ETV Bharat / bharat

ଯାନ୍ତ୍ରିକ ତ୍ରୁଟିରୁ ଡାଇଭର୍ଟ ହୋଇଥିଲା ଏୟାର ଇଣ୍ଡିଆ ବିମାନ, ଋଷ୍‌ର ମଗଦାନ ଅଟକି ରହିଛନ୍ତି ଭାରତୀୟ ଯାତ୍ରୀ

author img

By

Published : Jun 7, 2023, 4:03 PM IST

ଗତକାଲି ଯାନ୍ତ୍ରିକ ତ୍ରୁଟିରୁ ଋଷ୍‌କୁ ଡାଇଭର୍ଟ ହୋଇଥିଲା ଦିଲ୍ଲୀରୁ ସାନ ଫ୍ରାନ୍ସିକୋ ଯାଉଥିବା ଏୟାର ଇଣ୍ଡିଆ ବିମାନ । ଏବେ ମଧ୍ୟ ଋଷ୍‌ରେ ଫସି ରହିଛନ୍ତି ବିମାନ ଯାତ୍ରୀ । ଅଧିକ ପଢନ୍ତୁ

ଯାନ୍ତ୍ରିକ ତ୍ରୁଟିରୁ ଜରୁରୀ ଅବତରଣ କରିଥିଲା ବିମାନ, ଋଷରେ ଅଟକି ରହିଛନ୍ତି 20 ଭାରତୀୟ
ଯାନ୍ତ୍ରିକ ତ୍ରୁଟିରୁ ଜରୁରୀ ଅବତରଣ କରିଥିଲା ବିମାନ, ଋଷରେ ଅଟକି ରହିଛନ୍ତି 20 ଭାରତୀୟ

ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀରୁ ସାନ ଫ୍ରାନ୍ସିକୋ ଯାଉଥିବା ବିମାନ ଗତକାଲି ଋଷର ମଗଦାନକୁ ଡାଇଭର୍ଟ କରାଯାଇଥିଲା । ହେଲେ ବିମାନ ଅବତରଣ କରିବା ପରେ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ବିମାନ କମ୍ପାନୀ ଧ୍ୟାନ ଦେଇନି । ବିମାନ ଗତକାଲିଠାରୁ ଋଷର ମାଗାଦନ ବିମାନ ବନ୍ଦରରେ ଅବତରଣ କରିସାରିଥିଲେ ସୁଦ୍ଧା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଇବା ନେଇ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିନାହାନ୍ତି । ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ଏପରିକି ସେମାନେ ଅବ୍ୟବସ୍ଥା ମଧ୍ୟରେ ରାତି କାଟିଛନ୍ତି । କିଛି ଯାତ୍ରୀ ଏକ କଠୋରୀରେ ଚଟାଣରେ କମ୍ବଳ ଘୋଡାଇ ଅବ୍ୟବସ୍ଥା ମଧ୍ୟରେ ଶୋଇଥିବାର ଫଟୋ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।

ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ବିମାନଟି ସୁରକ୍ଷିତ ଅବତରଣ କରିଥିଲେ ସୁଦ୍ଧା ସେମାନଙ୍କ ଲଗେଜ ଏବେ ମଧ୍ଯ ବିମାନରେ ରହିଛି । ସେମାନଙ୍କୁ ପ୍ରଥମେ ଏୟାରପୋର୍ଟରେ ଅପେକ୍ଷା କରିବାକୁ କୁହାଗଲା । ପରେ ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କୁ ହୋଟେଲ ଓ ଅନ୍ୟ କିଛି ଯାତ୍ରୀଙ୍କୁ ଏକ ସ୍ଥାନୀୟ ସ୍କୁଲକୁ ପଠାଯାଇଥିଲା । ସେଠାରେ ରାତ୍ରିଯାପନ କରିବା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା । ସେମାନେ ଭିନ୍ନ ଭାଷା ଓ ଭିନ୍ନ ଖାଦ୍ୟ ଦ୍ବାରା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଗୋଟିଏ କୋଠରୀର ଚଟାଣରେ ପ୍ରାୟ 20 ଜଣ ଯାତ୍ରୀ କୌଣସି ବ୍ୟବସ୍ଥା ବିନା ରାତ୍ରିଯାପନ କରିବାକୁ ବାଧ୍ୟ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ବିମାନ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଏହା ମଧ୍ୟ ପଢନ୍ତୁ :- Engine Glitch: ଋଷକୁ ଡାଇଭର୍ଟ ହେଲା ଦିଲ୍ଲୀ-ସାନ ଫ୍ରାନ୍ସିକୋ ଏୟାର ଇଣ୍ଡିଆ ବିମାନ

ଗତକାଲି ନୂଆଦିଲ୍ଲୀରୁ ଆମେରିକାର ସାନ୍‌ ଫ୍ରାନ୍ସିକୋକୁ ଉଡାଣ ଭରିଥିବା ଏକ ଏୟାର ଇଣ୍ଡିଆ ବିମାନ-AI173ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଏହାକୁ ଋଷକୁ ଡାଇଭର୍ଟ କରାଯାଇଥିଲା । ବିମାନଟି ଋଷର ମଗଦାନ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ ମଧ୍ୟ କରିଥିବା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ବିମାନରେ 216 ଯାତ୍ରୀ ଓ 16 କ୍ର୍ୟୁ' ସଦସ୍ୟ ଥିଲେ । ବିମାନର ବୈଷୟିକ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଥିଲା । ହେଲେ ଏବେ ସୁଦ୍ଧା ମଧ୍ୟ ଯାତ୍ରୀଙ୍କୁ ପୁଣି ଆମେରିକା ପଠାଇବା ନେଇ କମ୍ପାନୀ କିଛି ବିକଳ୍ପ ବ୍ୟବସ୍ଥା କରିନାହିଁ । ବିମାନରେ ଲଗେଜ ଲୋଡ୍‌ ହୋଇରହିଥିବା ବେଳେ, ସେମାନେ ମଧ୍ୟ ଅବ୍ୟବସ୍ଥା ମଧ୍ୟରେ ରାତି କାଟିବାକୁ ବାଧ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.