ETV Bharat / science-and-technology

Twitter New CEO: ମସ୍କ ପାଇଗଲେ ନୂଆ ସିଇଓ, କହିଥିଲେ 'ବୋକାକୁ ଦାୟିତ୍ବ ଦେଇ ପଦ ଛାଡିବି'

author img

By

Published : Feb 15, 2023, 2:16 PM IST

ଟ୍ବିଟର ସିଇଓ ପାଇଗଲେ ଏଲନ୍ ମସ୍କ । କୁକୁରକୁ ବ୍ଲାକ୍ ସାର୍ଟ ପିନ୍ଧାଇ ତା' ଛାତିରେ ସିଇଓ ଲେଖି କାର୍ଯ୍ୟଭାର ଦେଲେ ! ଅଧିକ ପଢନ୍ତୁ

Twitter New CEO
Twitter New CEO

ନୂଆଦିଲ୍ଲୀ: ଶେଷରେ ସିଇଓ ପାଇଗଲେ ଏଲନ୍ ମସ୍କ । ଟ୍ବିଟରର ସିଇଓ କାହାକୁ କରିବେ ବୋଲି ଏକଦା ମାଲିକ ଏଲନ୍ ମସ୍କ ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ଛାପିଥିଲେ । ଶେଷରେ ତାଙ୍କୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମିଳିଯାଇଛି । ମସ୍କ ତାଙ୍କ ପୋଷା କୁକୁରକୁ ଏହି ଦାୟିତ୍ବ ଦେଇଥିବା ଜଣାପଡିଛି । ତେବେ ମସ୍କ ଜଣେ ବୋକାକୁ ଟ୍ବିଟର ସିଇଓ ଦାୟିତ୍ବ ଦେଇ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ । ଶେଷରେ କୁକୁରକୁ ଦାୟିତ୍ବ ଦେଇଛନ୍ତି ।

ଖବର ଅନୁସାରେ, ଖୋଦ୍ ଏଲମ୍ ମସ୍କ ଏନେଇ ଏକ ଟ୍ୱିଟ୍‌ ପୋଷ୍ଟ୍ କରି ସୂଚନା ଦେଇଛନ୍ତି । କୁକୁରକୁ ବ୍ଲାକ୍ ସାର୍ଟ ପିନ୍ଧାଇ ତା' ଛାତିରେ ସିଇଓ ଲେଖି "ଦ ନ୍ୟୁ ସିଇଓ ଅଫ୍ ଟ୍ବିଟର୍ ଇଜ୍ ଆମେଜିଂ" ବୋଲି ଲେଖିଛନ୍ତି । କେବଳ ଏତିକି ନୁହେଁ, ସିଇଓ ପୋଷ୍ଟ ପାଇଁ ଅନ୍ୟ ଲୋକଙ୍କ ଅପେକ୍ଷା କୁକୁର ସବୁଠୁ ଭଲ ବୋଲି ମସ୍କ କହିଛନ୍ତି । ମସ୍କ୍‌ଙ୍କ ଏହି ଟ୍ବିଟ୍ ପରେ ଚର୍ଚ୍ଚା ଜୋର୍ ଧରିଛି ।

ତେବେ କହି ରଖୁଛୁ ଯେ, ଏଲନ୍ ମସ୍କ ସିଇଓ ଆସନରେ ତାଙ୍କ ପୋଷା କୁକୁରକୁ ବସାଇଛନ୍ତି । ଯାହାର ନାମ ଫ୍ଲୋକି । ଖବର ଲେଖା ହେବା ସୁଦ୍ଧା, ମସ୍କଙ୍କ ଏହି ପୋଷ୍ଟକୁ 28 ହଜାର 7 ଶହ ଲାଇକ୍ ମିଳିଛି । ଏଥିସହିତ 9,244 ଲୋକ କମେଣ୍ଟ କରିଛନ୍ତି । ୟୁଜର୍ସ ମସ୍କଙ୍କ ଏପରି ପୋଷ୍ଟକୁ ମଜାଳିଆ ଢଙ୍ଗରେ ନେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Twitter Blue Service: ଭାରତରେ ସେବା ଆରମ୍ଭ, ମାସକୁ ଦେବେ ଏତିକି ଟଙ୍କା

କହି ରଖୁଛୁ ଯେ, ଗତ ବର୍ଷ ଅକ୍ଟୋବରରେ ଏଲନ ମସ୍କ 44 ବିଲିୟନ ଡଲାରରେ ଟ୍ବିଟରକୁ ନିଜ ଅଧୀନକୁ ନେଇଥିଲେ । ଏହାପରେ ସେ ସଂସ୍ଥାର କର୍ମଜୀବୀଙ୍କ ସଂଖ୍ୟା ହ୍ରାସ କରିବା ସହ ବ୍ୟାପକ ପରିବର୍ତ୍ତନ ଆଣିଥିଲେ । ନୂଆ ନୂଆ ଫିଚର୍ସ ସାଙ୍ଗକୁ ଟ୍ବିଟର ନୀତିର ମଧ୍ୟ ପରିବର୍ତ୍ତନ ଜାରି ରଖିଛନ୍ତି ମସ୍କ । ଏହାରି ମଧ୍ୟରେ ଗତ ବର୍ଷ ଶେଷ ଆଡକୁ ସେ ଟ୍ବିଟର ସିଇଓ ପଦ ଛାଡିବା ଉଚିତ୍ କି ନୁହଁ ୟୁଜର୍ସଙ୍କୁ ଏକ ପୋଷ୍ଟ ମାଧ୍ୟମରେ ପଚାରିଥିଲେ । ସର୍ଭେ ଅନୁସାରେ ଅଧିକାଂଶ ୟୁଜର୍ସ ସେ ପଦ ଛାଡିଦେବା ଭଲ ବୋଲି କହିଥିଲେ । ଶେଷରେ ମସ୍କ ମଧ୍ୟ ସର୍ତ୍ତ ହିସାବରେ ପଦ ଛାଡିବା ପାଇଁ ଘୋଷଣା କରିଥିଲେ ।

ଜଣେ ବୋକାକୁ ପଦ ଦେଇ କାର୍ଯ୍ୟଭାର ଛାଡିଦେବି ବୋଲି ମସ୍କ ସେତେବେଳେ କହିଥିଲେ । ଚଳିତ ବର୍ଷ ଶେଷ ସୁଦ୍ଧା ଟ୍ୱିଟର ପାଇଁ ନୂଆ ସିଇଓ ଖୋଜିଦେବି, ଏହାପରେ ଦାୟିତ୍ବ ଛାଡିଦେବି ବୋଲି ମସ୍କ କହିଥିଲେ । ଶେଷରେ ସିଇଓ ପାଇଁ ମସ୍କଙ୍କୁ କୁକୁର ହିଁ ମିଳିଲା । ତେବେ କୁକୁର ସବୁଠୁ ବିଶ୍ବସ୍ତ ପ୍ରାଣୀ ହୋଇଥିବାରୁ ମସ୍କଙ୍କ ଏପରି ନିଷ୍ପତ୍ତି ଆଉ ଏକ ସାମାଜିକ ବାର୍ତ୍ତା ମଧ୍ୟ ଦେଉଛି । ସେ ଯାହା ହେଉନା କାହିଁକି, ବିଶ୍ବର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ଆପ୍‌ର ମାଲିକଙ୍କ ଏପରି କାର୍ଯ୍ୟକଳାପକୁ ୟୁଜର୍ସ କେତେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.