ETV Bharat / international

Earthquake hits in New Zealand: ବାତ୍ୟା ପରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ, ତୀବ୍ରତା ୬.୧ ରେକର୍ଡ

author img

By

Published : Feb 15, 2023, 3:28 PM IST

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ
earthquake hits in new Zealand

ବାତ୍ୟା ତାଣ୍ଡବ ପରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ରିକ୍ଟର ସ୍କେଲରେ ୬.୧ ତୀବ୍ରତା ରେକର୍ଡ । ଅଧିକ ପଢ଼ନ୍ତୁ

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡରେ ବାତ୍ୟା ଗ୍ରାବିଏଲର ତାଣ୍ଡବ ପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟୁଜଲାଣ୍ଡର ଉତ୍ତର ପଶ୍ଚିମରେ ଥିବା ୱେଲିଙ୍ଗଟନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରେକର୍ଡ କରାଯାଇଛି ।

ପ୍ରାଥମିକ ତଥ୍ୟ ଅନୁୟାୟୀ, ଆଜି (ବୁଧବାର) ସ୍ଥାନୀୟ ସମୟ ରାତି ୭.୩୮ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ଉତ୍ତର-ପଶ୍ଚିମର ପାରାପାରମୁ ଠାରୁ ୫୦ କିମି ଦୂରରେ ରହିଥିବାବେଳେ ଗଭୀରତା ୭୬ କିଲୋମିଟର ରେକର୍ଡ କରାଯାଇଛି । ଭୂକମ୍ପର ଏତେ ଭୟଙ୍କର ଥିଲା ଯେ, ୧୫ ମିନିଟ ମଧ୍ୟରେ ୩୧ ହଜାରରୁ ଅଧିକ ଲୋକ ଏହାକୁ ଅନୁଭବ କରିଥିଲେ ।

ଏହା ଏକ ବଡ଼ ଧରଣର ଭୂକମ୍ପ ବୋଲି ନ୍ୟୁଜଲାଣ୍ଡର ସିଭିଲ ଡିଫେନ୍ସ ଏଜେନ୍ସି ସୂଚନା ଦେଇଛି । ତେବେ ଭୂକମ୍ପ ଜନିତ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । କେହି ମୃତାହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିନାହିଁ । ନ୍ୟୁଜିଲାଣ୍ଡରେ ବାତ୍ୟା ଗ୍ରାବିଏଲର ଭୟଙ୍କର ତାଣ୍ଡବ ପରେ ଭୂକମ୍ପକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ: Twitter New CEO: ମସ୍କ ପାଇଗଲେ ନୂଆ ସିଇଓ, କହିଥିଲେ 'ବୋକାକୁ ଦାୟିତ୍ବ ଦେଇ ପଦ ଛାଡିବି'


ସୂଚନା ଥାଉକି, ବାତ୍ୟା ଗ୍ରାବିଏଲ ଯୋଗୁଁ ନ୍ୟୁଜିଲାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଭୂସ୍ଖଳନ ଘଟି ତିନି ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଏହାକୁ ଦୃଷ୍ଟିରେ ରଖି ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଦେଶର ୬ଟି ଅଞ୍ଚଳରେ ଜରୁରୀ ପରିସ୍ଥିତି ଲାଗୁ ହୋଇଛି । ଅଞ୍ଚଳ ଗୁଡ଼ିକ ହେଲେ ନର୍ଥଲ୍ୟାଣ୍ଡ, ଅକଲ୍ୟାଣ୍ଡ,ତାଇରାହ୍ବିଟି, ବେ ଅଫ୍ ପ୍ଲେଣ୍ଟି, ୱାଇକାଟୋ, ହୱକେସ ୱେ ।

ଏହା ମଧ୍ୟ ପଢ଼ନ୍ତୁ: ନ୍ୟୁଜିଲାଣ୍ଡରେ ବାତ୍ୟା ତାଣ୍ଡବ, ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ସରକାର

ବାତ୍ୟା ଯୋଗୁଁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଅନ୍ଧାରରେ ରହିଛନ୍ତି । ଭୂସ୍ଖଳନ ଓ ବନ୍ୟା ଯୋଗୁଁ ବ୍ୟାପକ ଘର ନଷ୍ଟ ହୋଇଛି । ଏପରିକି କିଛି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ଏହାକୁ ନେଇ କେତେକ ସ୍ଥାନରେ ଟ୍ରେନ ଓ ବିମାନ ଚଳାଚଳ ବନ୍ଦ ରହିଥିଲା । ତେବେ ନ୍ୟୁଜିଲାଣ୍ଡରେ ବାତ୍ୟା ଭୟ ଜାରି ରହିଥିବାବେଳେ ଶକ୍ତିଶାଳୀ ଭୂକମ୍ପ ଲୋକଙ୍କୁ ଆହୁରି ଆତଙ୍କିତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.