ETV Bharat / international

କାବୁଲରୁ ଲୋକଙ୍କୁ ଉଦ୍ଧାର କରିବା ସବୁଠୁ ବଡ ଚ୍ୟାଲେଞ୍ଜ: ବାଇଡେନ

author img

By

Published : Aug 21, 2021, 9:29 AM IST

Updated : Aug 21, 2021, 10:18 AM IST

ଅଫଗାନିସ୍ତାନ ସଙ୍କଟ; ଫସିଥିବା ଆମେରିକୀୟଙ୍କୁ ଉଦ୍ଧାର କରିବେ ବାଇଡେନ ସରକାର
ଅଫଗାନିସ୍ତାନ ସଙ୍କଟ; ଫସିଥିବା ଆମେରିକୀୟଙ୍କୁ ଉଦ୍ଧାର କରିବେ ବାଇଡେନ ସରକାର

ଆଫଗାନ ସଙ୍କଟ ସମୟରେ ସାମ୍ନାକୁ ଆସୁଥିବା ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଲେ ଜୋ ବାଇଡେନ । ଅଧିକ ପଢନ୍ତୁ...

ୱାଶିଂଟନ: କାବୁଲ ଦଖଲ ପରେ ଆଫଗାନରେ ନିଜର ଦବଦବା ଜାହିର କରିଛି ତାଲିବାନ । ନିଜ କଠୋର ଆଇନ ମଧ୍ୟ ଲାଗୁ କରିବା ନେଇ ଆରମ୍ଭ କରିଦେଲାଣୀ ତାଲିବାନ । ଏହି କଠୋରପନ୍ଥୀ ତାଲିବାନ ମୁସଲାମ ବନ୍ଧୁକ ମୁନରେ ତାଲିବାନ ହାସଲ କରିବା ପରେ ଭୟରେ ଦେଶ ଛାଡି ପଳାଉଛନ୍ତି ସେଠାକାର ନାଗରିକ । ଏହି ସମୟରେ ଆସୁଥିବା ଦୃଶ୍ୟକୁ ଦେଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦାୟକ ।ଏହାସହ ସେ ଆହୁରି କହିଛନ୍ତି କି, କାବୁଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଇତିହାସର ସବୁଠୁ ବଡ ବିପଦ ମିଶନ ।

ତେବେ ଏହି ସମୟରେ ଆଫଗାନରେ ରହୁଥିବା ଆମେରିକୀୟ ଆମକୁ ଜଣାନ୍ତୁ ଆମେ ସେମାନଙ୍କୁ ଉଦ୍ଧାର କରି ନିଜ ଘରେ ପହଞ୍ଚାଇବୁ ବୋଲି ହ୍ବାଇଟ ହାଉସରେ ଏକ ଅଭିଭାଷଣରେ କହିଛନ୍ତି ବାଇଡେନ । କିନ୍ତୁ ଏହି ବିପଦ ସମୟରେ ଲୋକେ ଭୟରେ ଜୀବନକୁ ବାଜି ଲଗାଇ ଯେଉଁ ଭଳି ଭାବେ ଦେଶ ଛାଡୁଛନ୍ତି ସେଭଳି କିନ୍ତୁ ଭୁଲ କରନ୍ତୁ ନାହିଁ । ଏହା ଆମର ସଶସ୍ତ୍ର ବାହିନୀ ପାଇଁ ବିପଦ ସୃଷ୍ଟି କରିପାରେ । କାବୁଲ ବିମାନ ବନ୍ଦର ଓ ଆଖପାଖରେ ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଉପରେ କଡା ନଜର ରଖାଯାଇଛି । ଏନେଇ ୬୦୦୦ ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି ।

ତେବେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ନେଇ କ୍ରମାଗତ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ବନ୍ଧୁକ ମୁନରେ ଶାସନକୁ ବିରୋଧ କରୁଛନ୍ତି ଜନତା । ଦୀର୍ଘ ୨୦ ବର୍ଷ ପରେ ନିଜ ପୂର୍ବ ଅସ୍ତିତ୍ବକୁ ଫେରିଛି ତାଲିବାନ । ସେପଟେ କାବୁଲ ଦଖଲ କରିବା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ କବଜାକୁ ନେଇସାରିଛି ତାଲିବାନ ।

Last Updated :Aug 21, 2021, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.