ETV Bharat / international

King Charles Coronation: ଭାରତ ଚାପ ଆଗରେ ନଇଁଲା କି ବ୍ରିଟେନ ? କୋହିନୂର ହୀରା ପିନ୍ଧିଲେନି ମହାରାଣୀ

author img

By

Published : May 6, 2023, 11:06 PM IST

ଆଜି ରାଜ୍ୟାଭିଷେକରେ କୋହିନୂର ହୀରା ପିନ୍ଧିଲେ ନାହିଁ ବ୍ରିଟିଶ ମହାରାଣୀ । ଅଧିକ ପଢନ୍ତୁ

King Charles III Coronation: କୋହିନୂର ହୀରା ପିନ୍ଧିଲେ ନାହିଁ ବ୍ରିଟିଶ ମହାରାଣୀ
King Charles III Coronation: କୋହିନୂର ହୀରା ପିନ୍ଧିଲେ ନାହିଁ ବ୍ରିଟିଶ ମହାରାଣୀ

ହାଇଦ୍ରାବାଦ: ଆଜି ବ୍ରିଟେନର ରାଜା ଭାବେ ଚାର୍ଲ୍ସ ଦ୍ବିତୀୟ ସିଂହାସନ ଆରୋହଣ କରିଛନ୍ତି । ଆଜି ରାଜ୍ୟାଭିଷେକରେ ବ୍ରିଟିଶ ପରମ୍ପରାରୁ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକରେ ରାଣୀ କାମିଲା କୋହିନୁର ହୀରା ନ ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ । ୱେଷ୍ଟମିନିଷ୍ଟର ଆବେରେ ରାଣୀଙ୍କ ମୁକୁଟରେ ଏହି ଐତିହାସିକ ହୀରାକୁ ଦେଖିବାକୁ ମିଳନିଥିଲା । ଯାହାକୁ ନେଇ ଏକାଧିକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାକୁ ବ୍ରିଟିଶ ରାଜାମାନେ ପିନ୍ଧିନଥାନ୍ତି । କେବଳ ରାଣୀମାନଙ୍କ ମୁକଟରେ ଏହା ଶୋଭପାଇଆସୁଥିଲା । ହେଲେ ଚଳିତଥର ଏଥିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜପରିବାର ପକ୍ଷରୁ ମହାରାଣୀଙ୍କର ଏପରି ନିଷ୍ପତ୍ତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ କେବଳ ରାଜନୈତିକ ସମ୍ବେଦନଶୀଳତାକୁ ଏଡାଇବା ପାଇଁ କରାଯାଇଥିବା ସୂଚନା ମିଳିଛି । ଭାରତ ଏହାକୁ ଫେରାଇବାକୁ ଦାବି କରୁଛି । ଏହି କାରଣରୁ ବିବାଦରେ ରହିଛି ଏହି ଐତିହାସିକ କୋହିନୂର । ତେଣୁ ଏହି କାରଣରୁ ଏହାକୁ ରାଜ୍ୟାଭିଷେକ କାର୍ଯ୍ୟକ୍ରମରୁ ମଧ୍ୟ ବାଦ ଦିଆଯାଇଥାଏପାରେ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ:- King Charles Coronation: ବ୍ରିଟେନରେ ଚାଲ୍ସ ଯୁଗ ଆରମ୍ଭ, ଭବ୍ୟ ଉତ୍ସବରେ ଶେଷ ହେଲା ରାଜ୍ୟାଭିଷେକ

