ETV Bharat / international

Texas Shooting: ଟେକ୍ସାସ ମଲରେ ଆଖିବୁଜା ଗୁଳିମାଡ, ଟଳିପଡିଲେ 9 ଜଣ

author img

By

Published : May 7, 2023, 10:29 AM IST

Texas Shooting
Texas Shooting

ଟେକ୍ସାସର ଏକ ମଲ୍‌ରେ ଭୀଷଣ ଗୁଳିମାଡରେ ୯ମୃତ । ପୋଲିସ ଗୁଳିରେ ଆତତାୟୀ ନିହତ । ଅଧିକ ପଢନ୍ତୁ

ଓ୍ବାଶିଂଟନ: ଆମେରିକା ଟେକ୍ସାସର ଏକ ସପିଂ ମଲରେ ଆଖିବୁଜା ଗୁଳିମାଡ । ମଲକୁ ଆସି ଆଖିବୁଜା ଗୁଳିଚାଳନା କଲେ ଆତତାୟୀ । ଗୁଳିମାଡରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

ସୂଚନାଅନୁସାରେ, ଗତକାଲି(ଶନିବାର) ଅପରାହ୍ନରେ ଆମେକିକାର ଟେକ୍ସାସର ଡାଲସାରେ ଏକ ଜନଗହଳିପୂର୍ଣ୍ଣ ସପିଂ ମଲରେ ଜଣେ ବନ୍ଧୁକଧାରୀ ଆସି ଅତର୍କିତ ଗୁଳି ଚାଳନା କରିଥିଲା । ଅପରାହ୍ନ ପ୍ରାୟ ୩.୪୦ ମିନିଟରେ ହଠାତ ଜଣ ଆତତାୟୀ ଆସି ଗୁଳି ଚଳାଇଥିଲା । ଜନଗହଳି ହୋଇଥିବାରୁ ଗୁଳିମାଡରେ ୯ଜଣଙ୍କ ପ୍ରାଣ ହରାଇଥିବା ଜଣାପଡିଛି । ଅନ୍ୟପଟେ ଗୁଳିମାଡ ପରେ ବନ୍ଧୁକଧାରୀର ମଧ୍ୟ ଜୀବନ ଯାଇଛି । ଜଣେ ପୋଲିସ ଅଧିକାରୀଙ୍କ ଗୁଳିରେ ଆତତାୟୀଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ତେବେ ଉଦ୍ଧାରକାରୀ ଟିମର ଏକ ସଦସ୍ୟ କହିଛନ୍ତି, "ଆଖିବୁଜା ଗୁଳିମାଡ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । 7 ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ରହିଥିବା ଜଣାପଡିଛି ।"

ତେବେ ଡାଲସ ହସ୍ପିଟାଲ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଥିଲା ଯେ,"9 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ବୟସ ୫ରୁ ୬୧ ବର୍ଷ ହେବା ନେଇ ଅନୁମାନ କରାଯାଉଛି । " କିନ୍ତୁ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଗୁଳିଚାଳନା ପରେ ଉକ୍ତ ମହଲରେ ଲୋକଙ୍କ ଭିଡ ଜମିଥିବା ବେଳେ ଲୋକେ ଭୟଭୀତ ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: King Charles Coronation: ଭାରତ ଚାପ ଆଗରେ ନଇଁଲା କି ବ୍ରିଟେନ ? କୋହିନୂର ହୀରା ପିନ୍ଧିଲେନି ମହାରାଣୀ

ତେବେ ମଲ ଭିତରେ ଦୋକାନ କରିଥିବା ଜଣେ ଦୋକାନୀ ବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ଜଣ ଆତତାୟୀ ମୁହଁ ଘୋଡାଇ ମଲ ଭିତରକୁ ଆସିଥିଲା । କେହି କିଛି ଜାଣିବା ଆଗରୁ ହଠାତ୍‌ ଗୁଳିଚାଳନା କରିଥିଲା । ଫଳରେ ଲୋକେ ତଳେ ଟଳିପଡିଥିଲେ । ମଲ କବାଟରେ ରକ୍ତ ଛିଟା ପଡିଥିଲା । ମୁଁ ଯେତେବେଳେ ଏହି ଦୃଶ୍ୟ ଦେଖିଲି ଭୟଭୀତ ହୋଇଯାଇଥିଲି । " ବର୍ତ୍ତମାନ ପୋଲିସ ପୁରା ସପିଂ ମଲକୁ ସିଲ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.