RathaKhala Halchal: 3 ରଥର ଚାଲିଛି ପୋଲ ଗୟଳ କାର୍ଯ୍ୟ

By

Published : May 15, 2023, 3:45 PM IST

thumbnail

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିଲାଗି ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ। ତିନିରଥର ମୋଟ ୪୨ ଗୋଟି ଚକରୁ ୩୩ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ବଜ ରଥର ମୋଟ ୧୪ ଗୋଟି ଚକରୁ ୧୧ ଗୋଟିଚକ ନିର୍ମାଣ ଶେଷ ହୋଇଛି ।୧୨ ତମ ଚକର ତୁମ୍ବ ଅରରେ ପଇ ପିନ୍ଧା ସରି ତୁମ୍ବ ଅଖ ବିନ୍ଧର ଠେକ ତୁଲିଆ କାର୍ଯ୍ୟ ଜାରି ରହିଛି । ୧୩ ତମ ଚକର ତୂମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଛି । ୧୪ ତମ ତଥା ଶେଷଚକ ତୂମ୍ବରେ ଅର ସଂଯୋଗ ହୋଇଯନ୍ତାଗାଡ଼ଠାରେ ତୁମ୍ବରେ ସଂଯୋଗ ଅରରେ କଣ୍ଟା ବାଡ଼ିଆ କାର୍ଯ୍ୟ ବାକି ରହିଛି।  

ତାଳଧ୍ଵଜ ରଥର ବାକି ୬ ଗୋଟି ଅଖର ଦୁଇ ପାର୍ଶ୍ବ ମୁହଁର ଗୋଳେଇକାର୍ଯ୍ୟ ଆରମ୍ଭ ହୋଇଛି। ଦର୍ପଦଳନ ରଥର ୧୦ମ ଚକର ତୂମ୍ବରେ ପଇ ପିନ୍ଧା ସରି ତୁମ୍ବ ଅଖ ବିନ୍ଧର ଠେକ ତୁଲିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପଇ କଳଶା ପରେ ଅରରେ ପଇ ମଜବୁତ ହୋଇ ରହିବା ପାଇଁ ପଇ ବିନ୍ଧରେ କିଳା ବାଡ଼ିଆ ବା ବିଲେଇ ବାଡ଼ିଆ କାର୍ଯ୍ୟ ବାକି ରହିଛି । ୧୧ ତମ ଚକର ପଇ ପିନ୍ଧା ସରି ଠେକ ତୁଲୁଆ ଏବଂ ପଇ କଳଶା ବାକି ରହିଛି। ଦେବୀ ରଥର ଶେଷ ଚକ ବା ୧୨ ତମ ଚକର ତୂମ୍ବରେ ଅର ସଂଯୋଗ ବାକି ଅଛି ଏଥିସହ ଆଜି ଦର୍ପଦଳନ ବା ଦେବୀ ରଥର ବାକି ୫ ଗୋଟି ଅଖରନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଏହା ବି ପଢନ୍ତୁ- ପୁରୀ ବେଳାଭୂମିରେ G20 ପ୍ରତିନିଧି ମଣ୍ଡଳୀର‌ ଦ୍ବିତୀୟ ସାଂସ୍କୃତିକ ବୈଠକ

ନନ୍ଦିଘୋଷ ରଥର ଆଜି ସୁଦ୍ଧା ମୋଟ ୧୬ ଗୋଟି ଚକରୁ ୧୩ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ୧୪ତମ ଚକ ପାଇଁ ପଇ ବିନ୍ଧ ଜାରି ରହିଛି । ପଇ ବିନ୍ଧ ପରେ ଅରରେ ପଇ ସଂଯୋଗ ହୋଇ କଳଶା କାର୍ଯ୍ୟ ହେବ । ୧୫ ତମ ଚକର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ଶେଷ ହାଇଛି । ଶେଷ ୧୬ତମ ଚକ ପାଇଁ ଅର ଶାଲ ଶେଷ ହୋଇଛି ।  ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ବାକି ଅଛି । ନନ୍ଦିଘୋଷ ରଥର ବାକି ୭ଗୋଟି ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କରତି ସେବକ ମାନେ ତାଳଧ୍ବଜ ରଥର ୪୦ଫୁଟିଆ ପୋଲ ଗୟଳ କାଠର ଦୁଇ ପାର୍ଶ୍ବ ଚିତା କାର୍ଯ୍ୟ ଶେଷ କରି ଆଜି ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି।

ତିନି ରଥର ରୂପକାର ସେବକ ମାନେ ତିନିରଥ ପାଇଁ ଉଦ୍ଦିଷ୍ଟ କୋଣ ଗୁଜଗୁଡିକରେ ନୃସିଂହ ରୂପ ଖୋଦେଇ ଜାରି ରଖିବା ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡିକର ପଲିସ କାର୍ଯ୍ୟ ଜାରି ରଖିଛନ୍ତି । ତିନିରଥର ଓଝା ସେବକମାନେ ତିନିରଥର ପନ୍ଦାରି, ବଳା, ପନ୍ଦାରି ଚାବି ଶେଷ ପରେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଆଦି ପ୍ରସ୍ତୁତି ଆରମ୍ଭ କରିଛନ୍ତି ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.