ETV Bharat / science-and-technology

Google Announced New Updates: ଘରେ ବସି ପିଲାଙ୍କ ଉପରେ ରଖିପାରିବେ ନଜର

author img

By

Published : Oct 20, 2022, 9:23 AM IST

ପିଲାଙ୍କ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଏକ ନୂତନ ଅପଡେଟ୍ ଆଣୁଛି ଗୁଗୁଲ୍ (Google Announced New Updates) । ଏହି ନୂତନ ଅପଡେଟ୍ ଅନୁସାରେ ପିଲାମାନେ କେତେବେଳେ ସ୍କୁଲରେ ପହଞ୍ଚିଲେ, ଠିକ୍ ସମୟରେ ପହଞ୍ଚିଲେ କି ନାହିଁ ସେ ଉପରେ ନଜର ରଖିପାରିବେ ବାପା-ମାଆ(Google to alert parents when their kids leave school) ।

Google Announced New Updates: ଘରେ ବସି ପିଲାଙ୍କ ଉପରେ ନଜର ରଖିପାରିବେ ପିତାମାତା
Google Announced New Updates: ଘରେ ବସି ପିଲାଙ୍କ ଉପରେ ନଜର ରଖିପାରିବେ ପିତାମାତା

ସାନ ଫ୍ରାନ୍ସିସ୍କୋ: ବର୍ତ୍ତମାନ ସମୟରେ ପିଲାମାନେ ଅଧିକ ସମୟ ଅନ୍‌ଲାଇନ୍ ରହୁଛନ୍ତି । କାରଣ ପଢା ସାମଗ୍ରୀ ଠାରୁ ଆରମ୍ଭ କରି ଶିକ୍ଷକ ଏବଂ ସାଙ୍ଗମାନଙ୍କ ସହ ଯୋଗଯୋଗ ପାଇଁ ସ୍ମାର୍ଟଫୋନ୍ ମୁଖ୍ୟ ମାଧ୍ୟମ ପାଲଟିଛି । ଏହି ସମୟରେ ପିଲାମାନଙ୍କ ଉପରେ ଅଭିଭାବକମାନେ କିପରି ନଜର୍ ରଖିପାରିବେ ସେନେଇ ଗୁଗୁଲ୍ ଫ୍ୟାମିଲି ଲିଙ୍କ୍ ପାଇଁ ଏକ ନୂତନ ଅପଡେଟ୍ ଘୋଷଣା କରିଛି(Google Announced New Updates)। ଏହି ନୂତନ ଅପଡେଟ୍ ଅନୁସାରେ ପିଲାମାନେ କେତେବେଳେ ସ୍କୁଲ୍ ପହଞ୍ଚିଲେ, ଠିକ୍ ସମୟରେ ପହଞ୍ଚିଲେ କି ନାହିଁ ସେ ଉପରେ ନଜର ରଖିପାରିବେ ବାପା-ମାଆ(Google to alert parents when their kids leave school) ।

ଏହି ଅପଡେଟ୍ ଘୋଷଣା ହୋଇସାରିଛି, ଆସନ୍ତା କିଛି ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ନୂତନ ଅପଡେଟ୍ "Location tab" ମାଧ୍ୟମରେ ଅଭିଭାବକମାନେ ପିଲାମାନଙ୍କ ଉପରେ ନଜର ରଖିପାରିବେ । କମ୍ପାନୀ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ, ଏହି ନୂତନ ଅପଡେଟ୍ ମାଧ୍ୟମରେ ଅଭିଭାବକମାନେ ନୋଟିଫିକେସନ୍ ଟର୍ନ୍ ଅନ୍ କରି ସେମାନଙ୍କର ପିଲା ବିଦ୍ୟାଳୟ କିମ୍ବା ଫୁଟବଲ୍ ଅଭ୍ୟାସ ସ୍ଥାନରେ, ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳରେ କେତେବେଳେ ପହଞ୍ଚିଲେ ଏବଂ କେତେବେଳେ ସେଠାରୁ ପ୍ରତ୍ୟାବର୍ତ୍ତନ କଲେ ସେ' ବାବଦରେ ଘରେ ବସି ଟିକ୍‌ନିକ୍ ନଜର ରଖିପାରିବେ ।

ଅଧିକନ୍ତୁ, "Highlights tab" ପିତାମାତାଙ୍କୁ ସେମାନଙ୍କ ପିଲାଙ୍କ ଆପ୍ ବ୍ୟବହାର, ସ୍କ୍ରିନ୍ ସମୟ ଏବଂ ନିକଟରେ ସ୍ଥାପିତ ଆପ୍ସର ସ୍ନାପସଟ୍ ଦେଖାଇ ପିଲାଙ୍କ ଉପକରଣର ବ୍ୟବହାରକୁ ଟ୍ରାକ୍ କରିପାରିବେ । କମ୍ପାନୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ କମନ୍ ସେନ୍ସ ମିଡିଆ, କନେକ୍ଟସେଫଲି ଏବଂ ଫ୍ୟାମିଲି ଅନଲାଇନ୍ ସେଫ୍ଟି ଇନଷ୍ଟିଚ୍ୟୁଟ୍ ପରି ବିଶ୍ୱସ୍ତ ଅଂଶୀଦାର(partners)ଙ୍କ ଠାରୁ ଉତ୍ସ ଯୋଗ କରୁଛୁ, ଏହାଦ୍ବାରା ପିତାମାତାମାନେ ପିଲାମାନଙ୍କ ଉପରେ ଅଧିକ ନଜର ରଖିପାରିବେ । ପିତାମାତା ଏବଂ ପିଲାମାନଙ୍କ ପାଇଁ ଫ୍ୟାମିଲି ଲିଙ୍କ୍ ମଧ୍ୟ ୱେବରେ ଉପଲବ୍ଧ ହେବ ।

ପିଲାମାନଙ୍କ ପାଇଁ, ଫ୍ୟାମିଲି ଲିଙ୍କ୍ ୱେବ୍ ଅଭିଜ୍ଞତା ସେମାନଙ୍କୁ ସେମାନଙ୍କର ପିତାମାତା ନିୟନ୍ତ୍ରଣ ସେଟିଂକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବ । ଅତିରିକ୍ତ ଭାବରେ, "Controls tab" ପିତାମାତାଙ୍କୁ ବ୍ୟକ୍ତିଗତ ଉପକରଣ କିମ୍ବା ନିର୍ଦ୍ଦିଷ୍ଟ ଆପ୍ ପାଇଁ ସ୍କ୍ରିନ୍ ସମୟ ସୀମା ସ୍ଥିର କରିବାର କ୍ଷମତା ସହିତ ପିଲାମାନଙ୍କୁ ନୀରିକ୍ଷଣ କରିବାକୁ ସକ୍ଷମ କରିଥାଏ । ଏହାଦ୍ବାରା ଅଭିଭାବକମାନେ ପିଲାମାନଙ୍କ ଉପରେ ବିଶେଷ ଦୃଷ୍ଟି ଦେଇପାରିବେ, ବିଶେଷ କରି ସେମାନେ ଯେତେବେଳେ ଘରୁ ବାହାରକୁ ଯାଆନ୍ତି, ସେହି ସମୟରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.