ETV Bharat / international

ଆଫଗାନିସ୍ତାନକୁ ମାନବିକତାର ସାହାଯ୍ୟ ଦାବି କରିଛି UNICEF

author img

By

Published : Aug 23, 2021, 7:33 AM IST

ଆଫଗାନିସ୍ତାନକୁ ମାନବିକତାର ସାହାଯ୍ୟ ଦାବି କରିଛି UNICEF
ଆଫଗାନିସ୍ତାନକୁ ମାନବିକତାର ସାହାଯ୍ୟ ଦାବି କରିଛି UNICEF

ଆଫଗାନିସ୍ତାନରେ ବର୍ତ୍ତମାନ ଭୟଙ୍କର ସ୍ଥିତି ଉପୁଜିଛି । ଜୀବନ ବଞ୍ଚାଇବାକୁ ପ୍ରତି ମୂହୁର୍ତ୍ତରେ ସଂଘର୍ଷ ଚାଲିଛି । ଜାତିସଂଘର ଉଭୟ ଏଜେନ୍ସି ଏକ ବିବୃତ୍ତିରେ କହିଛି ସେଠାରେ ରହି ଆଫଗାନିସ୍ତାନ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଅଧିକ ପଢନ୍ତୁ...

ବର୍ଲିନ: ଆଫଗାନିସ୍ତାନରେ ବର୍ତ୍ତମାନ ଭୟଙ୍କର ସ୍ଥିତି ଉପୁଜିଛି । ଜୀବନ ବଞ୍ଚାଇବାକୁ ପ୍ରତି ମୂହୁର୍ତ୍ତରେ ସଂଘର୍ଷ ଚାଲିଛି । ଜାତିସଂଘର ଉଭୟ ଏଜେନ୍ସି ଏକ ବିବୃତ୍ତିରେ କହିଛି ସେଠାରେ ରହି ଆଫଗାନିସ୍ତାନ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଏହା ସେ ଆହୁରି କହିଛନ୍ତି କାବୁଲରେ ବର୍ତ୍ତମାନ କୌଣସି ବାଣିଜ୍ୟିକ ବ୍ୟବସାୟର ସମ୍ଭାବନା ନାହିଁ ।

ଦେଶରେ ଆମକୁ ଯୋଗାଣର ମାର୍ଗ ମିଳିପାରୁନାହିଁ ଯାହା ବର୍ତ୍ତମାନ ଏଠାକାର ଲୋକଙ୍କ ପାଇଁ ନିହାତି ଆବଶ୍ୟକ । ଅନ୍ୟାନ୍ୟ ମାନବିକ ଏଜେନ୍ସି ମାନେ ମଧ୍ୟ ଏହି ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଗତ ଦିନରେ ବିପଦର ସମ୍ମୁଖୀନ ହେଉଥିବା ବିଦେଶୀ ଏବଂ ଆଫଗାନିସ୍ତାନବାସୀଙ୍କୁ ସ୍ଥାନାନ୍ତର ଉପରେ ଧ୍ୟାନ ଦିଆଯାଇଛି । କିନ୍ତୁ ଜନସଂଖ୍ୟାର ଅଧିକାଂଶ ଲୋକ ମାନବିକ ସହାୟତା ଆବଶ୍ୟକ କରନ୍ତି ଯାହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ବୋଲି କହିଛି ଜାତସଂଘ ।

ରିପୋର୍ଟ ଅନୁଯାୟୀ, ସାମ୍ପ୍ରତିକ ପରିସ୍ଥିତିରେ ପ୍ରାୟ 6 ଲକ୍ଷ ଲୋକଙ୍କୁ ଆଫଗାନିସ୍ତାନରେ ନିଜ ଘର ଛାଡିବାକୁ ପଡିଛି । ସେଥିମଧ୍ୟରୁ 80 ପ୍ରତିଶତ ମହିଳା ଏବଂ ଶିଶୁ ଅଟନ୍ତି । ସେମାନେ ଆଶ୍ରୟ ଗୃହ, ଖାଦ୍ୟ, ପରିମଳ, ଔଷଧର ଅତ୍ୟଧିକ ଆବଶ୍ୟକତା କରନ୍ତି । ଆଫଗାନିସ୍ତାନର ଏହି ସମସ୍ୟା ପାଇଁ କେବଳ ମାନବିକତା ହିଁ ପ୍ରକୃତ ସହାଯ୍ୟ । ଆଫଗାନିସ୍ତାନକୁ ଔଷଧ ଏବଂ ଅନ୍ୟାନ୍ୟ ସହାୟତା ନିରବଚ୍ଛିନ୍ନ ଭାବେ ସୁନିଶ୍ଚିତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍ ତୁରନ୍ତ “ମାନବିକତାର ସେତୁ” ପାଇଁ ଆହ୍ୱାନ ଦେଇଛନ୍ତି।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.