ETV Bharat / international

ଚୀନରେ କୋଭିଡ କଟକଣା କୋହଳ, ବିଦେଶୀ ଯାତ୍ରୀଙ୍କ ପାଇଁ ହଟିଲା କ୍ବାରେଣ୍ଟାଇନ

author img

By

Published : Jan 8, 2023, 5:00 PM IST

quarantine ends for foreign traveler in china
ଚୀନରେ କୋରୋନା ସ୍ଥିତି

ଚୀନରେ କୋରୋନା ସ୍ଥିତ ଅସମ୍ଭାଳ । ଚୀନରେ କଟକଣା ହଟାଇବା ପରେ ଦୈନିକ ଲକ୍ଷାଧିକ ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜିଠାରୁ ବିଦେଶୀ ଯାତ୍ରୀଙ୍କ ପାଇଁ କ୍ବାରେଣ୍ଟାଇନ କଟକଣା ହଟାଇଲେ ଚୀନ ସରକାର । ଅଧିକ ପଢ଼ନ୍ତୁ

ବେଜିଂ: ଚୀନରେ ବେକାବୁ କୋରୋନା । ପ୍ରତିଦିନ ଲକ୍ଷାଧି୍କ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ହଜାର ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ଚୀନରେ ସାଂଘାତିକ ସ୍ଥିତି ନେଇ ସାରା ବିଶ୍ବ ଚିନ୍ତା ପ୍ରକଟ କରିଛି । ଏହାରି ମଧ୍ୟରେ ଚୀନରେ ଆଜିଠାରୁ ବିଦେଶୀ ଯାତ୍ରୀଙ୍କ ପାଇଁ କଟକଣା କୋହଳ କରିଛି । ଏଣିକି ବିଦେଶୀ ଯାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ । ଯାହା ଫଳରେ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି । ଏଥିସହ ବିମାନ ଚଳାଚଳ ଏବଂ ବନ୍ଦର ଉପରୁ ସମ୍ପୂର୍ଣ୍ଣ କଟକଣା ହଟାଇ ଦିଆଯାଇଛି । ଚୀନରେ କୋରୋନା ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ସରକାରଙ୍କ ପକ୍ଷରୁ କଟକଣା ହଟାଇବା ନିଷ୍ପତ୍ତି ନିଆଯାଇଛି ।

ମାର୍ଚ୍ଚ 2020ରୁ ଚୀନରେ ବିଦେଶୀ ଯାତ୍ରୀଙ୍କ ପାଇଁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ରହିଥିଲା । ସମସ୍ତ ବିଦେଶୀ ଯାତ୍ରୀ ସେଣ୍ଟ୍ରାଲାଇଜଡ ଗଭରମେଣ୍ଟ ଫ୍ୟାସିଲିଟିରେ କ୍ବାରେଣ୍ଟାଇନରେ ରହୁଥିଲେ । ଗ୍ରୀଷ୍ମ ଋତୁରେ କ୍ବାରେଣ୍ଟାଇନ ଅବଧି 3 ସପ୍ତାହରୁ 5 ଦିନକୁ ହ୍ରାସ କରାଯାଇଥିଲା । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଏହା ପୂର୍ବରୁ ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ପ୍ରଥମେ କ୍ବାରେଣ୍ଟାଇନରେ ରହିବାକୁ ପଡୁଥିଲା । କୋଭିଡ ନୀତିକୁ ବିରୋଧ କରି ଚୀନରେ ଲୋକଙ୍କ ଉତ୍ତେଜନା ପରେ ଜିରୋ କୋଭିଡ ପଲିସିକୁ ରଦ୍ଦ କରାଯାଇଥିଲା । ସେବେଠାରୁ ଦେଶରେ ଦୈନିକ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ: ଶିକ୍ଷୟତ୍ରୀଙ୍କ ଉପରକୁ ଗୁଳିମାଡ କଲା 6 ବର୍ଷର ବାଳକ, ହେପାଜତକୁ ନେଲା ପୋଲିସ

କୋରୋନା କଟକଣା ଲାଗୁ ନେଇ ଏଠାରେ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା । ଏପରିକି ବିକ୍ଷୋଭକାରୀ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ଇସ୍ତଫା ଦାବି କରିଥିଲେ । ଗତ ମାସରେ ଜିରୋ କୋଭିଡ ପଲିସି ଉଠିବା ପରେ ଚୀନବାସୀ ବିଦେଶ ଯାତ୍ରା ଆରମ୍ଭ କରିଥିଲେ । ତେବେ ଚୀନରୁ ଆସୁଥିବା ଯାତ୍ରୀଙ୍କ ଉପରେ ଅନେକ ଦେଶ ପ୍ରତିବନ୍ଧକ ଲଗାଇଛି । ଚୀନରେ ବ୍ୟାପୁଥିବା କୋଭିଡ ସଂକ୍ରମଣ ସମଗ୍ର ଦେଶରେ ଭୟର ବାତାବରଣ ଖେଳାଇଛି । ଚୀନ ସମେତ ଅନେକ ଦେଶରେ ନୂଆ ଭାରିଏଣ୍ଟର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ: COVID-19: କୋଭିଡ ତଥ୍ୟ ଲୁଚାଉଛି ଚୀନ, ରିପୋର୍ଟ ମାଗିଲା WHO

ଚୀନ ସମେତ ଆମେରିକା, ଜାପାନ, ବ୍ରାଜିଲ ଓ ବିଶ୍ବର ଅନେକ ଦେଶରେ ସଂକ୍ରମଣ ବୃଦ୍ଧି ଯୋଗୁଁ ଭାରତ ଆଗୁଆ ସତର୍କ ହୋଇଛି । ଏଥିପାଇଁ ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ବିଦେଶ ଯାତ୍ରୀମାନଙ୍କ RT-PCR ଟେଷ୍ଟ ବାଧ୍ୟତାମୂଳକ ହୋଇଛି । ସେହିପରି ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଫ୍ରାନ୍ସ, ବ୍ରିଟେନ ମଧ୍ୟ ଚୀନରୁ ଆସୁଥିବା ନାଗରିକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.