ETV Bharat / international

Pak PM Special Advisor Team: କ୍ୟାବିନେଟ ଟିମରେ ୟାସିନ ମଲିକ ପତ୍ନୀ ମୁଶାଲ୍‌

author img

By

Published : Aug 18, 2023, 4:06 PM IST

Pak PM special advisor Team
Pak PM special advisor Team

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକର ପତ୍ନୀ ମିଶାଲ ହୁସେନ । ଅଧିକ ପଢନ୍ତୁ

ଇସଲାମବାଦ: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ୍ କାକର୍‌ଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ ଆତଙ୍କବାଦୀ ତଥା କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ପତ୍ନୀ ମୁଶାଲ ହୁସେନ ମଲିକ । ସ୍ବାମୀ ୟାସିନ ଏବେ ଭାରତରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ମଣ୍ଡଳୀ (SAPM)ରେ ସ୍ବତନ୍ତ୍ର ପରମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ପତ୍ନୀ ମୁଶାଲ । ଏହାସହ ସେ ମାନବାଧିକାର ଓ ମହିଳା ବିକାଶ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ତେବେ ଏ ସମ୍ପର୍କରେ ଗୁରୁବାର ବିଳମ୍ବିତ ରାତ୍ରିରେ ଜଣାପଡ଼ିଛି । ଗତକାଲି ପାକିସ୍ତାନ ରାଷ୍ଟ୍ରପତି ଭବନ ଏୱାନ-ଏ-ସଦରଠାରେ ୧୯ ଜଣିଆ କାମଚଳା ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲ୍‌ଭି । ପାକିସ୍ତାନ ନାଗରିକ ମୁଶାଲଙ୍କ ବ୍ୟତୀତ ଅନ୍ୟ ୪ ଜଣ ସ୍ପେଶାଲ ଆଡଭାଇଜରଙ୍କ ମଧ୍ୟରେ ରହିଛନ୍ତି ଜୱାଦ ଶୋରବ ମଲିକ, ଇଫ୍ତିଖାର ରାଓ, ୱାଶିହ ଶାହ, ସାଇଦା ଆରିଫ ଜେହରା । ମୁଶାଲ ପାକିସ୍ତାନର ମାନବାଧିକାର ଓ ମହିଳା ବିକାଶ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ- ଅନୱର ଉଲ୍ ହକ୍ କାକର୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଜମ୍ମୁକାଶ୍ମୀର ଲିବରେସନ ଫ୍ରଣ୍ଟ (JKLF)ର ମୁଖ୍ୟ ୟାସିନଙ୍କୁ ଗତ ୨୦୦୯ ମସିହାରେ ବିବାହ କରିଥିଲେ ମୁଶାଲ ହୁସେନ୍‌ । ୨୦୦୫ ମସିହାରେ ଯେତେବେଳେ ୟାସିନ ପାକିସ୍ତାନ ଗସ୍ତରେ ରହିଥିଲେ ସେତେବେଳେ ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା । ଏହାପରେ ଉଭୟ ବିବାହ କରିଥିଲେ । ସ୍ବାମୀ ୟାସିନ ଆତଙ୍କବାଦ ପାଣ୍ଠି ମାମଲା ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) କୋର୍ଟରେ ଗତ ୨୦୨୨ ମେ ୨୫ ତାରିଖରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ସ୍ବାମୀ ୟାସିନ ତିହାର ଜେଲରେ କାରାଦଣ୍ଡ ଭୋଗୁଥିବା ବେଳେ ପତ୍ନୀ ମିଶାଲ ନିଜ ଝିଅ ସହିତ ଇସଲାମବାଦରେ ରହୁଛନ୍ତି ।

ଏହା ବି ପଢନ୍ତୁ- Yasin Malik Gets life Imprisonment: ୟାସିନ ମଲ୍ଲିକକୁ ଆଜୀବନ କାରାଦଣ୍ଡ

ସୂଚନା ଥାଉ କି ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିବା ମୁଶାଲ ଲଣ୍ଡନ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରେ ସ୍ନାତକ ହାସଲ କରିଛନ୍ତି । ଅନ୍ୟପଟେ ଗତ ଗୁରୁବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲ୍‌ଭି ନୂତନ ଭାବେ ନିଯୁକ୍ତ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱାର-ଉଲ୍‌-ହକ୍‌ କାକରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ଏହାସହ ନିଜ ଟିମ୍‌ରେ ସେ ୫ ଜଣିଆ ପରାମର୍ଶଦାତା ବା ଆଡଭାଇଜର ନିଯୁକ୍ତ କରିଥିବା ନେଇ ରାଷ୍ଟ୍ରପତିଙ୍କ ଦ୍ବାରା ଜାରି ହୋଇଥିବା କ୍ୟାବିନେଟ୍‌ ସଦସ୍ୟଙ୍କ ତାଲିକାରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.