ETV Bharat / science-and-technology

13ବର୍ଷର ସାଧନା, ନାସାର ମଙ୍ଗଳ ମିଶନରେ ପ୍ରଥମ ଭାରତୀୟ ମହିଳା

author img

By ETV Bharat Odisha Team

Published : Dec 5, 2023, 4:40 PM IST

Akshata Krishnamurthy
Akshata Krishnamurthy

Indian woman drives Rover on Mars: ନାସାର ମଙ୍ଗଳ ମିଶନରେ ରୋଭର ଚଳାଇ ପ୍ରଥମ ଭାରତୀୟ ମହିଳା ଭାବେ ଗୌରବ ଅର୍ଜନ କରିଛନ୍ତି ଅକ୍ଷତା କୃଷ୍ଣମୂର୍ତ୍ତି। ଜାଣନ୍ତୁ କିଏ ଏହି ଅକ୍ଷତା

ହାଇଦ୍ରାବାଦ: ଭବିଷ୍ୟତରେ କଣ କରିବେ ସେନେଇ ଛୋଟବେଳୁ ସମସ୍ତେ ସ୍ବପ୍ନ ଦେଖିଥାଆନ୍ତି। ବର୍ତ୍ତମାନ ସମୟରେ ପୁରୁଷଙ୍କ ତୁଳନାରେ ଗୋଟିଏ ପାଦ ଆଗରେ ରହିଛନ୍ତି ମହିଳା। ନାସା ଏବଂ ଇସ୍ରୋରେ କାମ କରିବା ନେଇ ବର୍ତ୍ତମାନ ସମୟରେ ସମସ୍ତଙ୍କର ଇଚ୍ଛା ରହିଥିବା ବେଳେ ମଙ୍ଗଳ ମିଶନରେ କାମ କରି ଗୌରବ ହାସଲ କରିଛନ୍ତି ଭାରତୀୟ ମହିଳା ଅକ୍ଷତା କୃଷ୍ଣମୂର୍ତ୍ତି। ମଙ୍ଗଳ ଗ୍ରହରେ ରୋଭର ଚଲାଇ ଅକ୍ଷତା ଭାରତର ପ୍ରଥମ ମହିଳା ଭାବେ ପରିଗଣିତ ହୋଇଛନ୍ତି। ତେବେ ସେ ମହକାଶଚାରୀ ହୋଇ ଆମେରିକୀୟ ଗବେଷଣା ସଂସ୍ଥା ନାସାରେ କାର୍ଯ୍ୟ କରିବା ନେଇ ଛୋଟ ବେଳୁ ସ୍ବପ୍ନ ଦେଖିଥିବା କଥା କହିଛନ୍ତି।

ମସ୍କଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) ରୁ ନାସାରେ ପହଞ୍ଚିବାରେ ଅକ୍ଷତାଙ୍କ କାହାଣୀ ଅତ୍ୟନ୍ତ ପ୍ରେରଣାଦାୟକ। ସେ ଦୀର୍ଘ 13 ବର୍ଷ ଧରି ଆମେରିକାର ସ୍ପେସ୍ ଏଜେନ୍ସିରେ କାମ କରୁଥିବା ବେଳେ ସେଠାରେ ପହଞ୍ଚିବାରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିବା କଥା ସେ କହିଛନ୍ତି। ଅନେକ ସମୟରେ ଲୋକେ ତାଙ୍କ ମନୋବଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ହେଁ ସେ କଦାପି ଲକ୍ଷଚ୍ଯୁତ ହୋଇନଥିଲେ ବୋଲି କହିଛନ୍ତି। ସକରାତ୍ମକ ଭାବନା ଏବଂ କଠିନ ପରିଶ୍ରମ ଯୋଗୁଁ ମଙ୍ଗଳ ମିଶନରେ କାମ କରି ପ୍ରଥମ ମହିଳା ଭାବେ ଗୌରବ ଅର୍ଜନ କରିଛନ୍ତି ଅକ୍ଷତା କୃଷ୍ଣମୂର୍ତ୍ତି।

