ETV Bharat / international

କାନାଡାରେ ବିମାନ ଦୁର୍ଘଟଣା, ଦୁଇ ଭାରତୀୟ ଟ୍ରେନି ପାଇଲଟ ମୃତ

author img

By ETV Bharat Odisha Team

Published : Oct 8, 2023, 7:46 AM IST

Two Indian Trainee Pilots Killed In Plane Crash
Two Indian Trainee Pilots Killed In Plane Crash

କାନାଡା ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା । ମୁମ୍ବାଇର ଦୁଇ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ଓଟଓ୍ବା: କାନାଡ଼ାରେ ବିମାନ ଦୁର୍ଘଟଣା । ଦୁଇ ଭାରତୀୟ ଟ୍ରେନି ପାଇଲଟ ସେମତ 3 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାନାଡ଼ା ବ୍ରିଟିଶ କଲମ୍ବିଆ ଅନ୍ତର୍ଗତ ଚିଲିଓ୍ବାକ ଅଞ୍ଚଳରେ ଶନିବାର ବିମାନ ଦୁର୍ଘଟଣା ହୋଇଥିଲା । ମୃତ ଦୁଇ ପାଇଲଟ ହେଉଛନ୍ତି ମୁମ୍ବାଇର ଅଭୟ ଗଡରୁ ଏବଂ ଯଶ ବିଜୟ ରାମଗୁଡେ । ବିମାନଟି ଉଡ଼ାଣ ଭରିବା ସମୟରେ ବିମାନ ବନ୍ଦର ନିକତସ୍ଥ ଏକଗଛରେ ମାଡ଼ ହୋଇ ଦୁର୍ଘଟଣାର ଶିକାର ହୋଇଥିଲା । କେଉଁ କାରଣରୁ ବିମାନ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-Plane Crash In Brazil: ଲ୍ୟାଣ୍ଡିଂ ବେଳେ କ୍ରାସ ହେଲା ବିମାନ, ୧୪ ମୃତ

ଅଭୟ ଗଡରୁ ହେଉଛନ୍ତି ଭାସାଇର ଏଭର୍ସାଇନ୍ ସିଟିର ବାସିନ୍ଦା । ପାଇଲଟ ହେବାର ସ୍ବପ୍ନ ପୂରଣ ପାଇଁ 2021 ମସିହାରେ କାନାଡା ଯାଇଥିଲେ ସେ। କିନ୍ତୁ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ ପାଇପାର PA-34 Seneca ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନକୁ ବ୍ୟକ୍ତିଗତ ବା ବ୍ୟବସାୟ ପାଇଁ ବ୍ୟବହାର କରାଯାଏ। ଏକ ଗଛରେ ପିଟି ହେବାରୁ ବିମାନଟି ତଳେ ଖସି ପଡ଼ିଥିଲା । ଫଳରେ ଏଥିରେ ଥିବା 3ଜଣଙ୍କର ମୃତ୍ୟୁ ହୋଇଥିଲା। ନକୋଭରଠାରୁ ପ୍ରାୟ 100 କିଲୋମିଟର ଦୂରରେ ଥିବା କାନାଡ଼ା ବ୍ରିଟିଶ କଲମ୍ବିଆ ପ୍ରଦେଶର ଚିଲିଓ୍ବାକ ଅଞ୍ଚଳରେ ବିମାନ ଦୁର୍ଘଟଣା ହୋଇଥିଲା। ବିମାନ ଦୁର୍ଘଟଣା କାହିଁକି ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଅଭୟ ଗଡରଙ୍କ ଜଣେ ପିଲା ଦିନର ବନ୍ଧୁ କହିଛନ୍ତି ଯେ, 2021 ମସିହାରେ କମର୍ସିଆଲ ପାଇଲଟ୍‌ ଲାଇସେନ୍ସ ତାଲିମ ପାଇଁ ଭାରତ ଛାଡ଼ିଥିଲେ ଅଭୟ । ସେ କାନାଡ଼ାରେ 200 ଘଣ୍ଟିଆ ତାଲିମ ଶେଷ କରିବାକୁ ଯାଉଥିଲେ, ଏହାପରେ ସେ ଭାରତ ଫେରିବାକୁ ଯୋଜନା କରିଥିଲେ । କିନ୍ତୁ ଭାରତ ଫେରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି । ଶନିବାର ସକାଳ ସମୟରେ ଅଭୟ ଗଡରଙ୍କ ପରିବାରକୁ ପୁଅର ମୃତ୍ୟୁ ହୋଇଥିବା କାନାଡା କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ଦୁଇ ଭାରତୀୟ ଟ୍ରେନି ପାଇଲଟଙ୍କ ମୃତଦେହ ଭାରତରେ ପହଞ୍ଚିଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ଗତ ସେପ୍ଟେମ୍ବର ମାସରେ ବ୍ରାଜିଲର ପ୍ରସିଦ୍ଧ ପର୍ଯ୍ୟଟନ ସହର ବାର୍ସେଲୋସରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା । ଗୋଟିଏ ବିମାନ ଲ୍ୟାଣ୍ଡିଂ କରୁଥିବା ବେଳେ କ୍ରାସ୍ ହୋଇଯିବାରୁ ୨ ଜଣ ବିମାନ କର୍ମଚାରୀଙ୍କ ସମେତ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଖରାପ ପାଗ ଯୋଗୁଁ ବିମାନଟି ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.