ETV Bharat / international

COVID-19: କୋଭିଡ ତଥ୍ୟ ଲୁଚାଉଛି ଚୀନ, ରିପୋର୍ଟ ମାଗିଲା WHO

author img

By

Published : Dec 31, 2022, 10:38 AM IST

ବଢୁଥିବା କୋରୋନା ସଂକ୍ରମଣକୁ ନେଇ କୋଭିଡ ରିପୋର୍ଟ ସାର୍ବଜନୀନ କରିବାକୁ ଚୀନକୁ ପରାମର୍ଶ ଦେଲା ହୁ । ନିକଟରେ କୋଭିଡ ତଥ୍ୟ ଲୁଚାଇବା ଭଳି ଅଭିଯୋଗ ରହିଛି ଚୀନ ବିରୋଧରେ । ଅଧିକ ପଢନ୍ତୁ

WHO
WHO

ନୂଆଦିଲ୍ଲୀ: ଚୀନରେ ବେକାବୁ କୋରୋନା । ହୁ ହୁ ହୋଇ ବଢି ଚାଲିଛି ସଂକ୍ରମଣ (COVID situation in China ) । ପ୍ରତିଦିନ ଲକ୍ଷାଧିକ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ହଜାର ହଜାର କୋଭିଡ ଜନିତ ମୃତ୍ୟୁ ଘଟୁଛି । ଚୀନରେ କୋରୋନାର ଉଦବେଗ ସ୍ଥିତିକୁ ନେଇ ସାରା ବିଶ୍ବ ଚିନ୍ତା ପ୍ରକଟ କରିଛି । ଏହାରି ମଧ୍ୟରେ କୋରୋନା ସଂକ୍ରମଣ ରିପୋର୍ଟ ସାର୍ବଜନୀନ କରିବାକୁ ହୁ (WHO) ମୁଖ୍ୟ ପରାମର୍ଶ ଦେଇଛନ୍ତି ।

କହିରଖୁଛି କି, ବିଶ୍ବର କେତେକ ଦେଶରେ ଏବେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଯାହାକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ଏପରିକି ଚୀନରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ନିକଟରେ ଚୀନ, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ପ୍ରମୁଖ ଦେଶରୁ ଭାରତକୁ ଫେରୁଥିବା ନାଗରିକଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ସେହିପରି ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଫ୍ରାନ୍ସ, ବ୍ରିଟେନ ଭଳି ରାଷ୍ଟ୍ର ମଧ୍ୟ ଚୀନରୁ ଆସୁଥିବା ନାଗରିକଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା 5 ତାରିଖକୁ ଏହି ନିୟମ ଲାଗୁ କରିବେ ବ୍ରିଟେନ ସରକାର ।

ସ୍ପେନ ବି ଲଗାଇଲା ପ୍ରତିବନ୍ଧକ

ଚୀନରେ ବେକାବୁ ସଂକ୍ରମଣକୁ ନେଇ ସ୍ପେନ ସ୍ବାସ୍ଥ୍ୟ ମନ୍ତ୍ରୀ କେରୋଲିନା ଡାରିୟାସ କହିଛନ୍ତି କି, ‘‘ ଚୀନରୁ ଆସୁଥିବା ନାଗରିକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଅଥବା ଡବଲ ଡୋଜ ଭ୍ୟାକ୍ସିନ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ।’’ ଗତ ଗୁରୁବାର ବୈଠକ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ସ୍ପେନ ସରକାର ।

ଭାରତ-ଆମେରିକା ବି କରିଛନ୍ତି ନୂଆ ନିୟମ

ଚୀନରେ କୋରୋନାକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ସଂକ୍ରମିତ ମୃତ୍ୟୁ ହେଉଥିବା ବେଳେ ସରକାରଙ୍କ ଅକଲ ଗୁଡୁମ ହୋଇଯାଇଛି । ନିକଟରେ କୋଭିଡ ରିପୋର୍ଟ ଲୁଚାଇବା ଆରମ୍ଭ କରିଦେଇଛନ୍ତି ଚୀନ ସରକାର । ଏହାକୁ ଦୃଷ୍ଟିରେ ରଖି ଆମେରିକା ଭାରତ ସମେତ ଅନେକ ଦେଶ ଚୀନରୁ ଆସୁଥିବା ନାଗରିକଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି । ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ 72 ଘଣ୍ଟା ଆଗରୁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତା ମୂଳକ କରାଯାଇଛି । କିଛି ଯାତ୍ରୀଙ୍କ କୋଭିଡ ଟେଷ୍ଟ ମଧ୍ୟ କରାଯିବ ।

ଆସନ୍ତା 3ରୁ କୋଭିଡ ରିପୋର୍ଟ ପ୍ରଦାନ କରିବ ଚୀନ !

କୋରୋନା ସଂକ୍ରମଣକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚିନ୍ତା ପ୍ରକଟ କରିଛି । ଏନେଇ ଚୀନର ଅଧିକାରୀଙ୍କ ହୁର ବିଶେଷଜ୍ଞ ଟିମ୍‌ ବୈଠକ କରିଛନ୍ତି । ଏଥିରେ ଚୀନରେ କୋଭିଡ ସଂକ୍ରମଣକୁ ନେଇ ବିଚାର ବିମର୍ଶ କରାଯାଇଛି । ହୁର ମୁଖ୍ୟ କହିଛନ୍ତି କି, ଦେଶରେ କୋରୋନା ସଂକ୍ରମଣ ବଢୁଥିବା ବେଳେ ଏଭଳି ତଥ୍ୟ ଲୁଚାଇବା ଚିନ୍ତାକୁ ଦ୍ବିଗୁଣିତ କରୁଛି । ତେଣୁ କୋଭିଡ ରିପୋର୍ଟକୁ ସାର୍ବଜନୀନ କରିବାକୁ ପରାମର୍ଶ ଦେଇଛି ହୁ । ଏପରିକି ଏନେଇ ଆସନ୍ତା 3 ତାରିଖରେ ବୈଠକ ବସିବ । ଯେଉଁଥିରେ ଚୀନ କୋଭିଡ ତଥ୍ୟ ପ୍ରଦାନ କରିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.