ETV Bharat / bharat

PFI Conspiracy Case: କେରଳର 56ଟି ସ୍ଥାନରେ NIA ଛାପା

author img

By

Published : Dec 29, 2022, 9:05 AM IST

Updated : Dec 29, 2022, 10:22 AM IST

PFI Conspiracy Case
NIA conducts raids on PFI conspiracy case

ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଷଡଯନ୍ତ୍ର ମାମଲାରେ ( PFI Conspiracy Case ) ଜାତୀୟ ତଦନ୍ତକାରୀ ସଂସ୍ଥା (NIA) କେରଳର 56ଟି ସ୍ଥାନରେ ରେଡ କରିଛି । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ଜାତୀୟ ତଦନ୍ତକାରୀ ସଂସ୍ଥା (NIA) 5 ବର୍ଷ ପାଇଁ ବ୍ୟାନ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ନେତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଆଜି (ଗୁରୁବାର) କେରଳର 56ଟି ସ୍ଥାନରେ ଛାପା ମାରିଛି ଏନଆଇଏ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପିଏଫଆଇ ନେତାଙ୍କ ସଂଗଠନକୁ ଅନ୍ୟ ଏକ ନାମରେ ପୁଣି ସଂଗଠନ କରିବାକୁ ଯୋଜନା କରାଯାଉଛି । ସେ ନେଇ ପିଏଫଆଇ ଲିଙ୍କରେ ଥିବା ସମସ୍ତଙ୍କ ଘରେ ଓ ଅଫିସରେ ଚଢାଉ ହୋଇଛି ।

ଏହା ବି ପଢନ୍ତୁ...PFIକୁ 5 ବର୍ଷ ପାଇଁ ବ୍ୟାନ୍‌ କଲେ କେନ୍ଦ୍ର ସରକାର

ପିଏଫଆଇ ନେତାଙ୍କ ଜଡିତ 8ଟି ଠିକଣା ଏର୍ଣ୍ଣାକୁଲମରେ ଚଢାଉ କରିଛି ଏନଆଇଏ । ଥିରୁଅନନ୍ତପୁରମର 6ଟି ସ୍ଥାନରେ ରେଡ ମାରିଛି NIA । ଗତ ନଭେମ୍ବର ମାସରେ ବ୍ୟାନ ପିଏଫଆଇର କେରଳର ତିନି ଜଣ ନେତାଙ୍କ ଠିକଣାରେ ଛାପା ମାରିଥିଲା । ଦେଶରେ ଆତଙ୍କବାଦୀ ଗତିବିଧିକୁ ସଫଳ କରିବାକୁ ପିଏଫଆଇ ଅପରାଧିକ ଷଡଯନ୍ତ୍ରରେ ସାମିଲ ଥିବା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ଜଣେ ଅଧିକାରୀ । ରିପୋର୍ଟ ଅନୁସାରେ, ଏନଆଇଏ ପ୍ରବକ୍ତା କହିଛନ୍ତି ରାଜ୍ୟ ମାଲାପୁରମ ଜିଲ୍ଲାରେ ସନ୍ଦିଗ୍ଧ ଲୋକଙ୍କ ଠିକଣାରେ ଚଢାଉ ହୋଇଛି । ଏଥିରେ ଡିଜିଟାଲ ଉପକରଣ ଏବଂ ହସ୍ତାବିଜ ସମେତ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ।

ଏହା ବି ପଢନ୍ତୁ...PFI ନେତାଙ୍କ ବିରୋଧରେ ଆକ୍ସନ: ଦେଶରେ ବିଭିନ୍ନ ସ୍ଥାନରେ NIAର ଛାପା, 100ରୁ ଊର୍ଦ୍ଧ୍ବ ଗିରଫ

ପ୍ରକାଶ ଥାଉକି, ଏହା ପୂର୍ବରୁ ସେପ୍ଟେମ୍ବର 22ତାରିଖରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଷଡଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଛି । କେରଳର ପ୍ରାୟ 50ଟି ସ୍ଥାନରେ ଏନଆଇଏ ଚଢାଉ କରିଥିଲା । 100ରୁ ଅଧିକ PFI ଅଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲା ଏନଆଇଏ । ଏହାପୂର୍ବରୁ ଏନଆଇଏ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଅନେକ ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ଏହି ଚଢାଉ ପ୍ରାୟ 40ଟି ସ୍ଥାନରେ ହୋଇଥିଲା, ଯେଉଁଥିରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲା ।

ଦେଶବିରୋଧି କାର୍ଯ୍ୟ ଅଭିଯୋଗରେ ଅଗଷ୍ଟ 26ରେ NIAର ହାଇଦ୍ରାବାଦ ଶାଖା ଏକ ମାମଲା ରୁଜୁ କରିଥିଲେ । ନିଜାମବାଦ ନିବାସୀ ଅବଦୁଲ ଖଦରଙ୍କ ସମେତ ମୋଟ 26 ଜଣଙ୍କୁ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଥିଲା । ସେପ୍ଟେମ୍ବରରେ କେରଳରେ ଏନଆଇଏ ଚଢାଉ ପରେ ଇସଲାମିକ ସଂଗଠନ ପିଏଫଆଇକୁ 5 ବର୍ଷ ପାଇଁ ବ୍ୟାନ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଅପରାଧିକ କାର୍ଯ୍ୟକଳାପ ତଥା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ପ୍ରମାଣ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଗୃହ ମନ୍ତ୍ରଣାଳୟ । ଚଳିତ ବର୍ଷ ପିଏଫଆଇ ଲିଙ୍କ ନେଇ 150ରୁ ଅଧିକ ସ୍ଥାନରେ ରେଡ ମାରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ସେପ୍ଟେମ୍ବରରୁ ଡିସେମ୍ବର ଭିତରେ କେରଳରେ 5 ଥର ଚଢାଉ ହୋଇଛି । କେରଳରେ 2006ରେ ପିଏଫଆଇ ଗଠନ ହୋଇଥିଲା ।

Last Updated :Dec 29, 2022, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.