ETV Bharat / international

ଭାଇରାଲ ହେଉଛି 14 ଗୋଡିଆ ବଡ଼ ଅସରପା ଫଟୋ

author img

By

Published : Jul 20, 2020, 4:20 PM IST

ନ୍ୟାଶନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁରର ଜଣେ ରିସର୍ଚର ହିନ୍ଦ ମହାସାଗରରୁ ଏକ ଅସରପା ପାଇଥିଲେ । ଏହି ସାମୁଦ୍ରିକ ଅସରପା ଆକାରରେ ବହୁତ ବଡ଼ ଏବଂ ତାର 14ଟି ଗୋଡ ଥିବା ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭାଇରାଲ ହେଉଛି 14 ଗୋଡ ଥିବା ବଡ଼ ଅସରପା
ଭାଇରାଲ ହେଉଛି 14 ଗୋଡ ଥିବା ବଡ଼ ଅସରପା

ସିଙ୍ଗାପୁର: ଆଜିକାଲି ସୋସିଆଲ ମିଡିଆରେ ଅଦ୍ଭୁଦ ଜିନିଷ ସେୟାର କରୁଛନ୍ତି ଲୋକେ । ଯାହାକୁ ଦେଖିବାକୁ ଲୋକେ ଯେତିକି ପସନ୍ଦ କରୁଛନ୍ତି ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । ସମ୍ପ୍ରତିରେ ନ୍ୟାଶନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁରର ଜଣେ ରିସର୍ଚର ହିନ୍ଦ ମହାସାଗରରୁ ଏକ ଅସରପା ପାଇଥିଲେ । ଏହି ସାମୁଦ୍ରିକ ଅସରପା ଆକାରରେ ବହୁତ ବଡ଼ ଏବଂ ତାର 14ଟି ଗୋଡ ଥିବା ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଛି 14 ଗୋଡ ଥିବା ବଡ଼ ଅସରପା
ଭାଇରାଲ ହେଉଛି 14 ଗୋଡ ଥିବା ବଡ଼ ଅସରପା

ଏହି ୟୁନିଭର୍ସିଟିର ରିସର୍ଚର ପୀଟର ଏନଜୀ ଏବଂ ତାଙ୍କ ସହଯୋଗୀ ସମୁଦ୍ର ଗବେଷଣା କରିବାବେଳେ ଏହି ଅଦ୍ଭୁଦ ଅସରପାକୁ ପାଇଥିଲେ । ବର୍ତ୍ତମାନ ଏହି ଅସରପାକୁ ନୂତନ ନାମରେ ଜାଣିବେ ଲୋକେ । ଏହାକୁ ‘ବାଥିନୋମସ ରକ୍ସସା’ ନାରେ ନମିତ କରାଯାଇଛି ।

ସୂଚନା ଥାଉକି ନ୍ୟାଶନାଲ ୟିନିଭର୍ସିଟି ଅଫ୍ ସିଙ୍ଗାପୁରର ରିସର୍ଚର ଟିମ ଇଣ୍ଡୋନେସିଆର ବେଷ୍ଟ ଜାଭା ତଟର ଗଭୀର ସମୂଦ୍ରରେ 14 ର ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହାର ଅନ୍ତର୍ଗତ 12,000ରୁ ଅଧିକ ସମୂଦ୍ର ଜୀବକୁ ଜମା କରାଯାଇଛି । ଏହି ଜୀବମାନଙ୍କ ମଧ୍ୟରେ ଏହି ବଡ଼ ଅସରପା ସାମିଲ ଅଛି ।

ଏହି ଅସରାପାକୁ ସମୂଦ୍ରୀ କ୍ରଷ୍ଟେଶିୟନ ମଧ୍ୟ କୁହାଯାଏ । ଏହି ଜୀବ 20 ଇଞ୍ଚ ପର୍ଯ୍ୟନ୍ତ ବଢିପାରିବ । ବିଜ୍ଞାନ ମୁତାବକ ଏହା ଦ୍ବିତୀୟ ସବୁଠୁ ବଡ଼ ଆଇସୋପେଡ ପ୍ରଜାତି ଅଟନ୍ତି । ଏହି ଅସରପା ଦେଖିବାକୁ କଙ୍କଡା ଏବଂ ସାମୂଦ୍ରିକ ଚିଙ୍ଗୁଡି ଭଳି ଦେଖିବାକୁ । ଏହି ଜୀବଟି ସମୂଦ୍ରର ବହୁ ଗଭୀରରେ ରହୁଥିବା ବେଳେ ଦୀର୍ଘ ଦିନ ଯାଏ ବିନା ଖାଦ୍ୟରେ ମଧ୍ୟ ବଞ୍ଚିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.