ଉଜବେକିସ୍ତାନ ଅଘଟଣ ପରେ WHOର ଆଲର୍ଟ, ମେରିଅନ ବାୟୋଟେକ କଫସିରପ ବ୍ୟବହାର ମନା

author img

By

Published : Jan 12, 2023, 10:13 AM IST

Updated : Jan 12, 2023, 10:46 AM IST

WHO

ଉଜବେକିସ୍ତାନରେ ବ୍ୟବହାର କରାଯାଇପାରିବ ନାହିଁ ଭାରତର ନୋଏଡ଼ା ସ୍ଥିତ ଔଷଧ କମ୍ପାନି ମେରିଅନ୍‌ ବାୟୋଟେକ ଦ୍ବାରା ପ୍ରସ୍ତୁତ ୨ଟି କଫ ସିରପ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଉଜବେକିସ୍ତାନରେ କଫ ସିରପ ପିଇ ୧୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଆଲର୍ଟ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ନୋଏଡା ବେସ କମ୍ପାନୀ ମେରିଅନ ବାୟୋଟେକ ଦ୍ବାରା ପ୍ରସ୍ତୁତ ଦୁଇଟି କଫ ସିରପକୁ ଉଜବେକିସ୍ତାନରେ ବ୍ୟବହାର ନକରିବା ପାଇଁ ହୁ ପକ୍ଷରୁ ଗତକାଲି(ବୁଧବାର) ପରାମର୍ଶ ଦିଆଯାଇଛି ।

  • Two cough syrups made by India's Marion Biotech should not be used for children, after the products were linked to 19 deaths in Uzbekistan: World Health Organization (WHO) pic.twitter.com/RfxAs1Usr1

    — ANI (@ANI) January 11, 2023 " class="align-text-top noRightClick twitterSection" data=" ">

ତେବେ ମେଡିକାଲ ପ୍ରଡକ୍ଟର ଚେତାବନୀରେ ହୁ କହିଛି, "ମେରିଅନ ବାୟୋଟେକ ଦ୍ବାରା ପ୍ରସ୍ତୁତ ଔଷଧ ନିମ୍ନମାନର । ଗୁଣବତ୍ତା ବା ଗାଇଡ୍‌ଲାଇନ୍‌କୁ ଆଧାର କରି ପ୍ରସ୍ତୁତ କରାଯାଉନାହିଁ । ଗୁଣବତ୍ତା ମାନଦଣ୍ଡ ଓ ବିଶିଷ୍ଟତାକୁ ପୂରଣ କରିବାରେ ଏହା ବିଫଳ ଅଟେ ।"ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିଜର ୱେବ୍‌ସାଇଟ୍‌ରେ ରିଲିଜ୍‌ କରିଥିବା ସତର୍କ ସୂଚନାରେ ଆହୁରି କହିଛି, " ୨୦୨୨ ଡିସେମ୍ବର ୨୨ରେ ଉଜବେକିସ୍ତାନରୁ କମ୍ପାନୀ ପ୍ରସ୍ତୁତ କରୁଥିବା ୨ଟି ସର୍ବଷ୍ଟାଣ୍ଡାର୍ଡ କଫ ସିରପ ଚିହ୍ନଟ କରାଯାଇଥିଲା । ଏହା ବ୍ୟବହାର ଯୋଗ୍ୟ ନୁହେଁ । ଏହି ଦୁଇ କଫ ସିରପ ହେଲା AMBRONOL ସିରପ ଓ DOK-1 । ଏହି ଦୁଇ କଫ ସିରଫ ମେରିଅନ ବାୟୋଟେକ ତରଫରୁ ଉତ୍ତର ପ୍ରଦେଶରେ ପ୍ରସ୍ତୁତ କରାଯାଉଛି । ଏହି ଔଷଧର ନିରାପତ୍ତା ଓ ଗୁଣବତ୍ତା ସଂକ୍ରାନ୍ତରେ ଆଜି ପର୍ଯ୍ୟନ୍ତ ମେରିଅନ କମ୍ପାନି ପକ୍ଷରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ କ‌ୌଣସି ଗ୍ୟାରେଣ୍ଟି ଦେଇ ନାହିଁ ।"

ଉଜବେକିସ୍ତାନର ଖବର ସାରା ଦେଶରେ ହଇଚଇ ସୃଷ୍ଟି କରିବା ପରେ ଉତ୍ତର ପ୍ରଦେଶ ସରକାର କମ୍ପାନୀର ଉତ୍ପାଦନ ଲାଇସେନ୍ସକୁ ବାତିଲ କରିଥିଲେ ଓ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ । ଡିଓକ୍-୧ ମାକ୍ସ ସିରପକୁ ନେଇ କମ୍ପାନୀର ଉତ୍ପାଦ ବନ୍ଦ କରାଯାଇଥିବା ନେଇ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଉଜବେକିସ୍ତାନରେ କଫସିରପ ପିଇ ୧୮ ଶିଶୁ ମୃତ, ଭାରତୀୟ କମ୍ପାନୀ ଉପରେ ଦୋଷ

ପ୍ରକାଶଯୋଗ୍ୟ ଯେ, କିଛି ଦିନ ତଳେ ଉଜବେକିସ୍ତାନରେ କଫ ସିରପ ପିଇ ୧୮ ଶିଶୁ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ମେରିଅନ ବାୟୋଟେକ ଉପରେ ଦୋଷ ଲଦିଥିଲେ ଉଜ୍‌ବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ । ଭାରତୀୟ କମ୍ପାନୀ ମେରିୟନ ବାୟୋଟିକ ଦ୍ବାରା ନିର୍ମିତ ଡିଓକ୍-୧ ମାକ୍ସ ସିରପ(Doc-1 Max syrup) ପିଇବାରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଥିଲେ ଉଜ୍‌ବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଏଥିରେ ଏଲିଥିନ ଗ୍ଲାଇକୋଲ ରହିଛି । ଏହାର ସେବନ ଦ୍ବାରା ଛୁଆମାନଙ୍କର ବାନ୍ତି, ହୃଦଘାତ, କିଡନୀ ଫେଲ ଭଳି ସମସ୍ୟା ଦେଖାଦେବା ସମ୍ଭାବନା ରହିଥାଏ ।

ସୂଚନାଅନୁସାରେ, ଡିଓକ୍-୧ ଭାରତୀୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଏହା ଭାରତୀୟ ବଜାରରେ ବିକ୍ରି ହେଉନାହିଁ । ୨୦୧୨ ମସିହାରେ ଏହି କମ୍ପାନୀ ଉଜବେକିସ୍ତାନ ବଜାରରେ ପ୍ରବେଶ କରିଥିଲା । ଗତ ଅକ୍ଟୋବର ମାସରେ ଗାମ୍ବାଆରେ ଭାରତୀୟ କମ୍ପାନୀ ଦ୍ବାରା ନିର୍ମିତ କଫ ସିରପ ପିଇ ୬୦ ଜଣ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ସେହି ଦିନ ଠାରୁ ଏହାର ବିକ୍ରି ଉପରେ ରୋକ ଲଗାଇଥିଲେ କେନ୍ଦ୍ର ସରକାର ।

Last Updated :Jan 12, 2023, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.