PFI ନେତାଙ୍କ ବିରୋଧରେ ଆକ୍ସନ: ଦେଶରେ ବିଭିନ୍ନ ସ୍ଥାନରେ NIAର ଛାପା, 100ରୁ ଊର୍ଦ୍ଧ୍ବ ଗିରଫ

author img

By

Published : Sep 22, 2022, 9:14 AM IST

Updated : Sep 22, 2022, 10:18 AM IST

ଦେଶରେ ବିଭିନ୍ନ ସ୍ଥାନରେ NIAର ରେଡ

ଦେଶରେ ବିଭିନ୍ନ ସ୍ଥାନରେ NIAର ରେଡ, କେରଳର ମାଲାପୁରାମ ଜିଲ୍ଲାର ମଞ୍ଜେରୀ ଠାରେ ପିଏଫଆଇ ସଭାପତି ଓଏମଏ ସଲାମଙ୍କ ଘରେ ଏନଆଇଏ ଏବଂ ଇଡି ଚଢାଉ କରିଛି । ଅଧିକ ପଢନ୍ତୁ ।

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଷଡଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଛି । କେରଳର ପ୍ରାୟ 50 ଟି ସ୍ଥାନରେ ଏନଆଇଏ ଚଢାଉ ଜାରି ରଖିଥିବା ଜଣାପଡିଛି । ଏହା ବ୍ୟତୀତ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ରେଡ କରାଯାଇଛି । ଆତଙ୍କୀ କାର୍ଯ୍ୟକଳାପରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(PFI)ର ସଦସ୍ୟମାନେ ସମ୍ପୃକ୍ତ ଥିବା ଅଭିଯୋଗରେ ଏହି ଚଢାଉ ହୋଇଛି । ମଞ୍ଜେରୀ, ମଲାଲାପୁରମ୍ ପରି ଅଞ୍ଚଳରେ ଚଢାଉ ଜାରି ରହିଥିବା ବେଳେ ଏନଆଇଏ ଇଡିର ଏକ ଟିମ୍ ମଧ୍ୟ ଏଥିରେ ସାମିଲ ଅଛି । ଏହି ଘଟଣାରେ NIA ଏପର୍ଯ୍ୟନ୍ତ 100ରୁ ଅଧିକ PFI ଅଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି ।

ଏହା ପୂର୍ବରୁ ଆତଙ୍କବାଦୀଙ୍କ ବିରୋଧରେ ବିହାର ଓ ତେଲେଙ୍ଗାନାରେ ଏନଆଇଏ ଚଢାଉ କରିଥିଲା । ଏହି ଚଢାଉର ସମୟସୀମା ବୃଦ୍ଧି ହେବା ସହ PFIର ଅନ୍ୟ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢାଉ କରିବ ଏନଆଇଏ । 10ଟି ରାଜ୍ୟରେ ଚଢାଉ ଜାରି ରହିଥିବା ବେଳେ ଗିରଫଦାରୀ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । କେରଳ, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ, ୟୁପି, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରୁ ପିଏଫଆଇର ଲୋକଙ୍କୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଗଣଦୁଷ୍କର୍ମ ପରେ ପୀଡିତାଙ୍କୁ ନିବସ୍ତ୍ର କରି ଛାଡିଲେ, ଭିଡିଓ ଭାଇରାଲ

PFI ଅଧିକାରୀଙ୍କ ଘରେ ପହଞ୍ଚିଲା NIA

ଆତଙ୍କୀ କାର୍ଯ୍ୟକଳାପରେ PFIର ଅଧ୍ୟକ୍ଷ ସମ୍ପୃକ୍ତ ଥିବାରୁ କେରଳର ମଞ୍ଜରୀର ପିଏଫଆଇ ଚେୟାରମ୍ୟାନ ଓଏମଏ ସଲାମଙ୍କ ଘରେ ଚଢାଉ କରିଛି ଏନଆଇଏ ଓ ଇଡି । ବୁଧବାର ବିଳମ୍ବିତ ରାତିରେ NIA ରେର୍ଡ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ମଧ୍ୟ ଜାରି ରହିଛି । ଏଥିରେ PFIର ସମସ୍ତ ଛୋଟ ଏବଂ ବଡ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଉଛି ।

ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ମଧ୍ୟ ଗିରଫ

ଏହାପୂର୍ବରୁ ଏନଆଇଏ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଅନେକ ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ଏହି ଚଢାଉ ପ୍ରାୟ 40ଟି ସ୍ଥାନରେ ହୋଇଥିଲା, ଯେଉଁଥିରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲା । ଏନଆଇଏ ପକ୍ଷରୁ କୁହାଯାଇଛି ଯେ ଏହି ଚଢାଉ ସମୟରେ ଅନେକ ଡିଜିଟାଲ ଉପକରଣ ଓ ଡକ୍ୟୁମେଣ୍ଟ ଜବତ କରାଯାଇଛି । ଗିରଫ ଲୋକଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା । ଏହି ଆଧାରରେ ବର୍ତ୍ତମାନ କେରଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରାଯାଉଛି ।

ଦେଶବିରୋଧି କାର୍ଯ୍ୟ ଅଭିଯୋଗରେ ଅଗଷ୍ଟ 26ରେ NIAର ହାଇଦ୍ରାବାଦ ଶାଖା ଏକ ମାମଲା ରୁଜୁ କରିଥିଲେ । ନିଜାମବାଦ ନିବାସୀ ଅବଦୁଲ ଖଦରଙ୍କ ସମେତ ମୋଟ 26 ଜଣଙ୍କୁ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଥିଲା । ଏହି ବ୍ୟକ୍ତି ବିଶେଷମାନେ ଅନ୍ୟମାନଙ୍କ ସହ ମିଶି ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ଷଡଯନ୍ତ୍ର କରୁଥିବାର ଅଭିଯୋଗ ହୋଇଥିଲା ।

Last Updated :Sep 22, 2022, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.