ନାସାର ମଙ୍ଗଳ ମିଶନରେ ଚଲାଇଥିଲେ ରୋଭର: ନାସାରେ କାମ କରି ଅକ୍ଷତା ଚର୍ଚ୍ଚାକୁ ଆସିଛନ୍ତି ତାହା ନୁହେଁ ବରଂ ନାସାର ମଙ୍ଗଳ ମିଶନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ କାର୍ଯ୍ୟ କରି ଗୌରବ ଆଣିଛନ୍ତି। ମଙ୍ଗଳ ମିଶନରେ ରୋଭରର ପରିଚାଳନାରେ ସଫଳତା ହାସଲ କରିଛନ୍ତି। ମଙ୍ଗଳ ଗ୍ରହରେ ରୋଭର ପରିଚାଳନା କ୍ଷେତ୍ରରେ ପ୍ରଥମ ଭାରତର ମହିଳା ହୋଇଛନ୍ତି ଅକ୍ଷତା କୃଷ୍ଣମୂର୍ତ୍ତି। ଏହା ନାସାର ଏକ ମିଶନ ଯେଉଁଥିରେ ବୈଜ୍ଞାନିକମାନେ ନମୁନା ସଂଗ୍ରହ କରିବା ପାଇଁ ମଙ୍ଗଳ ଗ୍ରହକୁ ଯାଇଥିଲେ। ଏହି ମିଶନ ପାଇଁ ଅକ୍ଷତା ମନୋନିତ ହୋଇଥିବା ବେଳେ ସେଠାରେ ସେ ରୋଭର ଚଳାଇ କିର୍ତ୍ତିମାନ ରଚିଛନ୍ତି। ସଂଗ୍ରହ କରାଯାଇଥିବା ନମୁନାକୁ ପୃଥିବୀକୁ ଅଣାଯିବ ବୋଲି କୁହାଯାଇଛି। ତେବେ ଏନେଇ ଅକ୍ଷତା ମଧ୍ୟ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଜର ସଫଳତାର କାହାଣୀ ସେୟାର କରିଛନ୍ତି।

ଅନେକ ଲୋକ ଭାଙ୍ଗିଥିଲେ ମନୋବଳ: ତେବେ ଇନଷ୍ଚାଗ୍ରାମରେ ସେୟାର କରିଥିବା ପୋଷ୍ଟରେ ଅକ୍ଷତା ଲେଖିଛନ୍ତି, " ମୁଁ 13 ବର୍ଷ ପୂର୍ବରୁ ହିଁ ନାସାରେ କାର୍ଯ୍ୟ କରି ଆସୁଅଛି। ମଙ୍ଗଳ ଗ୍ରହରେ ରୋବୋଟିକ ଅପରେସନ କରିବା ମୋର ଛୋଟ ବେଳୁ ଇଚ୍ଛା ରହିଥିଲା। ତେବେ ମୋର ଇଚ୍ଛାରେ ଅନେକ ଲୋକ ବାଧା ଦେଇଥିଲେ। ଏହା ଅସମ୍ଭବ ବୋଲି ଅନେକ ଲୋକ ମୋର ମନୋବଳ ଭାଙ୍ଗି ଦେଇଥିଲେ। କିନ୍ତୁ ଏସବୁ ଆଗରେ ହାର ମାନିଥିବା ଅକ୍ଷତାଙ୍କ ବିଜ୍ଞତା।

କିଏ ଏହି ଅକ୍ଷତା କୃଷ୍ଣମୂର୍ତ୍ତି: ଅକ୍ଷତା ହେଉଛନ୍ତି ଜଣେ ଭାରତୀୟ ନାଗରିକ। ସେ ମସ୍କଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT)ରୁ ପିଏଚଡି ହାସଲ କରିବା ପରେ ନାସାରେ କାର୍ଯ୍ୟ କରିବା ପାଇଁ ମନୋନୀତ ହୋଇଥିଲେ। ତେବେ ନାସାରେ କାର୍ଯ୍ୟ କରିବା ପାଇଁ ସେ ଅନେକ ଚେଷ୍ଟା କରିଥିବା କଥା କହିଛନ୍ତି। ତାଙ୍କର ନାସା ଜେଟ ପ୍ରପଲ୍ସନ ଲାବ୍ରୋଟୋରୀ(JPL)ରେ ଫ୍ଲାଇଟ ସିଷ୍ଟମ ଇଞ୍ଜିନିୟରିଂ, ସ୍ମାଲ ସେଟେଲାଇଟ, ଇନଷ୍ଟ୍ରୁମେଣ୍ଟ କୋଲୋବରେସନ, ପରଫୋମିଂ ମଡଲିଙ୍ଗ ଏବଂ ସାଇନ୍ସ ଡାଟା ପ୍ରୋସେସିଙ୍ଗରେ ଅନେକ ଅଭିଜ୍ଞତା ରହିଛି। ସେଠାରେ ଅଧିକ ଦିନ କାର୍ଯ୍ୟ କରିବା ପାଇଁ ଅନେକ ଲୋକଙ୍କ ସହ ଯୋଡିହୋଇଥିବା ନେଇ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ତେବେ ଏଭଳି ସଫଳତା ପରେ ଅକ୍ଷତା କହିଛନ୍ତି, କୌଣସି କାର୍ଯ୍ୟ କୌଣସି ବ୍ୟକ୍ତି ନିକଟରେ ଅସମ୍ଭବ ହୋଇନଥାଏ। କୌଣସି ସ୍ବପ୍ନକୁ ପୁରା କରିବାକୁ ହେଲେ ନିଜ ଉପରେ ବିଶ୍ବାସ ରଖିବା ଏବଂ ଲଗାତାର ପ୍ରଚେଷ୍ଚା କରିବା ଜରୁରୀ ଅଟେ। ନାସାର ଅନେକ ମିଶନରେ ନିଜର କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି ଅକ୍ଷତା କୃଷ୍ଣମୂର୍ତ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.