ETV Bharat / international

ଦକ୍ଷିଣ କୋରିଆ ବିରୋଧୀ ଦଳ ନେତାଙ୍କୁ ଛୁରାମାଡ଼

author img

By ETV Bharat Odisha Team

Published : Jan 2, 2024, 11:09 AM IST

ଦକ୍ଷିଣ କୋରିଆ ବିରୋଧୀ ଦଳ ନେତାଙ୍କୁ ଛୁରା ମାଡ
man stabs Lee Jae myung

South Korea's Opposition Leader Stabbed: ଦକ୍ଷିଣ କୋରିଆରେ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟଙ୍କୁ ଛୁରାମାଡ । ଆକ୍ରମଣକାରୀକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ସିଓଲ: ଦକ୍ଷିଣ କୋରିଆରେ ବିରୋଧୀ ଦଳ ନେତା ଲି ଜେ-ମ୍ୟୁଙ୍ଗଙ୍କୁ ମରଣାନ୍ତକ ଆକ୍ରମଣ । ଅଜ୍ଞାତ ବ୍ୟକ୍ତିଙ୍କ ଛୁରାମାଡରେ ଆହତ ହୋଇଛନ୍ତି ଲି । ଦକ୍ଷିଣ ପୂର୍ବ ବୁସାନ ସହର ଗସ୍ତରେ ଯାଇଥିବା ବେଳେ ସେ ଆକ୍ରମଣର ଶିକାର ହୋଇଛନ୍ତି । ଆକ୍ରମଣକାରୀର ପରିଚୟ ମିଳିନଥିବା ବେଳେ ପୋଲିସ ତାକୁ ଗିରଫ କରିଛି । ଏନେଇ ବୁସନର ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏକ ବିବୃତ୍ତିରେ କୁହାଯାଇଛି ଯେ, ବୁସାନରେ ଏକ ନୂତନ ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ତାହା ପରିଦର୍ଶନ କରିବାକୁ ଆସିଥିଲେ ଲି ଜେ-ମ୍ୟୁଙ୍ଗ । ଏହି ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଲି ବିରୋଧୀ ଦଳ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ସେନେଇ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ଆକ୍ରମଣକାରୀକୁ ଗିରଫ କରିଥିଲା । ପୋଲିସ କହିଛି ଯେ, ଆକ୍ରମଣକାରୀ ଜଣଙ୍କ ମୁହଁରେ ଏକ ମାସ୍କ ପିନ୍ଧି ଲିଙ୍କୁ ଆକ୍ରମଣ କରିଥିଲା । କେଉଁ କାରଣ ଯୋଗୁଁ ସେ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟଙ୍କୁ ଆକ୍ରମଣ କଲା ସେନେଇ ପଚରାଉଚରା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-କାନ୍ଧାହାର ମାଷ୍ଟରମାଇଣ୍ଡ ଅଜହର ମୃତ ! ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଅନନୋନ ମ୍ୟାନ’

ମଙ୍ଗଳବାର ସକାଳ 10.27ରେ (ସ୍ଥାନୀୟ ସମୟ) ଏହି ଘଟଣା ଘଟିଥିଲା । ଯାହା କ୍ୟାମେରାରେ କଏଦ ହୋଇଥିଲା । ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ଲି ବୁସାନର ଗାଡୋକ ଦ୍ୱୀପରେ ଏକ ନୂତନ ବିମାନ ବନ୍ଦର ପରିଦର୍ଶନ କରିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ଏହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ନିକଟକୁ ଅଟୋଗ୍ରାଫ୍ ମାଗିବାକୁ ଆସି ଛୁରୀରେ ଆକ୍ରମଣ କରିଥିଲା । ଲିଙ୍କ ବେକର ବାମ ପାର୍ଶ୍ୱରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜଣେ ଅଜ୍ଞାତ ବ୍ୟକ୍ତି ଲିଙ୍କ ବେକକୁ ଏକ ଛୁରୀରେ ଆକ୍ରମଣ କରିଥିଲା । ଏହାପରେ ସେ ତଳେ ପଡି ଯାଇଥିଲେ । ତାଙ୍କ ବେକରୁ ରକ୍ତସ୍ରାବ ହେଉଥିଲା । ଏହି ସମୟରେ ବିରୋଧୀ ଦଳ ନେତାଙ୍କ ନିକଟରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଏକ ରୁମାଲରେ କ୍ଷତ ସ୍ଥାନରେ ରକ୍ତସ୍ରାବ ବନ୍ଦ କରିବାକୁ ଚେଷ୍ଟା କରିଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଭିଡିଓରେ ଦେଖିବାକୁ ମିଳିଛି । 2022ରେ ଦକ୍ଷିଣ କୋରିଆରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ୟୋନ୍ ସୁକ୍-ୟୋଲଙ୍କ ଠାରୁ ସେ ପରାସ୍ତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.