ETV Bharat / science-and-technology

ମଙ୍ଗଳ ଗ୍ରହରେ ବର୍ଷେ ବିତାଇବେ କାନାଡା ବୈଜ୍ଞାନିକ, ମିଶନରେ ହେବ ଏହି ସବୁ ସମସ୍ୟା

author img

By

Published : May 28, 2023, 4:58 PM IST

Canadian Biologist Kelly Haston
Canadian Biologist Kelly Haston

ମଙ୍ଗଳଗ୍ରହରେ ଜୀବ ଜଗତର ସମ୍ଭବନାକୁ ନେଇ ଜାରି ରଖିଥିବା ଗବେଷଣାରେ ଆଉ ପାଦେ ଆଗେଇଲା ନାସା । ଆସନ୍ତା ଜୁନ୍‌ରୁ ଆରମ୍ଭ ହେବ ମିଶନ । ଅଧିକ ପଢନ୍ତୁ

ଓଟାଓ୍ବା: ମଙ୍ଗଳ ଗ୍ରହରେ ଜୀବଜଗତର ଅନୁସନ୍ଧାନ ପାଇଁ ବର୍ଷବର୍ଷ ଧରି ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ବର୍ତ୍ତମାନ ଧୀରେ ଧୀରେ ସେମାନେ ଏହାର ଅତି ନିକଟତର ହେଉଥିବା ଦେଖାଯାଉଛି । ଏହି ମଙ୍ଗଳ ମିଶନକୁ ସଫଳ କରିବା ପାଇଁ ନାସା ଚାରିଜଣ ବୈଜ୍ଞାନିକଙ୍କୁ ନେଇ ଏକ ଦଳ ଗଠନ କରିଛି, ଯେଉଁମାନେ ମଙ୍ଗଳ ଗ୍ରହ ଭଳି ପରିବେଶରେ ବସବାସ କରିବେ । ଏହି ଗୋଷ୍ଠୀରେ କାନାଡିୟ ଜୀବବିଜ୍ଞାନୀ କେଲି ହଷ୍ଟନ୍ ମଧ୍ୟ ସାମିଲ ହୋଇଛନ୍ତି । 52 ବର୍ଷୀୟ କେଲି ଜୁନ୍‌ରେ ମଙ୍ଗଳଗ୍ରହଣକୁ ଯିବାନେଇ ସମୟ ମିଳିଥିବା ବେଳେ ସେ ଏନେଇ ପ୍ରସ୍ତୁତି ମଧ୍ୟ କରିଛନ୍ତି ।

କିଏ ଏହି କେଲି ହଷ୍ଟନ: କେଲି ହଷ୍ଟନ୍ ଜଣେ କାନାଡିୟ ଜୀବବିଜ୍ଞାନୀ ଏବଂ ତାଙ୍କ ବୟସ ବର୍ତ୍ତମାନ 52 ବର୍ଷ । ମଙ୍ଗଳଗ୍ରହକୁ ଯିବା ନେଇ କେଲି କହିଛନ୍ତି, "ମଙ୍ଗଳରେ ରହିବା ତାଙ୍କର ପିଲାଦିନର ସ୍ବପ୍ନ ନଥିଲା । କିନ୍ତୁ ଏହି ମିଶନରେ ଯୋଗଦେଇ ମୁଁ ଆନନ୍ଦିତ । ଏହା ମୋତେ ଏକ ସ୍ବପ୍ନ ପରି ଲାଗୁଛି । ଟୋକ୍ସାର ହ୍ୟୁଷ୍ଟେନରେ ମଙ୍ଗଳ ଗ୍ରହ ସୃଷ୍‌ ପରିବେଶ ପ୍ରସ୍ତୁତ କରାଯାଇଛି । ମଙ୍ଗଳ ଗ୍ରହରେ କେଉଁ ସବୁ ଚାଲେଞ୍ଜ ରହୁଛି, ମୁଁ ତାର ସାମ୍ନା କରିବାକୁ ଚାହୁଁଛି ବୋଲି କହିଛନ୍ତି କେଲି ହଷ୍ଟନ ।

