ETV Bharat / international

ଜାମିନ ମିଳିବା ପରେ ପୁଣି ଗିରଫ ହେଲେ ଇମ୍ରାନ ଖାନ

author img

By ETV Bharat Odisha Team

Published : Aug 30, 2023, 8:03 AM IST

ଜାମିନ ମିଳିବା ପରେ ପୁଣି ଗିରଫ ହେଲେ ଇମ୍ରାନ ଖାନ
ଜାମିନ ମିଳିବା ପରେ ପୁଣି ଗିରଫ ହେଲେ ଇମ୍ରାନ ଖାନ

ଜେଲରୁ ମୁକୁଳିବେନି ଇମ୍ରାନ ଖାନ । ତୋଷଖାନା ମାମଲାରେ ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଗିରଫ ହେଲେ ଇମ୍ରାନ । ଅଧିକ ପଢନ୍ତୁ

ଇସଲାମବାଦ: ହାଇକୋର୍ଟରୁ ଜାମିନ ମିଳିବା ପରେ ବି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲାନି ଆଶ୍ବସ୍ତି । ତୋଷଖାନା ମାମଲାରେ ଇସଲାମବାଦ ହାଇକୋର୍ଟ ଜାମିନ ଦେବାର କିଛି ସମୟ ପରେ ଇମ୍ରାନଙ୍କୁ ପୁଣି ଗିରଫ କରାଯାଇଛି । ପୂର୍ବରୁ ସେ ତୋଷଖାନା ମାମଲାରେ ଗିରଫ ହୋଇଥିବା ବେଳେ ମଙ୍ଗଳବାର ସାଇଫର ମାମଲାରେ ଗିରଫ ହୋଇଛନ୍ତି । ଏବେ ସେ ବିଚାର ବିଭାଗୀୟ ହେପାଜତରେ ରହିବେ । ଆଜି(ବୁଧବାର) ତାଙ୍କୁ କୋର୍ଟରେ ହଜାର କରାଯିବ ।

ପିଟିଆଇ ନେତା ଇମ୍ରାନ ଖାନା କ୍ଷମତାରେ ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟରେ ଗୋପନୀୟ କୂଟନୀତିଜ୍ଞ କେବୁଲ(ସାଇଫର)ର ଅପବ୍ୟବହାର କରିଥିବା ଅଭିଯୋଗ ରହିଛି । ଫଳରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିବା ପରେ ଅଫିସିଆଲ ସିକ୍ରେଟ ଆକ୍ଟର ଅଧିନରେ ସାଇଫର ମାମଲାରେ ପୁଣି ଗିରଫ କରାଯାଇଛି । ତେଣୁ ସେ ବର୍ତ୍ତମାନ ଜେଲରୁ ମୁକୁଳି ପାରିବେ ନାହିଁ ।

ଏହାମଧ୍ୟ ପଢନ୍ତୁ: Pakistan: ମୁକ୍ତ ହେବେ ଇମ୍ରାନ ଖାନ ! ଦଣ୍ଡାଦେଶ ଖାରଜ, ବେଲ ଦେଲେ କୋର୍ଟ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ୫ ତାରିଖରେ ତୋଷଖାନା ଦୁର୍ନୀତି ମାମଲାରେ ପାକିସ୍ତାନର ତଳ କୋର୍ଟ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହାସହିତ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯାହାଫଳରେ ସେ ଆସନ୍ତା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସବୁ ବାଟ ବନ୍ଦ ହୋଇଯାଇଥିଲା ଏବଂ ୭୦ ବର୍ଷୀୟ ଇମ୍ରାନଙ୍କୁ ଲାହୋରରୁ ଗିରଫ କରାଯାଇ ଆଟୋକ ଜେଲରେ ରଖାଯାଇଥିଲା । ତେବେ ତଳ କୋର୍ଟଙ୍କ ରାୟକୁ ପିଟିଆଇ ନେତା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଏହାମଧ୍ୟ ପଢନ୍ତୁ : ଚନ୍ଦ୍ରଯାନ ସଫଳତା ପାଇଁ ଇସ୍ରୋ ବୈଜ୍ଞାନିକ ପ୍ରଶଂସା ପାଇବାକୁ ଯୋଗ୍ୟ : ପାକ ବୈଦେଶିକ ମନ୍ତ୍ରଣାଳୟ

ମଙ୍ଗଳବାର ଇସଲାମବାଦ ହାଇକୋର୍ଟ ଇମ୍ରାନଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲାଗୁ କରି ତାଙ୍କୁ ଜାମିନରୁ ମୁକ୍ତ କରିବା ଲାଗି ରାୟ ଦେଇଥିଲେ । ଫଳରେ ସେ ଆଟୋକ ଜେଲରୁ ମୁକୁଳିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସାଇଫର ମାମଲାରେ ପୁଣିଥରେ ତାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସେ ବିଚାର ବିଭାଗୀୟ ହେପାଜତରେ ରହିବେ ବୋଲି ସୂଚନା ମିଳିଛି । କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ ଖାନା ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ତାଙ୍କ ବିରୋଧରେ ତୋଷଖାନା ମାମଲା ସହିତ ଏକାଧିକ ମାମଲା ଯୋଡି ହୋଇଥିଲା । ଯାହା ମଧ୍ୟରୁ ସାଇଫର ମାମଲା ଅନ୍ୟତମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.