ETV Bharat / entertainment

HCA Film Awards 2023: ବିଶ୍ବ ଦରବାରରେ ଚମକୁଛି RRR, ପୁଣି ମିଳିଲା ଏଚସିଏ ଆୱାର୍ଡ

author img

By

Published : Feb 25, 2023, 12:46 PM IST

HCA Film Awards 2023
HCA Film Awards 2023

ଗୋଟିଏ ପରେ ଗୋଟିଏ ସଫଳତାର ଶିଡିରେ ଚଢିବାରେ ଲାଗିଛି ଏସଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ RRR । ଶ୍ରେଷ୍ଠ ଚଳଚ୍ଚିତ୍ର ସହ ନାଟୁ ନାଟୁ ପାଇଁ ହାତେଇଲା ଏଚିସିଏ ଆଓ୍ବାର୍ଡ । ଅଧିକ ପଢନ୍ତୁ

ଓ୍ବାଶିଂଟନ: ବିଶ୍ବ ଦରବାରରେ ଗୋଟିଏ ପରେ ଗୋଟିଏ ସଫଳତା ହାତେଇବାରେ ଲାଗିଛି ଦକ୍ଷିଣ ସିନେ ଜଗତର ବହୁଚର୍ଚ୍ଚିତ ଏସଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ RRR । ସଫଳତାର ଶୀର୍ଷ ଛୁଇଁଛି ଆରଆରଆର ସହ ନାଟୁ ନାଟୁ ଗୀତ । ଅନେକ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ଓସ୍କାର ଦୌଡରେ ମଧ୍ୟ ସାମିଲ ହୋଇଛି । ବର୍ତ୍ତମାନ ଏଚସିଏ ୨୦୨୩ ଆଓ୍ବାର୍ଡ ହାତେଇଛି ଆରଆରଆର ।

ଗତକାଲି(ଶୁକ୍ରବାର) ଯୁକ୍ତରାଷ୍ଟ୍ର ଆମେରିକାର ଲସ ଆଞ୍ଜେଲସରେ ଆୟୋଜିତ ହୋଇଥିବା ୬ତମ ଏଚସିଏ ଆଓ୍ବାର୍ଡରେ ପୁରସ୍କୃତ ହୋଇଛି ଏସଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ RRR । ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର, ଶ୍ରେଷ୍ଠ ଷ୍ଟଣ୍ଟ, ଶ୍ରେଷ୍ଠ ଆକ୍ସନ ଫିଲ୍ମ ସହ ନାଟୁନାଟୁ ଗୀତକୁ ଏଚସିଏ ୨୦୨୩ ଆଓ୍ବାର୍ଡ ପ୍ରଦାନ କରାଯାଇଛି । ଏନେଇ ଫିଲ୍ମ ନିର୍ଦ୍ଦେଶକ ରାଜମୌଲି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଖୁସିବ୍ୟକ୍ତ କରିବା ସହ ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Golden Globes ଆୱାର୍ଡ ହାତେଇଲା RRRର ନାଟୁ ନାଟୁ ଗୀତ

ଖୁସିବ୍ୟକ୍ତ କଲେ ରାଜମୌଲି: ଲସ ଆଞ୍ଜେଲସରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଥିବା ଭିଡିଓକୁ ସେୟାର କରିବା ସହ ଏଚସିଏ ସଙ୍ଗଠନକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, " ଆମ ଚଳଚ୍ଚିତ୍ରକୁ ବେଷ୍ଟ ଷ୍ଟଣ୍ଟ ଭାବେ ବିବେଚିତ କରିଥିବାରୁ ମୁଁ ଏଚସି ସହ ଆମ ଟିମର ଷ୍ଟଣ୍ଟ ନିର୍ଦ୍ଦେଶକ ସୋଲମନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି । ସେ ଆମ ଚଳଚ୍ଚିତ୍ର ପାଇଁ କଠିନ ପରିଶ୍ରମ କରିଥିଲେ । ଏହି ଫିଲ୍ମର ଦୁଇଟି କିମ୍ବା ତିନୋଟି ଷ୍ଟଣ୍ଟକୁ ବାଦଦେଲେ ବାକି ସବୁଷ୍ଟଣ୍ଟ ରାମ ଚରଣ ଏବଂ ଜୁନିଅର ଏନଟିଆର ନିଜେ କଠିନ ପରିଶ୍ରମ କରି କରିଛନ୍ତି । ସେଥିପାଇଁ ଆଜି ସଫଳତା ମିଳିଛି । ତେଣୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୋର ଭାରତ ମହାନ ।"

ଏହା ମଧ୍ୟ ପଢନ୍ତୁ: Oscars 2023: ଓସ୍କାର ଦୌଡ଼ରେ RRR ଫିଲ୍ମର Naatu Naatu, ହେଲା ନମିନେଟେଡ

ଓସ୍କାର ଦୌଡରେ ଫିଲ୍ମ ଆରଆରଆର: ପ୍ରକାଶଥାଉକି, ଏସଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆରଆରଆର ବର୍ତ୍ତମାନ ସୁଦ୍ଧା ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ସହ କ୍ରିଟିସ ଚଏସ ଆଓ୍ବାର୍ଡ ଭଳି ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ହାତେଇଛି । ଏହାସହ ହିଟ ଗୀତ ନାଟୁନାଟୁକୁ ଓସ୍କାର ପାଇଁ ମନୋନିତ କରାଯାଇଛି । ଆଗାମୀ ମାର୍ଚ୍ଚ 12 ରୁ 95 ତମ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଓସ୍କାର ଦୌଡରେ ମଧ୍ୟ ନିଜ ନାମକୁ ଯୋଡିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.