ETV Bharat / entertainment

Aarya 3: ଆସିଲା ଟ୍ରେଲର, ପାୱାରଫୁଲ ଆକ୍ସନ ଅବତାରରେ ସୁସ୍ମିତା ସେନ୍

author img

By ETV Bharat Odisha Team

Published : Oct 12, 2023, 9:23 PM IST

ଆସିଲା ଟ୍ରେଲର, ପାୱାରଫୁଲ ଆକ୍ସନ ଅବତାରରେ ସୁସ୍ମିତା ସେନ୍
ଆସିଲା ଟ୍ରେଲର, ପାୱାରଫୁଲ ଆକ୍ସନ ଅବତାରରେ ସୁସ୍ମିତା ସେନ୍

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ୱେବ ସିରିଜ ଆର୍ଯ୍ୟ 3 ସହ ପୁଣି ଧମାକା କରିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ଯେଉଁଥିରେ ସୁସ୍ମିତା ଦମଦାର ଆକ୍ସନ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡ ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ସହ ପ୍ରଶଂସକଙ୍କ ହୃଦୟ ଜିତିଥିବା ସୁସ୍ମିତା ସେନ୍ ଆଜିକାଲି ଓଟିଟି କୁଇନ ସାଜିଛନ୍ତି । ନିକଟରେ ରିଲିଜ ଫିଲ୍ମ ତାଲିରେ ଓଟିଟିରେ ଦର୍ଶକଙ୍କ ମନ ଜିତିଥିବା ବେଳେ ବର୍ତ୍ତମାନ ସେ ତାଙ୍କ ହିଟ୍ ସିରିଜ୍ ଆର୍ଯ୍ୟର ତୃତୀୟ ଭାଗ ଆର୍ଯ୍ୟ 3ରେ ନଜର ଆସିବାକୁ ଯାଉଛନ୍ତି । ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିଲା । ତେବେ ଆଜି ଫିଲ୍ମର ନିର୍ମାତା ଟ୍ରେଲର ରିଲିଜ କରିଛନ୍ତି ।

  • " class="align-text-top noRightClick twitterSection" data="">

ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ଟ୍ରେଲରେ ମାଫିଆ କୁଇନ ଭୂମିକାରେ ଅଭିନୟ କରି ସୁସ୍ମିତା ସେନଙ୍କ ଅନ୍ଦାଜ ଦେଖି ଫ୍ୟାନ୍ସ ଦିୱାନା ହୋଇଛନ୍ତି । ଆର୍ଯ୍ୟ ୩ ସିରିଜରେ ସୁସ୍ମିତା ସେନ୍ ତାଙ୍କ ପରିବାର ଏବଂ ପିଲାମାନଙ୍କ ପାଇଁ ଶତ୍ରୁମାନଙ୍କ ସହିତ ଲଢନ୍ତି । 1 ମିନିଟ୍ 58 ସେକେଣ୍ଡ୍ ଲମ୍ବା ଟ୍ରେଲର୍ ବହୁତ ଦମଦାର ରହିଛି । ସୁସ୍ମିତା ପୁଣି ଥରେ ପ୍ରଭାବଶାଳୀ ଭୂମିକାରେ ନଜର ଆସିଛନ୍ତି । ଅଫିମ ବ୍ୟବସାୟ ସହ ଟ୍ରେଲରରେ ଦର୍ଶାଯାଇଛି ଯେ ଜଣେ ମା' ନିଜ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ କଣ କରିପାରେ । ତାହା ଦର୍ଶାଯାଇଛି । ଟ୍ରେଲରେ ସେ କହିଛନ୍ତି, ''ବେଳେବେଳେ ନିଜ ସନ୍ତାନମାନଙ୍କୁ ସୁରକ୍ଷା ଦେବା ପାଇଁ ଜଣେ ମାତା ରାକ୍ଷସ ହେବାକୁ ପଡିଥାଏ ।'' ଆଉ ଏକ ଡାଇଲଗ ମଧ୍ୟ ରହିଛି, ଆଜି ପର ଠାରୁ ତୁମର ପୂଣ୍ୟତିଥି କେବେ ବି ହୋଇପାରେ । ବର୍ତ୍ତମାନ ଏହି ଡାଇଲଗ ବେଶ ବାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: ସୁସ୍ମିତା ସେନଙ୍କ ୱେବ ସିରିଜର ଆସିଲା ଟିଜର, ଏହି ଦିନ ହେବ ରିଲିଜ

ସୂଚନା ଥାଉ କି, ଆର୍ଯ୍ୟ 3 ନଭେମ୍ବର 3 ରୁ ଡିଜନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମିଂ ହେବ । ଆର୍ଯ୍ୟ ୩ ରାମ ମାଧବାନୀଙ୍କ ଦ୍ୱାରା ନିର୍ମିତ ଏବଂ ପ୍ରଯୋଜିତ, ଯିଏ ଏଣ୍ଡେମୋଲ୍ ସାଇନ୍ ଇଣ୍ଡିଆ ସହ ମିଳିତ ଭାବରେ ଏହି ସିରିଜ ପ୍ରସ୍ତୁତ କରିଛନ୍ତି । 2020 ମସିହାରେ ସୁସ୍ମିତା ସେନଙ୍କ ଲୋକପ୍ରିୟ ୱେବ୍ ସିରିଜ୍ 'ଆର୍ଯ୍ୟ'ର ପ୍ରଥମ ଭାଗ ମୁକ୍ତିଲାଭ କରିଥିଲା । ଦର୍ଶକ ପ୍ରଥମ ଭାଗକୁ ବେଶ ପସନ୍ଦ କରିବା ସହ ଏହାର ଦ୍ୱିତୀୟ ଭାଗ ପାଇଁ ଦାବି କରିଥିଲେ । ଏହା ପରେ ୨୦୨୨ ମସିହାରେ ଦ୍ୱିତୀୟ ଭାଗ ମୁକ୍ତିଲାଭ କରିଥିଲା ​ । ଏହା ମଧ୍ୟ ବେଶ ଲୋପ୍ରିୟତା ହାସଲ କରିଥିବା ବେଳେ ବର୍ତ୍ତମାନ ସୁସ୍ମିତା ସେନ୍ ଆର୍ଯ୍ୟର ତୃତୀୟ ଭାଗ ସହ ଫେରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.