ETV Bharat / bharat

କାନ୍ଧାହାର ମାଷ୍ଟରମାଇଣ୍ଡ ଅଜହର ମୃତ ! ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଅନନୋନ ମ୍ୟାନ’

author img

By ETV Bharat Odisha Team

Published : Jan 1, 2024, 7:39 PM IST

Updated : Jan 1, 2024, 7:49 PM IST

Masood Azhar Dead: କାନ୍ଧାହାର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହରର ମୃତ୍ୟୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ଭାଇରାଲ ହେଉଛି ବିସ୍ଫୋରଣ ଭିଡିଓ । ଅଧିକ ପଢନ୍ତୁ

କାନ୍ଧାହାର ମାଷ୍ଟର ମାଇଣ୍ଡ ଅଜହର ମୃତ ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିସ୍ଫୋରଣର ଭିଡିଓ
କାନ୍ଧାହାର ମାଷ୍ଟର ମାଇଣ୍ଡ ଅଜହର ମୃତ ! ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିସ୍ଫୋରଣର ଭିଡିଓ

ନୂଆଦିଲ୍ଲୀ: କୁଖ୍ୟାତ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଏଏମ)ର ମୁଖ୍ୟ ତଥା 1999 କାନ୍ଧାହାର ବିମାନ ଅପହରଣ ଘଟଣାର ମାଷ୍ଟରମାଇଣ୍ଡ ମସୁଦ ଅଜହର ଏକ ବିସ୍ଫରୋଣରେ ପ୍ରାଣ ହରାଇଥିବା ନେଇ ଚର୍ଚ୍ଚା ହେଉଛି । ଏନେଇ କୌଣସି ନିର୍ଦ୍ଦିଷ୍ଟ ସୂତ୍ରରୁ ଘୋଷଣା କରାଯାଇନଥିଲେ ସୁଦ୍ଧା ସୋସିଆଲ ମିଡିଆରେ ଏହି ଖବର ବହୁଳ ଭାବେ ପ୍ରସାରିତ ହେଉଛି । ଏକ ବିସ୍ଫୋରଣର ଭିଡିଓ ମଧ୍ୟ ଏହି ଖବର ସହ ବହୁଳ ଭାବେ ଟ୍ବିଟରରେ ପ୍ରସାରିତ ହେବାରେ ଲାଗିଛି । ହେଲେ ଏହି ବିସ୍ଫୋରଣଟି କେଉଁ ସ୍ଥାନର ଓ କେବେ ଘଟିଥିଲା ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ସ୍ପଷ୍ଟ ହୋଇନି । କେବଳ ସୋସିଆଲ ମିଡିଆ ଚର୍ଚ୍ଚାକୁ ନେଇ ଏହି ଖବର ପ୍ରକାଶିତ ହୋଇଛି । ଘଟଣାର ସତ୍ୟତା ‘ଇଟିଭି ଭାରତ’ ପକ୍ଷରୁ ସ୍ପଷ୍ଟ କରାଯାଉନି ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିବା ଏକାଧିକ ଆତଙ୍କବାଦୀଙ୍କୁ ନିକଟରେ ଅଜଣା ଆତତାୟୀଙ୍କ ଦ୍ବାରା ହତ୍ୟା କରାଯାଇଛି । ଏପରିକି ଏମାନଙ୍କୁ କି’ଏ ହତ୍ୟା କରୁଛି, ତାହା ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ପୋଲିସ ମଧ୍ୟ ତଦନ୍ତରେ ସ୍ପଷ୍ଟ କରିପାରୁନି । ଆଜି ଅଜହରର ମୃତ୍ୟୁ ଖବର ସହ ଟ୍ବିଟରରେ ହାସଟ୍ୟାଗ ‘ଅନନୋନ ମ୍ୟାନ’ ବୋଲି ଟ୍ରେଣ୍ଡ କରୁଛି ।

