ETV Bharat / bharat

Pakistan: ମୁକ୍ତ ହେବେ ଇମ୍ରାନ ଖାନ ! ଦଣ୍ଡାଦେଶ ଖାରଜ, ବେଲ ଦେଲେ କୋର୍ଟ

author img

By ETV Bharat Odisha Team

Published : Aug 29, 2023, 4:03 PM IST

Pakistan: ବେଲରେ ମୁକ୍ତ ହେବେ ଇମ୍ରାନ ଖାନ, ଦଣ୍ଡାଦେଶକୁ ଖାରଜ କଲେ କୋର୍ଟ
Pakistan: ବେଲରେ ମୁକ୍ତ ହେବେ ଇମ୍ରାନ ଖାନ, ଦଣ୍ଡାଦେଶକୁ ଖାରଜ କଲେ କୋର୍ଟ

ଇମ୍ରାନଙ୍କୁ ମିଳିଲା ବେଲ । ଜେଲରୁ ମୁକ୍ତ ହେବେ । ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ 3ବର୍ଷ ଜେଲ ଦଣ୍ଡ ପାଇଥିଲେ । 5 ବର୍ଷ ନିର୍ବାଚନ ଲଢିବା ଉପରେ ଲାଗିଥିଲା ରୋକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ତୋଷାଖାନା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୁକୁଳିବେ । ଆଜି ଇମ୍ରାନଙ୍କୁ ବେଲ ମିଳିବା ସହ ତଳକୋର୍ଟରୁ ମିଳିଥିବା ଦଣ୍ଡାଦେଶକୁ ମଧ୍ୟ ଇସଲାମାବାଦ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନଙ୍କୁ 3ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଏହି ମାମଲା ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହେବା ପରେ ତାଙ୍କ ନାମରେ ଏହି ମମଲା ଦାଏର ହୋଇଥିଲେ ।

ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ଡନ’ରେ ପ୍ରକାଶିତ ଖବର ଅନୁସାରେ, ଏହି ମାମଲାରେ ଅଗଷ୍ଟ 5 ତାରିଖରେ ଇସଲାମାବାଦର ତଳ କୋର୍ଟ ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏହାକୁ ଇସଲମାବାଦା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଇମ୍ରାନ । ଆଜି ଇସଲାମାବାଦ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ପ୍ରଦତ୍ତ ପୂର୍ବ ରାୟକୁ ଖାରଜ କରିବା ସହ ଇମ୍ରାନଙ୍କୁ ବେଲ ପ୍ରଦାନ କରିଛନ୍ତି । ଏପରି ଅଭିଯୋଗ ଆସିବା ପରେ ପାକିସ୍ତାନ ନିର୍ବାଚନ କମିଶନ ଏହି ମାମଲାଟି ଦାଏର କରିଥିଲା । ଦୋଷୀ ସାବ୍ୟସ୍ତ ହୋଇ 3 ବର୍ଷ ଦେଲଦଣ୍ଡ ପାଇବା ସହ 5 ବର୍ଷ ପାଇଁ ପାକିସ୍ତାନର ସାଧାରଣ ନିର୍ବାଚନ ଲଢିବାରୁ ମଧ୍ୟ ବାସନ୍ଦ ହୋଇଥିଲେ ଇମ୍ରାନ । ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଦର୍ଶାଇ ଇମ୍ରାନଙ୍କ ଦଳ ପିଟିଆଇ ଦେଶବ୍ୟାପୀ ଆନ୍ଦୋଳନ କରିଥିଲା । ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା ।

କ୍ରିକେଟରେ ପାକିସ୍ତାନକୁ ପ୍ରତିନିଧିତ୍ବ କରିଥିବା ଇମ୍ରାନ ନିଜର ରାଜନୈତିକ ଦଳ ପିଟିଆଇ ମାଧ୍ୟମରେ ପାକିସ୍ତାନ ରାଜନୀତିରେ ପ୍ରବେଶ କରିଥିଲେ । ନଓ୍ବାଜ ସିରଫଙ୍କ ପରେ ସେ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ନିର୍ବାଚିତ ହେଲେ । ହେଲେ ସେନା ସହ ତିକ୍ତତା କାରଣରୁ ତାଙ୍କ ସରକାର ବିରୋଧରେ ଦେଶରେ ରାଜନୈତିକ ଅସ୍ଥିରତା ଦେଖାଯାଇଥିଲା । ସେ ପ୍ରଧାନମନ୍ତ୍ରୀ ପଦରୁ ପଦଚ୍ୟୁତ ହୋଇଥିଲେ । ଏହା ପରେ ତାଙ୍କ ବିରୋଧରେ ଏକାଧିକ ମାମଲା ଯୋଡି ହୋଇଥିଲା । ଏହା ମଧ୍ୟରୁ ଅନ୍ୟତମ ଥିଲା ତୋଷଖାନା ମାମଲା ।

ଏହା ମଧ୍ୟ ପଢନ୍ତୁ :-Pakistan: ଜେଲ ଗଲେ ଇମ୍ରାନ, ଦେଶବ୍ୟାପୀ ପ୍ରତିବାଦ ଡାକରା ଦେଲା PTI

ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ବେଳେ ବିଭିନ୍ନ ବିଦେଶ ଗସ୍ତ ସମୟରେ ପାଇଥିବା ଦାମି ଉପହାରଗୁଡିକୁ ଚଞ୍ଚକତା କରି ଲୁଟ କରଥିବା ଅଭିଯୋଗ ହୋଇଥିଲା । ପାକିସ୍ତାନ ନିୟମ ଅନୁସାରେ ଏହି ଉପହାରଗୁଡିକ ଜାତୀୟ ସମ୍ପତ୍ତି ଓ ଏହାକୁ ତୋଷଖାନାରେ ରଖାଯାଏ । ଇମ୍ରାନ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ 3 ବର୍ଷ ଜେଲ ଦଣ୍ଡାଦେଶ ପାଇଥିଲେ । ଏବେ ସେ ବେଲରୁ ଜେଲରୁ ମୁକୁଳିବା ପରେ ପାକିସ୍ତାନ ରାଜନୀତିରେ ପୁଣି ସକ୍ରିୟ ନଜର ଆସିବା ଚର୍ଚ୍ଚା ମଧ୍ୟ ଆରମ୍ଭ ହେଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.