ETV Bharat / lifestyle

ପ୍ରତି ପରିବାରରେ ରହିଛି ଆଇଫୋନ ଚାହିଦା: ଆପେଲ

author img

By

Published : Jan 29, 2021, 7:32 AM IST

Updated : Jan 29, 2021, 8:18 AM IST

ଆଇଫୋନ
ଆଇଫୋନ

ଆଇଫୋନର ସକ୍ରିୟ ସଂସ୍ଥାପିତ ବେସ୍ ସର୍ବଭାରତୀୟ ସ୍ତରରେ 1 ବିଲିୟନ ଅତିକ୍ରମ କରି ଏକ ନୂତନ ସର୍ବକାଳୀନ ସ୍ତରରେ ପହଞ୍ଚିଛି ବୋଲି ଘୋଷଣା କରିଛି ଆପେଲ । ଅଧିକ ପଢନ୍ତୁ ।...

ନୂଆଦିଲ୍ଲୀ: ଆପେଲ କମ୍ପାନୀ ବିଶ୍ବରେ ଏକ ଦୃଢ ସ୍ଥତିରେ ରହିଛି । ଅଭିବୃ୍ଦ୍ଧି ତ୍ବରାନ୍ବିତ କରିବା ସହିତ ସକ୍ରିୟ ଉପକରଣ ସ୍ଥାପନ କରିବାରେ କମ୍ପାନୀ ଏକ ନୂତନ ୱାଟର ମାର୍କ ସ୍ଥାପନ କରିଛି ବୋଲି କହିଛନ୍ତି ଆପେଲ ସିଇଓ ଟିମ କୁକ ।

ଡିସେମ୍ବର ସୁଦ୍ଧା ବିଶ୍ବସ୍ତରରେ 1.65ବିଲିୟନ ଉପକରଣ ବିକ୍ରି ହୋଇସାରିଛି । ଅନ୍ୟ ବର୍ଷ ତୁଳନାରେ ଆଇଫୋନ 17% ବୃଦ୍ଧି ପାଇଛି । ପ୍ରତି ପରିବାରରେ ଆଇଫୋନ12 ର ଚାହିଦା ରହିଛି । ବିଶ୍ଳେଶଣକାରୀଙ୍କ ସହିତ ଆଲୋଚନା କରି ଟିମ କୁକ କହିଛନ୍ତି ଆମର ସକ୍ରିୟ ସ୍ଥାପନ କ୍ଷେତ୍ରରେ ବର୍ତ୍ତମାନ ଆଇଫୋନ 1ବିଲିୟନରୁ ଅଧିକ ରହିଛି ।

କୋରୋନା ପ୍ରାଭାବରେ ବି ଆଇଫୋନର ଚାହିଦା କମି ନାହିଁ । ନୂତନ ଆଇଫୋନ 12ମଡେଲକୁ ଗ୍ରାହକ ବେଶ ପସନ୍ଦ କରୁଛନ୍ତି । ଏହି ଆଇଫୋନରେ 5ଜି କ୍ୟାମେରା କ୍ବାଲିଟ ବେଶ ଭଲ ରହିଛି । ତେଣୁ ଗ୍ରାହକଙ୍କ ଚାହିଦା ଭିତରେ ରହିଛି ଆଇଫୋନ । ଯୁକ୍ତରାଷ୍ଟ୍ର ଆମେରିକାରେ 451ଟି ସର୍ବଶେଷ ସର୍ବେକ୍ଷଣରୁ ଜଣାପଡିଛି ଯେ ଗ୍ରାହକଙ୍କ ମଧ୍ୟରେ ଆଇଫୋନ12 ବ୍ୟବହାର 98 ପ୍ରତିଶତ ସନ୍ତୋଷଜନକ ରହିଛି। ଏହା ସହିତ ଆଇପ୍ୟାଡ 41ପ୍ରତିଶତ ଓ ମ୍ୟାକ 21 ପ୍ରତିଶତକୁ ବୃଦ୍ଧି ହୋଇଛି । ନୂତନ ଆଇପ୍ୟାଡ ଓ ଏମ1 ଚିପକୁ ନେଇ ଗ୍ରାହକଙ୍କ ମଧ୍ୟରେ ବେଶ ଚାହିଦା ରହିଛି ବୋଲି କହିଛନ୍ତି କୁକ ।

ଆପେଲ ବରିଷ୍ଠ ଉପ ସଭାପତି ଓ ସିଏଫଓ ଲୁକା ମାଷ୍ଟ୍ରି କହିଛନ୍ତି ରାଜସ୍ବ ଉତ୍ପାଦ କ୍ଷେତ୍ରରେ 95.7 ପ୍ରତିଶତ ବିଲିୟନ ରେର୍କଡ କରିଛି । ଯାହା ପୂର୍ବ ବର୍ଷ ତୁଳନାରେ 21ପ୍ରତିଶତ ଅଧିକ ରହିଥିଲା । ଡିସେମ୍ବର ସୁଦ୍ଧା ଆପଲ୍ 111.4 ବିଲିୟନ ଡ଼ଲାରର ସର୍ବକାଳୀନ ରାଜସ୍ବ ରେକର୍ଡ ହାସଲ କରିଛି ।

ମାଷ୍ଟ୍ରି କହିଛନ୍ତି, "ଆମର ସେବାଗୁଡିକ 15.8 ବିଲିୟନର ସର୍ବକାଳୀନ ରେକର୍ଡ ସ୍ଥିର କରିଛି ଯାହା ବର୍ଷ ତୁଳନାରେ 24% ବୃଦ୍ଧି ପାଇଛି। ଆମେ ଅଧିକାଂଶ ସେବା କ୍ଷେତ୍ରରେ ନୂତନ ରେକର୍ଡ ଏବଂ ଭୌଗୋଳିକ ସ୍ତରରେ ରେକର୍ଡ ପ୍ରତିଷ୍ଠା କରିଛୁ ବୋଲି କହିଛନ୍ତି ମାଷ୍ଟ୍ରି । ପେଡ ସବସ୍କ୍ରିପସନରେ ବେଶ ଭଲ ଭାବେ ବୃଦ୍ଧି ହେବାରେ ଲାଗିଛି । 2020 ଶେଷ ସୁଦ୍ଧା 600 ମିଲିୟନ୍ ପେଡ୍ ସବସ୍କ୍ରିପସନ୍ ଲକ୍ଷ୍ୟକୁ ଅତିକ୍ରମ କରିଛୁ ବୋଲି କହିଛନ୍ତି ଆପେଲ ବରିଷ୍ଠ ଉପ ସଭାପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 29, 2021, 8:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.