ETV Bharat / international

Earthquake hits in New Zealand: ୭.୨ ତୀବ୍ରତାରେ ଥରିଲା ନ୍ୟୁଜିଲାଣ୍ଡ

author img

By

Published : Apr 24, 2023, 8:10 AM IST

Earthquake
Earthquake

ସକାଳୁ ସକାଳୁ ୭.୨ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ବର୍ତ୍ତମାନ ସୁଦ୍ଧା ସୁନାମୀ ନେଇ କୌଣସି ଆଲର୍ଟ ଜାରି କରାଯାଇନାହିଁ । ଅଧିକ ପଢନ୍ତୁ

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡରେ ବଡଧରଣର ଭୂକମ୍ପ । ସକାଳୁ ସକାଳୁ ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ ମାଟି । କର୍ମାଡେକ ଦ୍ବୀପରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସୁନାମୀ ନେଇ କୌଣସି ଆଲର୍ଟ ଜାରି କରାଯାଇନାହିଁ ।

ଜାତୀୟ ଭୂବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି(ସୋମବାର) ସକାଳ ୬.୧୧ ମିନିଟ ସମୟରେ ନ୍ୟୁଜିଲାଣ୍ଡର କର୍ମାଡେକ ଦ୍ବୀପରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଛି । ଅନ୍ୟପଟେ ଅକ୍ଷାଂଶ ୨୯.୯୫ ରହିଥିବା ବେଳେ ଦ୍ରାଘିମା ୧୭୮.୦୨ ରହିଥିଲା । ଏହି ଶକ୍ତିଶାଳୀ ଭୂକମ୍ପ ଫଳରେ ଘର ଥରି ଉଠିଥିବା ବେଳେ ଲୋକେ ଭୟଭୀତ ହୋଇ ଘର ବାହରକୁ ଚାଲି ଆସିଥିଲେ । ତେବେ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ସୁନାମୀ ନେଇ ମଧ୍ୟ କୌଣସି ଆଲର୍ଟ ଜାରି କରାଯାଇନାହିଁ । ଶକ୍ତିଶାଳୀ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ହୋଇଥାଇ ପାରେ ବୋଲି ଅନୁମାନ କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ଭୟଙ୍କର ଭୂକମ୍ପ ପରେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ହେବା ପାଇଁ ସୂଚନା ଦିଆଯାଇଛି । କିନ୍ତୁ ସୁନାମୀ ନେଇ କୌଣସି ଘୋଷଣା କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: Earthquake hits in New Zealand: ୭.୧ ତୀବ୍ରତାରେ ଥରିଲା ନ୍ୟୁଜିଲାଣ୍ଡ, ସୁନାମି ଆଲର୍ଟ ଜାରି

ଏହା ମଧ୍ୟ ପଢନ୍ତୁ: Sudan Fighting: ସୁଦାନରେ ଗଲାଣି 400ରୁ ଅଧିକ ଜୀବନ, ଫସିଛନ୍ତି 3 ହଜାରରୁ ଊର୍ଦ୍ଧ୍ବ ଭାରତୀୟ

ମାର୍ଚ୍ଚ ୧୬ରେ ହୋଇଥିଲା ଭୟଙ୍କର ଭୂକମ୍ପ: ମାର୍ଚ୍ଚ ୧୬ରେ କେର୍ମାଡେକ୍‌ ଦ୍ବୀପରେ ଏହି ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୭.୧ ରେକର୍ଡ କରାଯାଇଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୩୦.୩୪ ଏବଂ ଦ୍ରାଘିମା ୧୭୫.୧୭ ରେକର୍ଡ କରାଯାଇଥିଲା । ତେବେ ଏହି ଭୟଙ୍କର ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା । ଦ୍ବୀପରେ ୩୦୦ କିମି ମଧ୍ୟରେ ସୁନାମୀ ହେବା ନେଇ ଅନୁମାନ କରାଯାଇଥିଲା । ଗତମାସରେ ଏହି ଭୟଙ୍କର ଭୂକମ୍ପ ସହ ସୁନାମୀ ଆଲର୍ଟ ଜାରି କରାଯାଇଥିବା ବେଳେ ଚଳିତ ମାସରେ ଅର୍ଥାତ ଆଜି ପୁଣି ଭୂକମ୍ପ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.