ବ୍ରିଟେନରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ରାଜା ଚାର୍ଲ୍ସ-ତୃତୀୟଙ୍କ ରାଜତ୍ବ । ମା’ ତଥା ଦିବଙ୍ଗତ ମହାରାଣୀ ଏଲିଜାବେଥ-ଦ୍ବିତୀୟଙ୍କ ଦେହାନ୍ତ ପରେ ଆସନ ଆରୋହଣ କରିଥିବା ତାଙ୍କର ପୁତ୍ର ଚାର୍ଲ୍ସ-ତୃତୀୟ ଆଜି (ଶନିବାର) ବିଧିବଦ୍ଧ ଭାବେ ଭାବ୍ୟ ରାଜକୀୟ ପରମ୍ପରାରେ ବ୍ରିଟେନର ରାଜ ସିଂହାସନ ଗ୍ରହଣ କରିଛନ୍ତି । ରାଜ୍ୟାଭିଷେକ ଉତ୍ସବରେ ବିଶ୍ବର ପ୍ରମୁଖ ବ୍ୟକ୍ତିବିଶେଷ ଅତିଥି ଭାବେ ସାମିଲ ହୋଇଛନ୍ତି । ବ୍ରିଟିଶ ରାଜ ପରିବାର ପରମ୍ପରା ଅନୁସାରେ ଭାରତୀୟ ସମୟ ଅପରାହ୍ନ ପ୍ରାୟ ସାଢେ 3ଟାରେ ଏହି ରାଜ୍ୟାଭିଷେକ ନୀତି ସମ୍ପନ୍ନ ହୋଇଛି । ଏହି ଭବ୍ୟ ସାମାରୋହ ଓ୍ବେଷ୍ଟମିନିଷ୍ଟର ଆବେରେ ସମ୍ପୂର୍ଣ୍ଣ ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ ଶେଷ ହୋଇଛି । ଏଥିରେ ରାଜପରିବାର ସମସ୍ତ ସଦସ୍ୟଙ୍କ ସହ ପ୍ରାୟ 100 ଟି ଦେଶର ଶାସନ ମୁଖ୍ୟ ଓ ପ୍ରତିନିଧି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖର ସପତ୍ନୀକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଏକ ଭବ୍ୟ ସମାରୋହରେ ରାଜା ଚାର୍ଲ-ତୃତୀୟ ଓ ପତ୍ନୀ ତଥା ମହାରାଣୀ କୌମିଲା ବଙ୍ଗିମହମ ପ୍ୟାଲେସରୁ ଓ୍ବଷ୍ଟମିନିଷ୍ଟର ଆବେରେ ପହଞ୍ଚିଥିଲେ । ଏକ ସ୍ବତନ୍ତ୍ର ସ୍ବର୍ଣ୍ଣ ପାଲିଙ୍କି ସଦୃଶ୍ୟ ଘୋଡା ଗାଡିରେ ଉଭୟ ରାଜା ଓ ରାଣୀଙ୍କୁ ରାଜ୍ୟାଭିଷେକ ସ୍ଥଳକୁ ଅଣାଯାଇଥିଲା । ସମ୍ପୂର୍ଣ୍ଣ ସାମରିକ ରାଜକୀୟ ଶୈଳୀରେ ପରେଡ ମାର୍ଚ୍ଚ କରାଯାଇଥିଲା । ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ମନ୍ତ୍ର ଧ୍ବନୀ ଉଚ୍ଚାରଣ କରାଯାଇ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ପରମ୍ପରା ଅନୁସାରେ ରାଜ୍ୟାଭିଶେକ ପାଇଁ ବ୍ୟବହାର ହୋଇଆସୁଥିବା 14 ଶତାବ୍ଦୀର 360 ବର୍ଷ ପୁରୁଣା ସିଂହାସନରେ ରାଜା ଚାର୍ଲ୍ସଙ୍କୁ ବସାଯାଇଥିଲା । ଉଭୟ ରାଜା-ରାଣୀ ସ୍ବତନ୍ତ୍ର ପୋଷାକ ଓ ଆଭୁଷଣ ପରିଧାନ କରିଥିଲେ । ସ୍ବତନ୍ତ୍ର ବାଇବେଲର ମନ୍ତ୍ରଧ୍ବନୀ ସହ ଚାର୍ଲ୍ସଙ୍କ ମସ୍ତକରେ ଏଡଓ୍ବାର୍ଡ କ୍ରାଉନ ପିନ୍ଧାଯାଇଥିଲା । ଏହା ସହ ‘‘ଇଶ୍ବର ସମ୍ରାଟଙ୍କର ରକ୍ଷା କରନ୍ତୁ’’ ବୋଲି ଧର୍ମଗୁରୁମାନେ ମନ୍ତ୍ର ଉଚ୍ଚାରଣ କରିଥିଲେ । ପରେ ରାଜ୍ୟାଭିଷେକ ତୋପ ସଲାମି ପ୍ରଦାନ କରାଯାଇଥିଲା । ବ୍ରିଟିଶ ରାଜ ସିଂସାହନରେ ବସିଥିବା ସର୍ବାଧିକ ବୟସ୍କ ରାଜା ହେଉଛନ୍ତି ଚାର୍ଲ୍ସ-ତୃତୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.