ଜୁନରେ ଆରମ୍ଭ ହେବ ମିଶନ: ଏହି ମିଶନ ଜୁନ୍ ମାସରେ ଆରମ୍ଭ ହେବ ଏବଂ ଆସନ୍ତା 12 ମାସ ପାଇଁ ଏକ ସ୍ୱତନ୍ତ୍ର ବାସସ୍ଥାନର ବ୍ୟବସ୍ଥା କରାଯାଇଛି । ବାସ୍ତବରେ, ନାସା ଟେକ୍ସାସର ହ୍ୟୁଷ୍ଟନରେ ମାର୍ଟିଆନ୍ ହାବିଟାଟ୍ ପ୍ରସ୍ତୁତ କରିଛି । ଏହି ବାସସ୍ଥାନରେ, ମଙ୍ଗଳ ଗ୍ରହରେ ମିଳୁଥିବା ପରି ସମାନ ପରିବେଶ କରାଯାଇଛି ।

ବୈଜ୍ଞାନିକମାନେ 12ମାସ ରହିବେ: ବୌଜ୍ଞାନିକମାନେ ମଙ୍ଗଳ ଗ୍ରହରେ 12 ମାସ ରହିବେ । ନାସା ଏହି ମିଶନର ଅଂଶଗ୍ରହଣକାରୀମାନଙ୍କୁ ଅତି ସାବଧାନତାର ସହିତ ଚୟନ କରିଛି । ନାସାର ଏହା ଏକ ଦୀର୍ଘକାଳୀନ ପରୀକ୍ଷଣ । ବାସ୍ତବରେ, ମଙ୍ଗଳଗ୍ରହକୁ କୌଣସି ବୈଜ୍ଞାନିକଙ୍କୁ ପଠାଇବା ପୂର୍ବରୁ କୃତ୍ରିମ ମଙ୍ଗଳ ଗ୍ରହ ପରିବେଶ ତିଆରି କରି ସଫଳ ହେବା ନେଇ ନାସା ଲକ୍ଷ୍ୟ ରଖିଛି ।

ପାଣି ଏବଂ ବାୟୁର ଅଭାବ: ମଙ୍ଗଳ ଗ୍ରହ ଭଳି ତିଆରି କରାଯାଇଥିବା କୃତ୍ରିମ ବାସସ୍ଥାନରେ ଜଳ ଏବଂ ବାୟୁର ଅଭାବ ଦେଖାଦେଇପାରେ ବୋଲି ନାସା ପକ୍ଷରୁ ସତର୍କ କରି ଦିଆଯାଇଛି । ଏପରିକି ପୃଥିବୀ ସହିତ ସେମାନଙ୍କର ଯୋଗାଯୋଗରେ ମଧ୍ଯ ବିଳମ୍ବ ହେବା ନେଇ ସୂଚିତ କରାଯାଇଛି । ତେବେ ମଙ୍ଗଳ ଗ୍ରହର ଅବସ୍ଥିତି ନେଇ ଏହା ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଇଛି । ବାହାର ଦୁନିଆ ସହ ସେମାନଙ୍କର ଯୋଗାଯୋଗ ପାଇଁ ଓ୍ବାନଓ୍ବେ'ର 20 ମିନିଟ ଏବଂ ଟୁ-ଓ୍ବେରେ 40 ମିନିଟ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି କୁହାଯାଇଛି ।

ବୈଜ୍ଞାନିକଙ୍କ ପାଇଁ କଣ ସୁବିଧା ରହିବ: ମଙ୍ଗଳ ମିଶନରେ କରାଯାଇଥିବା ପ୍ରାକୃତିକ ପରିବେଶରେ ଶୋଇବା ଘର, ଏକ ଜିମ୍ ଏବଂ ଏକ ଖୋଲାସ୍ଥାନ ରହିବ । ଏହାସହ ଏକ ଚାଷ ଜମି ଭଳି ମଧ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁସ୍ଥାନରେ କି ବୈଜ୍ଞାନିକମାନେ ଚାଷ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.