ETV Bharat / science-and-technology

ଆସନ୍ତା ବର୍ଷରୁ ବନ୍ଦ ହୋଇଯିବ Street View app

author img

By

Published : Nov 2, 2022, 3:28 PM IST

ଆସନ୍ତା ବର୍ଷରୁ ଆଣ୍ଡ୍ରୋଏଡରେ ଷ୍ଟ୍ରିଟ୍ ଭ୍ୟୁ ଆପ୍ ସେବା ବନ୍ଦ କରିଦେବ ଗୁଗୁଲ୍(Google to discontinue Street View app next year) । ଅଧିକ ପଢନ୍ତୁ

ଆସନ୍ତା ବର୍ଷରୁ ବନ୍ଦ ହୋଇଯିବ Street View app
ଆସନ୍ତା ବର୍ଷରୁ ବନ୍ଦ ହୋଇଯିବ Street View app

ସାନ ଫ୍ରାନ୍ସିସ୍କୋ: ଆସନ୍ତା ବର୍ଷରୁ ଆଣ୍ଡ୍ରୋଏଡରେ ଷ୍ଟ୍ରିଟ୍ ଭ୍ୟୁ ଆପ୍ ସେବା ବନ୍ଦ କରିଦେବ ଗୁଗୁଲ୍ । ଏନେଇ ଯୋଜନା ଚାଲୁଥିବା ମଙ୍ଗଳବାର କମ୍ପାନୀ ଏକ ଘୋଷଣାରେ କହିଛି(Google to discontinue Street View app next year) । 9To5Google ଅନୁଯାୟୀ, ଟେକ୍ ଜଏଣ୍ଟ ଷ୍ଟ୍ରିଟ୍ ଭ୍ୟୁ ଆପ୍ ପାଇଁ ଅନେକ ସଟଡାଉନ୍ ମେସେଜ୍ ପ୍ରସ୍ତୁତ କରିଛି । ବିଜ୍ଞପ୍ତିରେ, ଗୁଗୁଲ୍ ମ୍ୟାପ୍ସ କିମ୍ବା ଷ୍ଟ୍ରିଟ୍ ଭ୍ୟୁ ଷ୍ଟୁଡିଓରୁ ମୁଭ୍ କରିବାକୁ କମ୍ପାନୀ ବ୍ୟବହାରକାରୀଙ୍କୁ ପରାମର୍ଶ ଦେଇଛି, କାରଣ ଷ୍ଟ୍ରିଟ୍ ଭ୍ୟୁ ଆପ୍ ମାର୍ଚ୍ଚ 31, 2023 ରେ ବନ୍ଦ ହୋଇଯିବ ।

ରିପୋର୍ଟରେ କୁହାଯାଇଛି ଯେ, ଷ୍ଟ୍ରିଟ୍ ଭ୍ୟୁ ଆପ୍ ବନ୍ଦ ହେବାକୁ ଯାଉଛି ଏବଂ ଏହାର ସପୋର୍ଟ ମାର୍ଚ୍ଚ 21, 2023 ସୁଦ୍ଧା ଶେଷ ହୋଇଯିବ । ଆପଣଙ୍କର 360 ଭିଡିଓ ପୋଷ୍ଟ କରିବା ପାଇଁ, ଷ୍ଟ୍ରିଟ୍ ଭ୍ୟୁ ଷ୍ଟୁଡିଓ(Street View Studio)କୁ ଅନ୍ କରନ୍ତୁ । ଷ୍ଟ୍ରିଟ୍ ଭ୍ୟୁ ଦେଖିବାକୁ ଏବଂ ଫଟୋ ସ୍ପିୟର୍ ଯୋଡିବାକୁ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରନ୍ତୁ ବୋଲି ରିପୋର୍ଟରେ କୁହାଯାଇଛି । ଏଥିସହ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ପ୍ରାୟ କୌଣସି ରାସ୍ତାର 360 ଡ଼ିଗ୍ରୀ ଭ୍ୟୁ(ଦୃଶ୍ୟ) ପାଇବାକୁ ଷ୍ଟ୍ରିଟ୍ ଭ୍ୟୁ ଏହାକୁ ସରଳ କରିଥାଏ ।

ଏହା ପୂର୍ବରୁ, ଉପଭୋକ୍ତାଙ୍କ ଅଭିଜ୍ଞତା(Experience)କୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗୁଗୁଲ୍ ମ୍ୟାପ୍ସ 'ଷ୍ଟ୍ରିଟ୍ ଭ୍ୟୁ' Experience କୁ ଭାରତକୁ ଫେରାଇ ଆଣିଥିଲା । ଏହା ବ୍ୟବହାରକାରୀଙ୍କୁ ଅଧିକ ଭିଜୁଆଲ୍ ଏବଂ ସଠିକ୍ ଭାବରେ ନେଭିଗେଟ୍ ଏବଂ ଅନୁସନ୍ଧାନ କରିବାରେ ସାହାଯ୍ୟ କରିଥାଏ । କହି ରଖୁଛୁ ଯେ, ଆବଶ୍ୟକୀୟ ସୁରକ୍ଷା ମଞ୍ଜୁରୀ ପାଇବାରେ ବିଫଳ ହୋଇଥିବାରୁ ଭାରତ ସରକାର ଏକ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ସେବାକୁ ସ୍ଥଗିତ ରଖିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଆରମ୍ଭ ହୋଇଥିଲା, ମାତ୍ର ଏହା ପୁନର୍ବାର ବନ୍ଦ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.