ETV Bharat / international

ଡଚ୍ ନୋବେଲ ପୁରସ୍କାର ପାଇଲେ ଭାରତୀୟ ବଂଶୋଦ୍ଭବ ଜୟିତା ଗୁପ୍ତା

author img

By ETV Bharat Odisha Team

Published : Oct 6, 2023, 12:53 PM IST

ଡଚ୍ ନୋବେଲ ପୁରସ୍କାର ପାଇଲେ ଭାରତୀୟ ବଂଶୋଦ୍ଭବ
ଡଚ୍ ନୋବେଲ ପୁରସ୍କାର ପାଇଲେ ଭାରତୀୟ ବଂଶୋଦ୍ଭବ

ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତୀୟ ବଂଶୋଦ୍ଭବ ଜୟିତା ଗୁପ୍ତାଙ୍କୁ ମିଳିଲା ଡଚ୍ ନୋବେଲ ପୁରସ୍କାର । ଅଧିକ ପଢନ୍ତୁ

ଆମଷ୍ଟରଡମ: ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କୁ ମିଳିଲା ନେଦରଲ୍ୟାଣ୍ଡର ଡଚ୍ ପୁରସ୍କାର । ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତୀୟ ବଂଶୋଦ୍ଭବ ପ୍ରଫେସର ଜୟିତା ଗୁପ୍ତା ନେଦରଲ୍ୟାଣ୍ଡର ସମ୍ମାନଜନକ ଡଚ୍ ନୋବେଲ ପୁରସ୍କାର ପାଇଛନ୍ତି । ସେ ବର୍ତ୍ତମାନ ଆମଷ୍ଟରଡମ ଇନଷ୍ଟିଚ୍ୟୁଟ ଫର୍ ସୋସିଆଲ ରିସର୍ଚ୍ଚ ଓ ଆଇଏଚଇ ଡେଲଫ୍ଟ ଇନଷ୍ଟିଚ୍ୟୁଟ ଅପ ୱାଟର ଏଜୁକେସନରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ସୂଚନା ମୁତାବକ, ଅକ୍ଟୋବର ୪ ତରିଖରେ ହଗ୍ ଠାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜୟିତା ଗୁପ୍ତା ଏହି ସମ୍ମାନଜନକ ଡଚ୍ ପୁରସ୍କାର ଲାଭ କରିଛନ୍ତି । ଡଚ୍ ରିସର୍ଚ୍ଚ କାଉନସିଲ(NWO) ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । NWO ପକ୍ଷରୁ ଭାରତୀୟ ବଂଶୋଦ୍ଭବ ଗୁପ୍ତାଙ୍କୁ ଡଚ୍ ନୋବେଲ କୁହାଯାଉଥିବା ସମ୍ମାନଜନକ ସ୍ପିନୋଜା ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବାବଦକୁ ଜୟିତା ଗୁପ୍ତାଙ୍କୁ ନିଜର ବୈଜ୍ଞନିକ ଅନୁସନ୍ଧାନରେ ବିନିଯୋଗ ପାଇଁ ୧.୫ ମିଲିୟନ ୟୁରୋ ମିଳିଛି । ଡଚ୍ ରିସର୍ଚ୍ଚ କାଉନସିଲ ପକ୍ଷରୁ ଏହି ସମ୍ମାନ ଲାଭ ପାଇଁ ନେଦରଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବର ଟ୍ବିଟର) ଜରିଆରେ ପ୍ରଫେସର ଜୟିତା ଗୁପ୍ତାଙ୍କୁ ଅଭିନନ୍ଦନ ଜଣାଇଛି ।

ଏହାମଧ୍ୟ ପଢନ୍ତୁ: Nobel Prize In Chemistry 2023: ୩ ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର

ଏହାମଧ୍ୟ ପଢନ୍ତୁ: Nobel Prize In Literature 2023: ନରୱେ ସାହିତ୍ୟିକ ଜନ ଫୋସେ ପାଇବେ ନୋବେଲ

ପ୍ରତିବର୍ଷ ଡଚ୍ ନୋବେଲ ପୁରସ୍କାର ବା ସ୍ପିନୋଜା ଆୱାର୍ଡ ପ୍ରଦାନ କରାଯାଇଥାଏ । ଡଚ୍ ଏକାଡେମିକ କ୍ଷେତ୍ରରେ ଏହା ସର୍ବୋଚ୍ଚ ସମ୍ମାନ ଅଟେ । ନେଦରଲ୍ୟାଣ୍ଡରେ କାର୍ଯ୍ୟ କରୁଥିବା ସ୍କଲାର, ଯିଏ ଅନ୍ତରାଷ୍ଟ୍ରୀୟ ଷ୍ଟାଣ୍ଡାର୍ଡ ଅନୁସାରେ ସମଗ୍ର ବିଶ୍ବରେ ଶ୍ରେଷ୍ଠ ଗବେଷକ ହୋଇଥାନ୍ତି ତାଙ୍କୁ ଏହି ପୁରସ୍କାର ମିଳିଥାଏ । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସମସ୍ୟା ସମଗ୍ର ବିଶ୍ବ ସାମ୍ନାରେ ବଡ ଆହ୍ବାନ ଭାବେ ଦଣ୍ଡାୟମାନ ହୋଇଥିବା ବେଳେ ଏହାର କିପରି ସମାଧାନ କରାଯାଇପାରିବ, ସେ ଦିଗରେ ପ୍ରଫେସର ଜୟିତା ଗୁପ୍ତା ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

ପ୍ରକାଶ ଥାଉକି, ଚଳିତ ବର୍ଷର ନୋବେଲ ବିଜେତା ରସାୟନ ବିଜ୍ଞାନୀଙ୍କ ନାମ ଘୋଷଣା ହୋଇଯାଇଛି । ପଦାର୍ଥ ବିଜ୍ଞାନରେ ମାଉଙ୍ଗି ଜି. ବାୱେଣ୍ଡି, ଲୁଇସ୍ ଇ ବ୍ରୁସ୍‌ ଓ ଆଲେକ୍ସି ଏଲ୍‌ ଏକିମୋଭଙ୍କୁ ନୋବେଲ ପୁରସ୍କାର ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.