ETV Bharat / international

ଲ୍ୟାଣ୍ଡିଂ ବେଳେ ରନୱେରେ ଖସିଲା ବିମାନ ଚକ, ଭୟରେ ଚିତ୍କାର କଲେ ଯାତ୍ରୀ

author img

By

Published : Jul 16, 2023, 7:48 PM IST

latam airlines plane skid off runway in brazil
ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାଜିଲରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲଟମ ବିମାନ । ଅବତରଣ ବେଳେ ରନୱେରେ ଖସିଗଲା ବିମାନର ଚକ । ଭୟରେ ଚିତ୍କାର କଲେ ଯାତ୍ରୀ । ଘଟଣାର ଛାତିଥରା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

ବ୍ରାସିଲିଆ: ଲ୍ୟାଣ୍ଡିଂ ବେଳେ ରନୱେରେ ଖସିଲା ବିମାନ । ଅବତରଣ ସମୟରେ ରେନୱେରେ ବିମାନର ଚକ ଖସି ଯିବାରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଯାହାର ଭିଡ଼ିଓ ଯାତ୍ରୀଙ୍କ ମୋବାଇଲରେ କଏଦ ହୋଇଛି । ଏକ ବଡ଼ ଦୁର୍ଘଟଣାରୁ ବିମାନଟି ବର୍ତ୍ତି ଯାଇଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ହଠାତ୍‌ ପାଗ ହେଲା ଖରାପ, ରାସ୍ତା ଭୁଲି ପାକିସ୍ତାନରେ ପ୍ରବେଶ କଲା ଇଣ୍ଡିଗୋ ବିମାନ

ସୂଚନା ଅନୁଯାୟୀ, ବ୍ରାଜିଲରେ ଲଟମ ଏୟାରଲାନ୍ସର ବିମାନ LA3300 ସାଓ ପାଉଲୋ-ଗୁଆରୁଲହୋସ ବିମାନବନ୍ଦରରୁ ସକାଳ ୯.୨୦ ସମୟରେ ଉଡ଼ାଣ ଭରିବା ପରେ ଫ୍ଲୋରିଆନୋପୋଲିସ- ହର୍ସିଲିଓ କୁଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା । ଏହି ସମୟରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁ ରନ୍‌ୱେ ସମ୍ପୂର୍ଣ୍ଣ ଓଦା ଥିଲା । ବିମାନଟି ଲ୍ୟାଣ୍ଡିଂ କରି ରନ୍‌ୱେରେ କିଛି ସମୟ ଯିବା ପରେ ତାର ଚକ ଖସିଯାଇଥିଲା । ଆଉ ବିମାନଟି ଘାସ ଆଡ଼କୁ ମାଡ଼ି ଯାଇଥିଲା । ବିମାନଟି ରନ୍‌ୱେରୁ ଖସିଯିବା ପରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଭୟରେ ଯାତ୍ରୀମାନେ ଚିତ୍କାର କରିବାକୁ ଲାଗିଲେ । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଯାନ୍ତ୍ରିକ ତ୍ରୁଟିରୁ ଡାଇଭର୍ଟ ହୋଇଥିଲା ଏୟାର ଇଣ୍ଡିଆ ବିମାନ, ଋଷ୍‌ର ମଗଦାନରେ ଅଟକି ରହିଛନ୍ତି ଭାରତୀୟ ଯାତ୍ରୀ

ଜାରି ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ରନୱେରେ ବିମାନର ଡାହାଣ ପାର୍ଶ୍ବ ତଳେ ଘଷି ହୋଇ ବାମପାର୍ଶ୍ବରେ ଥିବା ଘାସ ଏରିଆକୁ ମାଡ଼ି ଯାଇଥିଲା ଏବଂ ଗୋଟିଏ ଚକ ଖସିପଡ଼ିଲା । ସେଠାରେ ଘାସ ଥିବା ଯୋଗୁଁ ଅନ୍ୟ ଚକଟି ଘଷି ହୋଇ ଅଟକି ଯାଇଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଥିଲା । ବିମାନଟି ରନୱେରୁ ଖସିଯିବା ପରେ ତୁରନ୍ତ ବିମାନବନ୍ଦର ଅଧିନରେ ଥିବା ସୁରକ୍ଷା ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ଏହାପରେ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହି ବିପଦଜନକ ଅବତରଣ ସତ୍ତ୍ବେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ବିମାନରେ ମୋଟ ୧୭୨ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ମେଡ଼ିକାଲ ଟିମ୍‌ ଯାଞ୍ଚ ପରେ ଛଡ଼ାଯାଇଥିବା ବ୍ରାଜିଲ ଏୟାରଲାଇନ୍ସ ସୂଚନା ଦେଇଛି । ତେବେ ରନୱେ ଖସିବା ସମୟର ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.