ETV Bharat / international

ଅବିଶ୍ବସନୀୟ ଅସ୍ତ୍ରୋପଚାର: କାମ ଦେଲାନି ହାର୍ଟ, ଜୀବନ ବଞ୍ଚାଇ ଦେଲା ଘୁଷୁରୀ ହୃଦୟ

author img

By

Published : Jan 11, 2022, 10:02 AM IST

Updated : Jan 11, 2022, 2:20 PM IST

ମଣିଷ ଶରୀରରେ ଘୁଷୁରୀ ହାର୍ଟ ପ୍ରତିରୋପଣ
ମଣିଷ ଶରୀରରେ ଘୁଷୁରୀ ହାର୍ଟ ପ୍ରତିରୋପଣ

ଐତିହାସିକ ଅବିଶ୍ବସନୀୟ । ମଣିଷ ଶରୀରରେ ଲାଗିଛି ଘୁଷୁରୀର ହୃଦୟ । ୟୁଏସରେ ହୋଇଛି ଏପରି ଅସ୍ତ୍ରୋପଚାର । ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛି ଘୁଷୁରୀ ହାର୍ଟ । ଅଧିକ ପଢନ୍ତୁ

ୱାଶିଂଟନ: ଐତିହାସିକ ଅବିଶ୍ବସନୀୟ । ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବିଶ୍ବାସ ନ ହେଲେ ବି ସତ । ମଣିଷ ଦେହରେ ଲାଗିଛି ଘୁଷୁରୀ ହାର୍ଟ । ୟୁଏସରେ ହୋଇଛି ଏପରି ଅସ୍ତ୍ରୋପଚାର । ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛି ଘୁଷୁରୀ ହାର୍ଟ । ଆମେରିକାର ସର୍ଜନମାନେ ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ସଫଳତାର ସହ ପ୍ରତିରୋପଣ କରିଛନ୍ତି ଏହି ହାର୍ଟ (US Surgeons Successfully Implant Pig Heart In Human)। ଜେନେଟିକ ରୂପାନ୍ତରିତ ପଦ୍ଧତିରେ ସଫଳତାର ସହ ଏହା ପ୍ରତିରୋପଣ କରାଯାଇଛି । ଏମିତି ହେବା ଫଳରେ ଚିକିତ୍ସା ବିଜ୍ଞାନରେ ସୃଷ୍ଟି ହୋଇଛି ବିରଳ ରେକର୍ଡ ।

ରୋଗୀ ଡେବିଡ ବେନେଟଙ୍କ ଶରୀରରେ ମଣିଷ ହାର୍ଟ ପ୍ରତିରୋପଣ କରିବା ସମ୍ଭବ ନଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ତା ଦିନକୁ ଦିନ ବିଗିଡିବାରେ ଲାଗିଥିଲା । ସେ ବଞ୍ଚିବାକୁ ଚାହୁଁଥିଲେ । ନିଜକୁ ଦୃଢ କରୁଥିଲେ ଡେବିଡ । ସ୍ବାସ୍ଥ୍ୟବସ୍ଥାକୁ ଦେଖି ତାଙ୍କ ଶରୀରେ ଘୁଷୁରୀ ହାର୍ଟ ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନେଇଥିଲେ ମେଡିକାଲ ଟିମ୍ ।

ମେରିଲାଣ୍ଡ ମେଡିସିନ୍ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରୁ ଜଣାପଡିଛି ଗତ କିଛି ମାସ ପୂର୍ବରୁ ବେଲେଟ ହାର୍ଟ-ଫୁସଫୁସ ବାଇପାସ୍ ସର୍ଜରୀ କରିଥିଲେ । ଶୀଘ୍ର ସୁସ୍ଥ ହୋଇ ଫେରିବାକୁ ଚାହିଁଥିଲେ । ଡେବିଡଙ୍କ ଶରୀରରେ ଘୁଷୁରୀ ହାର୍ଟ ପ୍ରତିରୋପଣ ପାଇଁ ଏଫଡିଏ(Food and Drug Administration) ଅନୁମତି ପ୍ରଦାନ କଲା । ଏହାପରେ ମେଡିକାଲ ଟିମ ଘୁଷୁରୀ ହାର୍ଟ ପ୍ରତିରୋପଣ କରିଥିଲା । ଭବିଷ୍ୟତରେ ରୋଗୀମାନଙ୍କ ପାଇଁ ଏହି ପ୍ରଥମ-ସର୍ଜରୀ ଏକ ଗୁରୁତ୍ବପୂର୍ଣ୍ଣ ବିକଳ୍ପ ହୋଇପାରିବ ।

ଏହାପୂର୍ବରୁ ହୋଇଥିବା ଅଙ୍ଗ ପ୍ରତିରୋପଣ ଉପରେ ଅନଧ୍ୟନ କରାଯାଇଥିଲା । ୧୯୮୪ରେ ବାବୁନ ମାଙ୍କଡ ପ୍ରଜାତି ପଶୁର ହାର୍ଟ ଏକ ନବଜାତ ଶିଶୁ ଶରୀରରେ ପ୍ରତିରୋପଣ ହୋଇଥିଲା । ମାତ୍ର ୨୦ ଦିନ ପରେ ଶିଶୁର ମୃତ୍ୟୁ ହୋଇଥିଲା । ଆଜି ଘୁଷୁରୀ ହାର୍ଟ ମାନବ ଶରୀରରେ ବ୍ୟବହୃତ ହୋଇଛି । ଏହା ଛଡା ଘୁଷୁରୀ ଚର୍ମକୁ ଅଗ୍ନିକାଣ୍ଡରେ ପୋଡି ହୋଇଥିବା ପୀଡିତଙ୍କ ପାଇଁ ମଧ୍ୟ ବ୍ୟବହାର କରାଯାଏ । ଘୁଷୁରୀମାନେ ସେମାନଙ୍କ ଆକାର ଦୃଷ୍ଟିରୁ ଡୋନର ହୋଇପାରିଛନ୍ତି ।

Last Updated :Jan 11, 2022, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.