ETV Bharat / entertainment

Oscars 2023: ଓସ୍କାର ଦୌଡ଼ରେ RRR ଫିଲ୍ମର Naatu Naatu, ହେଲା ନମିନେଟେଡ

author img

By

Published : Jan 24, 2023, 10:11 PM IST

Etv Bharat
Etv Bharat

ଓସ୍କାର ଦୌଡ଼ରେ ସାମିଲ ହେଲା ଏସଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'RRR'ର ନାଟୁ ନାଟୁ ଗୀତ । ପୂର୍ବରୁ ଏହି ଗୀତ ଗୋଲ୍ଡେନ ଗ୍ଲୋବ ଆୱାର୍ଡ ମଧ୍ୟ ଜିତି ସାରିଥିବା ବେଳେ ଓସ୍କାର ଜିତିବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦକ୍ଷିଣ ସିନେ ଜଗତର ବହୁଚର୍ଚ୍ଚିତ ଏସଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'RRR'ର ନାଟୁ ନାଟୁ ଗୀତ ଓସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି । ୨୦୨୩ ଓସ୍କାର ଲାଗି ଏହି ଫିଲ୍ମର ଗୀତଟି ନମିନେଟେଡ ହୋଇଛି । ବେଷ୍ଟ ଅରିଜିନାଲ ସ୍କୋର କାଟେଗୋରୀରେ ଏହି ଗୀତଟି ସାମିଲ ହୋଇଛି । ତେବେ ମଙ୍ଗଳବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ଏହି ଫିଲ୍ମର କାଷ୍ଟ, ନିର୍ଦ୍ଦେଶକ, ପ୍ରଯୋଜକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ସେମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି । ଏହା ପୂର୍ବରୁ ନାଟୁ ନାଟୁ ଗୀତ ଗୋଲ୍ଡେନ ଗ୍ଲୋବ ଆୱାର୍ଡ ମଧ୍ୟ ଜିତି ସାରିଛି ।

ଏହି କାଟେଗୋରୀରେ 'ଟେଲ ଇଟ ଲାଇକ ଏ ୱମେନ' ଫିଲ୍ମର 'ଆପ୍ଲଜ', ଟପ ଗନ: ମାଭେରିକର 'ହୋଲ୍ଡ ମାଇ ହ୍ୟାଣ୍ଡ', ବ୍ଲାକ ପାନ୍ଥରର 'