ETV Bharat / international

ଆମେରିକା ସହଯୋଗୀକୁ ଫାଶୀ ଦେଲା ତାଲିବାନ, ହେଲିକପ୍ଟରରେ ଝୁଲାଇଲା ମୃତଦେହ

author img

By

Published : Aug 31, 2021, 9:37 PM IST

Updated : Aug 31, 2021, 9:43 PM IST

ଆମେରିକା ସହଯୋଗୀକୁ ତାଲିବାନର ଫାଶୀ, ହେଲିକପ୍ଟରରେ ମୃତଦେହ ଝୁଲାଇ ବୁଲାଇଲା ସହର
ଆମେରିକା ସହଯୋଗୀକୁ ତାଲିବାନର ଫାଶୀ, ହେଲିକପ୍ଟରରେ ମୃତଦେହ ଝୁଲାଇ ବୁଲାଇଲା ସହର

ତାଲିବାନର ଉତ୍ସବ ମଧ୍ୟରେ ଆଫଗାନିସ୍ତାନରୁ ସାମ୍ନାକୁ ଆସିଛି ଏକ ଛାତିଥରା ଭିଡିଓ । ଯେଉଁଥିରେ ତାଲିବାନୀ ଆତଙ୍କୀ ଆମେରିକାର ବ୍ଲାକ ହକ ହେଲିକପ୍ଟର ଉଡାଉଥିବା ଦେଖିବାକୁ ମିଳିଛି । ଆଉ ଏହି ହେଲିକପ୍ଟରରୁ ଝୁଲୁଛି ଏକ ମୃତଦେହ । ଅଧିକ ପଢନ୍ତୁ...

କାବୁଲ: ଆଫଗାନିସ୍ତାନକୁ ବାଏ ବାଏ କହିସାରିଛି ଆମେରିକା । ଦୀର୍ଘ ୨୦ ବର୍ଷ ପରେ ଅପରେସନ ଆଫଗାନିସ୍ତାନ ଶେଷ କରି ସ୍ବଦେଶ ଫେରିଛି ଆମେରିକା ସେନା । ଆଉ ଆମେରିକାର ପ୍ରତ୍ୟାବର୍ତ୍ତନ ପରେ ନିଜ ଅସଲ ରୂପ ଦେଖାଇଛି ତାଲିବାନ ।

ଫାଙ୍କା ଗୁଳିଚାଳନା ସହିତ ଆମେରିକାର ପରାଜୟ ଓ ସୈନିକଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଉଲ୍ଲସିତ ହୋଇଉଠିଛନ୍ତି ତାଲିବାନୀ । ଆଉ ଖୁସି ମନାଇବା ଆଳରେ ଟପୁଛନ୍ତି ମାନବିକତାର ସମସ୍ତ ସୀମା । ତାଲିବାନର ଉତ୍ସବ ମଧ୍ୟରେ ଆଫଗାନିସ୍ତାନରୁ ସାମ୍ନାକୁ ଆସିଛି ଏକ ଛାତିଥରା ଭିଡିଓ । ଯେଉଁଥିରେ ତାଲିବାନୀ ଆତଙ୍କୀ ଆମେରିକାର ବ୍ଲାକ ହକ ହେଲିକପ୍ଟର ଉଡାଉଥିବା ଦେଖିବାକୁ ମିଳିଛି । ଆଉ ଏହି ହେଲିକପ୍ଟରରୁ ଝୁଲୁଛି ଏକ ମୃତଦେହ ।

ଆଫଗାନିସ୍ତାନ କାନ୍ଧାହାରରେ ଏଭଳି ଘଟିଥିବା କୁହାଯାଉଛି । ହେଲିକପ୍ଟରରେ ଯେଉଁ ମୃତଦେହ ଝୁଲୁଛି, ସେ ଆମେରିକା ସେନାର ସହଯୋଗୀ ଥିବା ଜଣାପଡିଛି । ତାଲିବାନୀମାନେ କ୍ରୁରତାର ସୀମ ଟପି ଆମେରିକା ସହଯୋଗୀଙ୍କୁ ଦେଉଛନ୍ତି ମୃତ୍ୟୁଦଣ୍ଡ ।

କାନ୍ଧାହାର ରାଜ୍ୟରେ ଆମେରିକା ସେନାକୁ ସହଯୋଗ କରିଥିବା ଜଣେ ବ୍ୟକ୍ତିଙ୍କ ହତ୍ୟା କରି ତାର ମୃତଦେହ ହେଲିକପ୍ଟରରେ ଝୁଲାଇ ସହର ପରିକ୍ରମା କରାଯାଇଛି । ଭିଡିଓପରେ ମୃତବ୍ୟକ୍ତି ଜଣକ ବେକରେ ଦଉଡି ଲାଗିଥିବାବେଳେ ସେ ହେଲିକପ୍ଟରରୁ ଝୁଲୁଥିବା ଦେଖିବାକୁ ମିଳିଛି ।

Last Updated :Aug 31, 2021, 9:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.