ETV Bharat / international

ଶିକ୍ଷୟତ୍ରୀଙ୍କ ଉପରକୁ ଗୁଳିମାଡ କଲା 6 ବର୍ଷର ବାଳକ, ହେପାଜତକୁ ନେଲା ପୋଲିସ

author img

By

Published : Jan 7, 2023, 11:32 AM IST

ଆମେରିକାର ଭର୍ଜିନିଆର ରିକନେକ ଏଲିମିଣ୍ଟାରି ସ୍କୁଲରେ ଅଭାବନୀୟ ଘଟଣା । ଶିକ୍ଷୟତ୍ରୀଙ୍କୁ ଗୁଳି ମାଡ କଲା ୬ ବର୍ଷର ନାବାଳକ । ପରେ ପୋଲିସ ନାବାଳକକୁ ହେପାଜତକୁ ନେଇଛି । ଅଧିକ ପଢନ୍ତୁ

Six year old boy in custody for shooting teacher
Six year old boy in custody for shooting teacher

ଓ୍ବାଶିଂଟନ: ସ୍କୁଲରେ ଶିକ୍ଷୟତ୍ରୀଙ୍କୁ ଗୁଳି ମାଡ । ଶିକ୍ଷୟତ୍ରୀଙ୍କ ଉପରକୁ ଗୁଳି ଚଲାଇଲା ୬ ବର୍ଷର ବାଳକ । ଆମେରିକାର ଭର୍ଜିନିଆର ରିକନେକ ଏଲିମିଣ୍ଟାରି ସ୍କୁଲ(Rickneck Elementary School )ରେ ଏଭଳି ଘଟଣା ଘଟିଥିବା ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଏଭଳି ଘଟଣା ପରେ ନାବାଳକକୁ ହେପାଜତକୁ ନେଇଛି ପୋଲିସ (Six year old boy shooting teacher at elementary school in Virginia)। ଗୁଳି ମାଡରେ ଶିକ୍ଷୟତ୍ରୀ ଜଣଙ୍କ ଆହତ ହୋଇଛନ୍ତି ।

ଏନେଇ ପୋଲିସ ଚିଫ୍ ଷ୍ଟେଭେ ଡ୍ରିୟୁ କହିଛନ୍ତି ଯେ, ‘‘ଜଣେ ଶିକ୍ଷୟତ୍ରୀଙ୍କୁ ଶ୍ରେଣୀଗୃହରେ ଗୁଳିମାଡ କରାଯାଇଥିଲା । ଏନେଇ ଖବର ମିଳିବାପରେ ତଦନ୍ତ ଆରମ୍ଭ ହୋଇଥିଲା । ଏହାପରେ ଗୁଳି କରିଥିବା ନାବାଳକ ସେହି ବିଦ୍ୟାଳୟର ବୋଲି ଜଣାପଡିବା ପରେ ତାଙ୍କୁ ହେପାଜତକୁ ନିଆଯାଇଛି ।’’ ବର୍ତ୍ତମାନ ନାବାଳକ ଜଣକ ହେପାଜତରେ ଥିବା ନେଇ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି ପୋଲିସ ।

ଗୁଳି ମାଡରେ ଶିକ୍ଷୟତ୍ରୀ ଜଣଙ୍କ ଆହତ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଥିବାବେଳେ ତଦନ୍ତ ଜାରି ରହିଥିବା ଜଣାପଡିଛି । ନାବାଳକକୁ ପଚରାଉଚରା ପାଇଁ ପୋଲିସ ବିଭାଗ କମନୱେଲଥ ଆଟର୍ଣ୍ଣି ଏବଂ ଅନ୍ୟ କେତେକ ସଂସ୍ଥା ସହ ଯୋଗାଯୋଗରେ ରହିଛି । ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ‘‘ପୂର୍ବରୁ ଛାତ୍ର ଓ ଶିକ୍ଷୟତ୍ରୀଙ୍କ ମଧ୍ୟରେ ବିବାଦ ରହିଥିଲା । ଯାହାକୁ ନେଇ ନାବାଳକ ଜଣଙ୍କ ଶିକ୍ଷୟତ୍ରୀଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଘଟଣାରେ ଅନ୍ୟ କୌଣସି ଛାତ୍ରଙ୍କ ସମ୍ପୃକ୍ତି ନାହିଁ । ତେବେ ବିଦ୍ୟାଳୟକୁ ଏହି ବନ୍ଧୁକ କିପରି ଆସିଲା ସେନଇ ତଦନ୍ତ ମଧ୍ୟ ଜାରି ରହିଛି ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.