ETV Bharat / international

ଭାରତ ମହାସାଗରରେ ଜାହାଜ ଉପରେ ଡ୍ରୋନ ଆକ୍ରମଣ, ଇରାନକୁ ଦାୟୀ କଲା ଆମେରିକା

author img

By ETV Bharat Odisha Team

Published : Dec 24, 2023, 11:24 AM IST

Drone Struck an Oil Tanker Near India
ଭାରତ ମହାସାଗରରେ ଜାହାଜକୁ ଡ୍ରୋନ ଆକ୍ରମଣ

Drone Struck an Oil Tanker: ପଣ୍ୟବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣାରେ ଇରାନକୁ ଦୋଷ ଦେଲା ଆମେରିକା । ଇରାନ ଡ୍ରୋନ ଏହି ଆକ୍ରମଣ କରିଛି ବୋଲି କହିଲା ପେଣ୍ଟାଗନ । ଅଧିକ ପଢନ୍ତୁ

ଓ୍ବାସିଂଟନ: ଭାରତ ମହାସାଗରରେ ପଣ୍ୟବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଘଟଣା । ଆକ୍ରମଣ ପାଇଁ ଇରାନକୁ ଦାୟୀ କଲା ଆମେରିକା । ଇରାନର ଡ୍ରୋନ ଭାରତ ମହାସାଗରରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ କରିଛି ବୋଲି ଦାବି କରିଛି ପେଣ୍ଟାଗନ । ଲାଇବେରିଆ ପତାକା ଲାଗିଥିବା ଏହି ଜାହାଜର ନାମ ହେଉଛି ଏମଭି କେମ ପ୍ଲୁଟୋ । ଗତକାଲି ସନ୍ଧ୍ୟା ସମୟରେ ଭାରତ ମହାସାଗରରେ ଏହି ଜାହାଜ ଉପରକୁ ଡ୍ରୋନ ଆକ୍ରମଣ ହୋଇଥିଲା । ଗୁଜୁରାଟ ପୋରବନ୍ଦର ଠାରୁ ପ୍ରାୟ 200 ନଟିକାଲ ମାଇଲ ଦୂରରେ ଏହି ଘଟଣା ଘଟିଥିଲା । ଏଥିପାଇଁ ଇରାନ ଦାୟୀ । ଇରାନରୁ ଏକପାଖିଆ ଭାବେ ଡ୍ରୋନ ଦ୍ୱାରା ଜାହାଜ ଉପରକୁ ଗୁଳି ଚଳାଯାଇଛି ବୋଲି ପେଣ୍ଟାଗନ ମୁଖପାତ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଭାରତ ମହାସାଗରେ ଏକ ଜାହାଜ ଉପରେ ଡ୍ରୋନ ଷ୍ଟ୍ରାଇକ

2021 ମସିହାରୁ ପଣ୍ୟବାହୀ ଜାହାଜ ଉପରେ ଏହା ଇରାନର ସପ୍ତମ ଆକ୍ରମଣ । ଶନିବାର ଦିନ 20 ଜଣ ଭାରତୀୟ ଏବଂ ଜଣେ ଭିଏତନାମ କ୍ରୁ ସଦସ୍ୟଙ୍କୁ ନେଇ ପଣ୍ୟବାହୀ ଜାହାଜ ଏମଭି କେମ ପ୍ଲୁଟୋ ଭାରତ ଯାଉଥିଲା । ଏହା ଉପରେ ଡ୍ରୋନ୍ ଆକ୍ରମଣ ହେବା ପରେ ନିଆଁ ଲାଗି ଯାଇଥିଲା । ପରେ ଭାରତୀୟ ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଏନେଇ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଆରବ ସାଗରରେ ଜାହାଜ ଅପହରଣ: ଉଦ୍ଧାର ପାଇଁ ପହଞ୍ଚିଲା ଭାରତୀୟ ନୌସେନା

ଏହି ପଣ୍ୟବାହୀ ଜାହାଜ ଡିସେମ୍ବର 19ରେ ୟୁଏଇରୁ ମାଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଡିସେମ୍ବର 25ରେ ଏହା ଗନ୍ତବ୍ୟସ୍ଥଳରେ ପହଞ୍ଚିଥାନ୍ତା । କିନ୍ତୁ ଏହା ପୂର୍ବରୁ ଗତକାଲି (ଶନିବାର) ପଣ୍ୟବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ ଯୋଗୁଁ ନିଆଁ ଲାଗିଥିବା ମୁମ୍ବାଇର ଇଣ୍ଡିଆନ୍ କୋଷ୍ଟଗାର୍ଡ ମାରିଟାଇମ ରେସ୍କ୍ୟୁ କୋଡିନେସନ ସେଣ୍ଟର ଖବର ପାଇଥିଲା । ଜାହାଜରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ଜାହାଜରେ ଥିବ କ୍ରୁ ସଦସ୍ୟମାନେ ସୁରକ୍ଷିତ ରହିଛନ୍ତି । ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜ ଆଇସିଜିଏସ ବିକ୍ରମ ଓ କୋଷ୍ଟଗାର୍ଡ ଡର୍ନିୟରକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଜାହାଜର ସ୍ଥିତି ପରଖିବା ପରେ ଏହା ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ବୋଲି ଭାରତୀୟ ତଟରକ୍ଷୀ ବାହିନୀ ଏକ ବିବୃତ୍ତିରେ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.