ଉତ୍ତର ମେକ୍ସିକୋରେ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୨୬ ଜୀବନ

author img

By

Published : May 15, 2023, 3:54 PM IST

severe road accident in mexico

ଉତ୍ତର ମେକ୍ସିକୋରେ ଟ୍ରାକ୍ଟର, ଟ୍ରଲର ଏବଂ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢ଼ନ୍ତୁ

ମେକ୍ସିକୋ ସିଟି: ଉତ୍ତର ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରାକ୍ଟର, ଟ୍ରଲର ଏବଂ ଭ୍ୟାନ ମଧ୍ୟରେ ଦୁର୍ଘଟଣା ଘଟି ଅତି କମରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଗୁଡ଼ିକ ପରସ୍ପର ଧକ୍କା ହେବାପରେ ନିଆଁ ଲାଗିଯାଇଥିଲା । ରାଜଧାନୀ ସିଉଦାଦ ଭିକ୍ଟୋରିଆରେ ବାହାରେ ଏହି ଦୁର୍ଘଟଣା ଘଟିଥିବା ତମାଉଲିପାସ ଜନସୁରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Texas Shooting: ଟେକ୍ସାସ ମଲରେ ଆଖିବୁଜା ଗୁଳିମାଡ, ଟଳିପଡିଲେ 9 ଜଣ

ସୂଚନା ଅନୁଯାୟୀ, ରବିବାର ସକାଳେ ଉତ୍ତର ମେକ୍ସିକୋର ସିଉଦାଦ ଭିକ୍ଟୋରିଆରେ ବାହାରେ ଗାଡ଼ିଗୁଡିକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଭ୍ୟାନଟି ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଉଛି । ସେହି ସମୟରେ କିଛି ପାସେଞ୍ଜରଙ୍କୁ ନେଇ ଯାଉଥିଲା । ଭ୍ୟାନରେ କିଛି ପିଲାଙ୍କ ସମେତ ମହିଳାମାନେ ଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତକଙ୍କ ପରିଚୟ ଜଣାପଡ଼ାନଥିବା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ନା ସେ ଫେରାର ଅଛନ୍ତି, ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ତଦନ୍ତ ଜାରି ରଖିଥିବାବେଳେ ମୃତକଙ୍କ ପରିଚୟ ପତ୍ର ଉଦ୍ଧାର ହୋଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମେକ୍ସିକୋବାସୀ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: Cyclone Mocha: ମୋକାର ଲ୍ୟାଣ୍ଡଫଲ୍‌ ଜାରି, ମିଆଁମାର-ବାଂଲାଦେଶରେ ଛେଚୁଛି ବର୍ଷା ଭାସୁଛି ଯାନ

ନିକଟରେ ମଧ୍ୟପ୍ରଦେଶର ଖରଗାଓଁରେ ଭୟଙ୍କର ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା । ଏକ ଯାତ୍ରୀବାହୀ ବସ ୫୦ ପୋଲ ଉପରୁ ଖସି ପଡ଼ିବା ଯୋଗୁଁ ୨୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ୨୬ ଜଣ ଆହତ ହୋଇଥିଲେ । ବସଟି ଶ୍ରୀଖଣ୍ଡିରୁ ଇନ୍ଦୋର ଯାଉଥିଲା । ବସଟି ଭାରସାମ୍ୟ ହରାଇ ଖରଗାଓଁ ନିକଟରେ ଥିବା ଏକ ପୋଲ ଉପରୁ ଖସିପଡ଼ିଥିଲା । ମୃତ ୨୪ ଜଣଙ୍କ ମଧ୍ୟରେ ୭ ଶିଶୁ, ୮ ମହିଳା ଓ ୯ ଜଣ ପୁରୁଷ ରହିଥିଲେ । ଏହି ଭୟଙ୍କର ଦୁର୍ଘଟଣା ଯୋଗୁଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଏହାସହ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: RathaKhala Halchal: 3 ରଥର ଚାଲିଛି ପୋଲ ଗୟଳ କାର୍ଯ୍ୟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.