ETV Bharat / science-and-technology

iPhone ୟୁଜର୍ସ ଆସନ୍ତା ସପ୍ତାହରୁ ପାଇବେ 5G software

author img

By

Published : Nov 2, 2022, 9:45 PM IST

ଏହି ୟୁଜର୍ସ ଆସନ୍ତା ସପ୍ତାହରୁ ପାଇବେ Apple iPhone 5G software
ଏହି ୟୁଜର୍ସ ଆସନ୍ତା ସପ୍ତାହରୁ ପାଇବେ Apple iPhone 5G software

ଆସନ୍ତା ସପ୍ତାହରୁ ଆପଲ୍ ଆଇଫୋନରେ ଆରମ୍ଭ ହେବ 5G କନେକ୍ସନ । ପ୍ରଥମ ପର୍ଯ୍ୟାୟରେ ସେବା ପାଇବେ ବିଟା ସଫ୍ଟୱେୟାର ପ୍ରୋଗ୍ରାମ୍ ଉପଭୋକ୍ତା(iPhone users to get 5G software updates next week for Beta Software programme users) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଆପଲ୍ ଆଇଫୋନରେ ଆରମ୍ଭ ହେବ 5G କନେକ୍ସନ । ଭାରତ 5G ଯୁଗରେ ପ୍ରବେଶ କରିବା ପରେ ଆପଲ୍ iOS 16 Beta ସଫ୍ଟୱେର୍ ପ୍ରୋଗ୍ରାମରେ ଏହି ସେବା ସଂଯୋଗ କରିବା ନେଇ ଆଜି(ନଭେମ୍ବର 2)ରେ ଘୋଷଣା ହୋଇଛି(Apple to launch iOS 16 5G Beta for iPhone users in India next week) । ତେବେ ଏହି ସେବା ପ୍ରାଥମିକ ପର୍ଯ୍ୟାୟରେ ସମସ୍ତଙ୍କ ଉପଲବ୍ଧ ହେବ ନାହିଁ, ଦେଶର ମନୋନୀତ କେତେକ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା ହୋଇଛି ।

ଆପଲ୍ ଅନୁଯାୟୀ, ଆପଲ୍ ଏୟାରଟେଲ୍ ଏବଂ ଜିଓ ଗ୍ରାହକ ଯେଉଁମାନେ iOS 16 ବିଟା ସଫ୍ଟୱେର୍ ପ୍ରୋଗ୍ରାମରେ ଅଂଶଗ୍ରହଣ କରନ୍ତି ସେମାନେ ଡିସେମ୍ବର ମାସରେ ସର୍ବସାଧାରଣରେ ଉପଲବ୍ଧ ହେବା ପୂର୍ବରୁ 5G ସେବା ପାଇପାରିବେ । ବିଟା ପ୍ରୋଗ୍ରାମ୍ ଉପଭୋକ୍ତାମାନଙ୍କୁ ପ୍ରି-ରିଲିଜ୍ ସଫ୍ଟୱେର୍ ଟ୍ରାଏ କରିବାକୁ ଏବଂ ସଫ୍ଟୱେର୍ ସର୍ବସାଧାରଣରେ ଉପଲବ୍ଧ ହେବା ପୂର୍ବରୁ ସର୍ବଶେଷ ଫିଚର୍ସଗୁଡିକ ବ୍ୟବହାର କରିବାକୁ ଦେଇଥାଏ ।

ଗତ ମାସରେ, ଆପଲ୍ କହିଛି ଯେ, ନେଟୱାର୍କର ବୈଧତା ଏବଂ ଗୁଣାବତ୍ତା ଏବଂ କାର୍ଯ୍ୟଦକ୍ଷତା ପାଇଁ ପରୀକ୍ଷା ସମାପ୍ତ ହେବା ମାତ୍ରେ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ସର୍ବୋତ୍ତମ 5G ଏକ୍ସପ୍ରିଏନ୍ସ ଆଣିବା ପାଇଁ ଭାରତରେ ଏହାର କ୍ୟାରିଅର୍ ପାର୍ଟନରଙ୍କ ସହ କାର୍ଯ୍ୟ କରୁଛି । ଏକ ସଫ୍ଟୱେୟାର ଅପଡେଟ୍ ମାଧ୍ୟମରେ 5G ସଂଯୋଗ ହେବ ଏବଂ ଡିସେମ୍ବରରୁ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆରମ୍ଭ ହେବ ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି ।

ଉପଭୋକ୍ତାମାନେ ଆପଲ୍‌କୁ ଗୁଣାବତ୍ତା ଏବଂ ଉପଯୋଗୀତା ଉପରେ ମତାମତ ମଧ୍ୟ ପ୍ରଦାନ କରିପାରିବେ, ଯାହା ଆପଲ୍ ସମସ୍ୟାଗୁଡିକ ଚିହ୍ନଟ କରିବାରେ, ସେଗୁଡିକର ସମାଧାନ କରିବାରେ ଏବଂ ଆପଲ୍ ସଫ୍ଟୱେର୍‌କୁ ଆହୁରି ଉନ୍ନତ କରିବାରେ ସାହାଯ୍ୟ କରିବ ବୋଲି କମ୍ପାନୀ କହିଛି ।

ଅତ୍ୟାଧୁନିକ ସର୍ବସାଧାରଣ ବିଟା, ତଥା ପରବର୍ତ୍ତୀ ଅପଡେଟ୍‌ ଗୁଡିକ ସହିତ 5G ବିଟା ଅନ୍ତର୍ଭୂକ୍ତ କରିବାକୁ ଜଣେ ଉପଭୋକ୍ତାଙ୍କୁ ଆପଲ୍ ବିଟା ସଫ୍ଟୱେର୍ ପ୍ରୋଗ୍ରାମରେ ଆଇଫୋନ୍ ନାମ ଲେଖାଇବାକୁ ପଡିବ ଯାହା ଆସନ୍ତା ସପ୍ତାହରୁ ଏୟାରଟେଲ ଏବଂ ଜିଓ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ |

ଭାରତରେ ପ୍ରମୁଖ ମେଟ୍ରୋ ସହରଗୁଡିକରେ c ସେବା ଆରମ୍ଭ ହେବା ପରେ ପ୍ରମୁଖ ସ୍ମାର୍ଟଫୋନ୍ ଡିଭାଇସ୍‌ରେ 5G ସଂଯୋଗ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । ଯେଉଁମାନେ ଆଇଫୋନ୍ 14, ଆଇଫୋନ୍ 13, ଆଇଫୋନ୍ 12 ଏବଂ ଆଇଫୋନ୍ SE(3G) ମଡେଲ ବ୍ୟବହାର କରୁଛନ୍ତି, ସେମାନେ 5G ରେ ଏକ ଆଗାମୀ ସଫ୍ଟୱେର୍ ଅପଡେଟ୍ ପାଇବେ ବୋଲି କମ୍ପାନୀ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.