୧୯୯୯ ରେ କାଠମାଣ୍ଡରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଆନ ଏୟାର-ଲାଇନ୍ସର ବୋଇଂ-814 କୁ ପାଞ୍ଚ ଜଣ ପାକିସ୍ତାନୀ ଆତଙ୍କବାଦୀ ଅପହରଣ କରି ଆଫଗାନିସ୍ତାର କାନ୍ଧାହାରରେ ଅବତରଣ କରିଥିଲେ । ଅପହରଣକାରୀମାନେ ଯାତ୍ରୀ ଭାବେ ଏହି ବିମାନରେ ଯାତ୍ରା କରି ଏପରି କାଣ୍ଡ ଭିଆଇବାରେ ସଫଳ ହୋଇଥିଲେ । ବିମାନରେ 15 ଜଣ କ୍ରୁ ସଦସ୍ୟଙ୍କ ସମେତ 191 ଜଣ ଯାତ୍ରୀ ଥିଲେ । ତେବେ ଏହି ଅପରହରଣ ପରେ ବିମାନ ଓ ଯାତ୍ରୀଙ୍କୁ ମୁକ୍ତ କରିବା ପ୍ରତିବଦଳରେ ଭାରତୀୟ ଜେଲରେ ବନ୍ଦୀ ଥିବା ମସୁଦ ସମେତ ଏକାଧିକ ପାକିସ୍ତାନୀ ଆତଙ୍କୀଙ୍କୁ ମୁକ୍ତ କରିବାକୁ ତତ୍କାଳୀନ ଭାରତ ସରକାରଙ୍କୁ ବାଧ୍ୟ ହେବାକୁ ପଡିଥିଲା ।

କେମିତି ଥିଲା କାନ୍ଧାହାର ବିମାନ ଅପହରଣର ପୁରା କାହାଣୀ:-

1999 ମସିହା ଡିସେମ୍ବର 24 ତାରିଖରେ ନେପାଳ ରାଜଧାନୀ କାଠମାଣ୍ଡୁରୁ ନୂଆଦିଲ୍ଲୀ ଆସୁଥିବା ଇଣ୍ଡିଆନ ଏୟାରଲାଇନ୍ସର ବିମାନ IC-814କୁ ଭାରତୀୟ ଆକାଶ ସୀମାରୁ ଅପହରଣ କରିନେଇଥିଲେ ତାଲିବାନ ଆତଙ୍କବାଦୀ । ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଆତଙ୍କବାଦୀମାନେ ଯାତ୍ରୀ ଭାବେ ବିମାନରେ ବୋର୍ଡିଂ କରି ଯାତ୍ରା କରିବା ପରେ ବିମାନକୁ ଅପହରଣ କରିଥିଲେ । ଏହାକୁ ପ୍ରଥମେ ପଞ୍ଜାବର ଅମୃତସର ବିମାନ ବନ୍ଦରରେ ଲ୍ୟାଣ୍ଡ କରାଇଥିଲେ । ଏହାକୁ ପରେ ପାକିସ୍ତାନର ଲାହୋର, ଦୁବାଇ ବିମାନ ବନ୍ଦର ଓ ଶେଷରେ ଆଫଗାନିସ୍ତାନ କାନ୍ଧାହାରରେ ଲ୍ୟାଣ୍ଡ କରାଇଥିଲେ ଆତଙ୍କବାଦୀ ।

ଏହା ମଧ୍ୟ ପଢନ୍ତୁ:- ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାରକୁ ଆତଙ୍କବାଦୀ ଘୋଷଣା କଲା ଭାରତ

ବିମାନରେ ଆତଙ୍କବାଦୀଙ୍କ ସମେତ ମୋଟ 176 ଯାତ୍ରୀ ଓ 15 ଜଣ କ୍ର୍ୟୁ ସଦସ୍ୟ ଥିଲେ । ବିମାନକୁ ମୁକ୍ତ କରିବା ପାଇଁ ଗିରଫ ହୋଇ ଭାରତୀୟ ଜେଲରେ ଥିବା କିଛି ହାର୍ଡକୋର ଆତଙ୍କୀଙ୍କୁ ମୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲା ଆତଙ୍କୀ ସଂଗଠନ । ପ୍ରାୟ 7 ଦିନ ଧରି ଆତଙ୍କବାଦୀ ଓ ସରକାର ମଧ୍ୟରେ ମୁକ୍ତି ପ୍ରକ୍ରିୟା ପାଇଁ କଥାବାର୍ତ୍ତା ଜାରି ରହିଥିଲା । କିଛି ଆତଙ୍କୀଙ୍କୁ ଭାରତ ସରକାର ମୁକ୍ତ କରିବା ପରେ ବିମାନକୁ ଅପହରଣର 7 ଦିନ ପରେ ଅର୍ଥାତ ଡିସେମ୍ବର 29 ତାରିଖରେ ମୁକ୍ତ କରାଯାଇଥିଲା । ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ବେଳେ 17 ଜଣ ଆହତ ହୋଇଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 1, 2024, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.