୍‌ ଫୋଲ୍ଡ 3( Samsung Galaxy Z Fold 3) ସ୍ମାର୍ଟଫୋନର ବ୍ୟବହାର କରନ୍ତି । ଏହା ଏକ ଫୋଲ୍ଡେବେଲ ହ୍ୟାଣ୍ଡସେଟ(foldable handset) ହୋଇଥିବା ବେଳେ ଏଥିରେ ଏକାଧିକ(multitasking) କାମ କରିଥାଏ । ବିଲ୍‌ ଗେଟ୍ସ ଏକ ସୋସିଆଲ ନ୍ୟୁଜ ୱେବସାଇଟର ବିତର୍କରେ ଯୋଗଦେଇ ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି । ବିଲ ଗେଟ୍ସ କେଉଁ ଫୋନ ବ୍ୟବହାର କରନ୍ତି ବୋଲି ୟୁଜର୍ସ ଜଣକ ତାଙ୍କୁ ପ୍ରଶ୍ନ କରିଥିଲେ।

ସେ ଏହାର ଉତ୍ତରରେ କହିଥିଲେ ଯେ, " ମୁଁ Android Galaxy Z Fold3 ବ୍ୟବହାର କରୁଛି । ଏହାସହ ମୁଁ ଭିନ୍ନ ଭିନ୍ନ ସ୍ମାର୍ଟଫୋନର ବ୍ୟବହାର କରେ। ସାମସଙ୍ଗର ଏହି ସେଟ୍‌କୁ ଲାପଟପ୍‌ ପିସି ଭାବେ ବ୍ୟବହାର କରେ । " ବିଲ ଗେଟ୍ସ ଏହି ଉତ୍ତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାରଣ ସାମସଙ୍ଗର ଏହି ଫୋନରେ ଅନେକ ପ୍ରକାର ସୁବିଧା ରହିଛି । ଏଥିରେ S-pen ଥିବାରୁ ଏହା ଦ୍ରୁତ ଭାବେ କାର୍ଯ୍ୟ କରିଥାଏ ।

ମାତ୍ର ବିଲ୍‌ ଏହାକୁ କେବଳ ଲାପଟପ୍‌ ପାଇଁ ବ୍ୟବହାର କରୁଥିବାରୁ ଏହି ଉତ୍ତରରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ତେବେ ସୂଚନା ଥାଉ କି ମାଇକ୍ରୋସଫ୍ଟ ଓ ସାମସଙ୍ଗ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ଏହି 2 ବ୍ରାଣ୍ଡ୍‌ ବିଶ୍ବର ଟେଲିକମ୍ୟୁନିକେସନ(Telecommunication) କମ୍ପାନୀରେ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି । ମାଇକ୍ରୋସଫ୍ଟ ଓ ସାମସଙ୍ଗ ଫୋନରେ ଡାଉନଲୋଡ଼ ଥିବା କିଛିଟା ଆପ୍ଲିକେସନ ମଧ୍ୟ ସମାନ ରହିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.