ETV Bharat / lifestyle

ଆଇଫୋନ 14 ପବ୍ଲିକ ବେଟା ଭର୍ଜନ ରିଲଜ କଲା ଆପଲ୍

author img

By

Published : Jul 10, 2020, 5:50 PM IST

iphone 14
ଆଇଫୋନ 14 ପବ୍ଲିକ ବେଟା ଭର୍ଜନ ରିଲଜ କଲା ଆପଲ୍

ଆଇଫୋନ 14ର ପବ୍ଲିକ ବେଟା ଭର୍ଜନ ଯିଏ ଟିକ ଟକ୍ ଏବଂ ଲିଙ୍କେଡିନ୍ ପରି ଟେକ୍ନୋଲୋଜୀ କମ୍ପାନୀଗୁଡିକ ଆଇଫୋନ ୟୁଜରକାରୀଙ୍କ କ୍ଲିପବୋର୍ଡରୁ ବିଷୟବସ୍ତୁ କପି କରୁଥିବା ନେଇ ଚର୍ଚ୍ଚାକୁ ଆସିସାରିଛି । ବର୍ତ୍ତମାନ ଆଇଫୋନ 14 ପ୍ରଥମ ପବ୍ଲିକ ବେଟା ଭର୍ଜନ ବାହାର କରିଛି ।

ସାନ ଫ୍ରାନ୍ସିସ୍କୋ: ଆଇଫୋନ 14ର ପବ୍ଲିକ ବେଟା ଭର୍ଜନ ଯିଏ ଟିକ ଟକ୍ ଏବଂ ଲିଙ୍କେଡିନ୍ ପରି ଟେକ୍ନୋଲୋଜୀ କମ୍ପାନୀଗୁଡିକ ଆଇଫୋନ ୟୁଜରକାରୀଙ୍କ କ୍ଲିପବୋର୍ଡରୁ ବିଷୟବସ୍ତୁ କପି କରୁଥିବା ନେଇ ଚର୍ଚ୍ଚାକୁ ଆସିସାରିଛି । ବର୍ତ୍ତମାନ ଆଇଫୋନ 14 ପ୍ରଥମ ପବ୍ଲିକ ବେଟା ଭର୍ଜନ ବାହାର କରିଛି ।

ଆଇଫୋନ 14ରେ ୟୁଜରମାନେ କ୍ୟାଲେଣ୍ଡର ଏବଂ ମିନି-ପୋଗ୍ରାମ ସହ ହୋମ ସ୍କ୍ରିନରେ ସୂଚନା ଅପଡେଟ୍ ଏବଂ ୱିଜେଟ୍ ପିନ୍ କରିପାରିବେ । ଏଥିସହ ୟୁଜର ହୋମସ୍କ୍ରିନରେ ଏକ ୱିଜେଟ୍ ଡ୍ରାଗ୍ କରିପାରିବେ ।

ୟୁଜରମାନେ ୱିଜେଟର ଏକ ସ୍ମାର୍ଟ ଷ୍ଟାକ ସୃଷ୍ଟି କରିପାରିବେ । ଯାହା ସମୟ, ସ୍ଥାନ ଏବଂ କାର୍ଯ୍ୟକଳାପ ଉପରେ ଆଧାର କରି ସଠିକ୍ ୱିଜେଟ୍ ଉପରେ ଅନ୍-ଡିଭାଇସ୍ ଇଣ୍ଟେଲିଜେନ୍ସ ବ୍ୟବହାର କରେ ବୋଲି ଆପଲ କମ୍ପାନୀ କହିଛି ।

ହୋମସ୍କ୍ରିନର ଶେଷ ପେଜରେ ଆପ ଲାଇବ୍ରେରୀ ରହିଛି । ଯାହା ସ୍ୱୟଂଚାଳିତ ଭାବରେ ୟୁଜରଙ୍କ ସମସ୍ତ ଆପକୁ ଏକ ସରଳ ଭାବରେ ସଜାଈଇ ରଖିଥାଏ, ସହଜ ନାଭିଗେଟ ଦୃଶ୍ୟରେ ସଂଗଠିତ କରେ ଏବଂ ଇଣ୍ଟେଲିଜେଣ୍ଟ ସରଫେସ ପରିଣତ କରେ ଯାହା କୌଣସି ସମୟରେ ମଧ୍ୟ ସହାୟକ ହୋଇପାରେ ।

ପିକ୍ଚର-ଇନ୍-ପିକ୍ଚର ସପୋର୍ଟ ସହିତ ଆଇଫୋନ ୟୁଜରମାନେ ଅନ୍ୟ ଆପ ବ୍ୟବହାର କରିବା ସମୟରେ ଏକ ଭିଡିଓ ଦେଖିପାରିବେ କିମ୍ବା ଫେସ୍ ଟାଇମ୍ କଲ୍ କରିପାରିବେ । ମେସେଜରେ ନୂଆ ଇମୋଜି ଅପସନ ହେୟାର ଷ୍ଟାଇଲ୍, ହେଡୱିୟର, ଫେସ୍ କଭରିଙ୍ଗ୍ ଅନ୍ତଭୁକ୍ତ ।

ଆଇଫୋନ 14ରେ ଆପଲ ମ୍ୟାପ ସାଇକେଲ ଚଲାଇବା ଦିଗ, ବୈଦ୍ୟୁତିକ ଯାନ ରାଉଟିଙ୍ଗ୍ ଏବଂ କ୍ୟୁରେଟେଡ୍ ଗାଇଡ୍ ସହିତ ନାଭିଗେଟ୍ ଦେଖାଇବାରେ ସହଜ ହୋଇଥାଏ । ଆଇଫୋନ 14ର ଅନ ଡିଭାଇସ ମୋଡ ୟୁଜରଙ୍କୁ ପ୍ରାଇଭେଟ ଭଏସ ଏବଂ ଟେକ୍ସ ଟ୍ରାନ୍ସଲେଟ ପାଇଁ ଆପର ଅଫଲାଇନ ଅନୁଭୂତି ନେବାକୁ ଅନୁମତି ଦେଇଥାଏ ।

ଆଇଫୋନ ପାଇଁ ନୂଆ ଅପରେଟିଂ ସିଷ୍ଟମରେ ସିରି ଜ୍ଞାନକୁ ବିସ୍ତାର କରେ, ଇଣ୍ଟରନେଟରୁ ଉତ୍ତର ଖୋଜିବାରେ ସାହାଯ୍ୟ କରେ, ଏବଂ ବର୍ତ୍ତମାନ ଅଡିଓ ମେସେଜ୍ ପଠାଇବାରେ ସାହାର୍ଯ୍ୟ କରେ । ମେସେଜ, ନୋଟ୍ସ, ଇମେଲ୍ ଏବଂ ଅଧିକ ନିର୍ଦ୍ଦେଶ ଦେବାବେଳେ କୀବୋର୍ଡ ଡିଟେକ୍ଟସନ୍ ଏକ ଡିଭାଇସରେ ଚାଲିଥାଏ ।

ଆଇଫୋନ 14 ସହିତ ଆସୁଥିବା ଫେସ୍ ଟାଇମ୍ ଏବଂ ଫୋନ୍ କଲ୍ ଏବଂ ସିରି ଇଣ୍ଟରାକସନ ସମସ୍ତ ନୂଆ-କମ୍ପାକ୍ଟ ଡିଜାଇନ୍ ନେଇଥାଏ । ବର୍ତ୍ତମାନ ଆଇଫୋନ ୟୁଜର ନିଜ ଚାଟ୍ କୁ ମେସେଜର ଟପ ଲିଷ୍ଟରୁ ପିନ୍ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.