ଉଜବେକିସ୍ତାନରେ କଫସିରପ ପିଇ ୧୮ ଶିଶୁ ମୃତ, ଭାରତୀୟ କମ୍ପାନୀ ଉପରେ ଦୋଷ

author img

By

Published : Dec 29, 2022, 9:19 AM IST

କଫ ସିରପ
କଫ ସିରପ ()

ଉଜବେକିସ୍ତାନରେ କଫ ସିରପ ପିଇ ୧୮ ଶିଶୁ ମୃତ । ଭାରତୀୟ କମ୍ପାନୀ ଉପରେ ଦୋଷ ଲଦିଲେ ଉଜ୍‌ବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ତାସକେଣ୍ଟ: ଗମ୍ବିଆ ପରେ ସାମ୍ନାକୁ ଆସିଛି ଉଜବେକିସ୍ତାନର ଖବର । କଫ ସିରପ ପିଇ ୧୮ ଜଣ ଶିଶୁଙ୍କ ମୃ୍ତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ମୃତ୍ୟୁ ପାଇଁ ଭାରତ ନିର୍ମିତ କଫ ସିରଫ ଦାୟୀ ବୋଲି କୁହାଯାଉଥିବା ବେଳେ ଏକ ଫାର୍ମା କମ୍ପାନୀକୁ ଦୋଷ ଦିଆଯାଇଛି । ଉଜବେକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀଳୟର ଅଭିଯୋଗ ଅନୁସାରେ, ଭାରତୀୟ କମ୍ପାନୀ ମ୍ୟାରିୟନ ବାୟୋଟିକ ଦ୍ବାରା ନିର୍ମିତ ଡିଓକ୍-୧ ମାକ୍ସ ସିରପ(Doc-1 Max syrup) ପିଇବାରୁ ମୃତ୍ୟୁ ହୋଇଛି(Uzbekistan Claims 18 Children Died After Drinking Made in India Syrup)। ଯେଉଁ ଶିଶୁମାନଙ୍କ ମୃତ୍ୟୁ ହୋଇଛି ସେମାନେ ଏହି କଫ ସିରପ ପିଇଥିଲେ । ନୋଏଡା ସ୍ଥିତ ମାରିଅନ ବାୟୋଟେକରେ ଏହି ଔଷଧ ପ୍ରସ୍ତୁତ କରାଯାଇଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ମୃତ ଶିଶୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଡକ ୱାନ ମାକ୍ସ ସିରପକୁ ୨ରୁ ୭ ଦିନ ଯାଏଁ ୩ରୁ ୪ଥର ସେବନ କରିଥିଲେ । ମୋଟ ୨୧ଜଣ ଶିଶୁ ଥଣ୍ଡା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏଥିରେ ଏଲିଥିନ ଗ୍ଲାଇକୋଲ ରହିଛି । ଏହାର ସେବନ ଦ୍ବାରା ଛୁଆମାନଙ୍କର ବାନ୍ତି, ହୃଦଘାତ, କିଡନୀ ଫେଲ ଭଳି ସମସ୍ୟା ଦେଖାଦେବା ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ: PFI Conspiracy Case: କେରଳର 56ଟି ସ୍ଥାନରେ NIA ଛାପା

ଏହି ଘଟଣାକୁ ନେଇ ୭ଜଣ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି । ଉଜବେକିସ୍ତାନରେ ତକ ୱାନ ମ୍ୟାକ୍ସ ସିରପ ଓ ଟାବଲେଟ ବିକ୍ରି ଉପରେ କଟକଣା ଜାରି କରାଯାଇଛି ।

ସୂଚନାଅନୁସାରେ, ଡିଓକ୍-୧ ବର୍ତ୍ତମାନ ଭାରତୀୟ ବଜାରରେ ବିକ୍ରି ହେଉନାହିଁ । ୨୦୧୨ ମସିହାରେ ଏହି କମ୍ପାନୀ ଉଜବେକିସ୍ତାନ ବଜାରରେ ପ୍ରବେଶ କରିଥିଲା । ଗତ ଅକ୍ଟୋବର ମାସରେ ଗାମ୍ବାଆରେ ଭାରତୀୟ କମ୍ପାନୀ ଦ୍ବାରା ନିର୍ମିତ କଫ ସିରପ ପିଇ ୬୦ ଜଣ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ପରେ କେନ୍ଦ୍ର ସରକାର ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.