ETV Bharat / international

Anti hijab protest in Iran: ହିଜାବ ଜାଳିଲେ ଇରାନୀ ମହିଳା

author img

By

Published : Nov 7, 2022, 10:21 PM IST

Anti hijab protest in Iran: ହିଜାବ ଜାଳିଲେ ଇରାନୀ ମହିଳା
Anti hijab protest in Iran: ହିଜାବ ଜାଳିଲେ ଇରାନୀ ମହିଳା

ହିଜାବ ଜାଳିଲେ ଇରାନୀ ମହିଳା । କେରଳରେ ଦେଖିବାକୁ ମିଳିଲା ଇରାନ ହିଜାବ ବିରୋଧୀ ପ୍ରତିବାଦ । ହିଜାବ ପୋଡି ପ୍ରତିବାଦ କଲେ ଇରାନୀ ମହିଳା । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ହିଜାବ ଜାଳିଲେ ଇରାନୀ ମହିଳା । ଇରାନରେ ଜାରି ରହିଥିବା ହିଜାବ ବିରୋଧୀ ଆନ୍ଦୋଳନର ଝଲକ କେରଳରେ ମଧ୍ୟ ଦେଖିବାକୁ ମିଳିଛି । କେରଳର କୋଜିକୋଡେରେ କିଛି ଇରାନୀ ମହିଳା ଆଜି ପ୍ରତିକାତ୍ମକ ଭାବେ ଇରାନରେ ଜାରି ରହିଥିହା ଆଣ୍ଟି ହିଜାବ ପ୍ରତିବାଦକୁ ନୈତିକ ସମର୍ଥନ ଦେବା ସହ ପ୍ରତିବାଦ କରିଛନ୍ତି । ମହିଳାମାନେ ହିଜାବରେ ନିଆଁ ଲଗାଇଥିଲେ । କୋଜିକୋଡେ ଟାଉନ ହଲ ନିକଟରେ ଏହି ବିଦେଶୀ ମହିଳାମାନେ ହିଜାବ ବିରୋଧୀ ସ୍ଲୋଗାନ ସହ ନାରୀ ସ୍ବାଧୀନତା ସମ୍ପର୍କରେ ମଧ୍ୟ ନାରାବାଜୀ କିରଥିବା ଦେଖିବାକୁ ମିଳିଥିଲା ।

Anti hijab protest in Iran: ହିଜାବ ଜାଳିଲେ ଇରାନୀ ମହିଳା

ଏବେ ଇରାନର ବିଭିନ୍ନ ସହରରେ ଆଣ୍ଟି-ହିଜାବ ପ୍ରତିବାଦ ଜାରି ରହିଛି । ଇରାନୀ ମହିଳାମାନେ ହିଜାବ ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି । ଆଜି କେରଳର କୋଜିକୋଡରେ ପ୍ରାୟ 6ଜଣ ଇରାନୀୟ ମହିଳା ପ୍ରତିକାତ୍ମକ ଭାବେ ଏହି ଆନ୍ଦୋଳନ କରିଥିଲେ । ଭାରତରେ କର୍ଣ୍ଣାଟକ ସମତେ ଅନ୍ୟ କିଛି ରାଜ୍ୟରେ ନିକଟରେ ହିଜାବ ପରିଧାନ ବାରଣ ପ୍ରସଙ୍ଗକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ଦେଶରେ ପ୍ରଥମ ଥର ବଦେଶୀ ମହିଳାମାନେ ହିଜାବ ଜାଳି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.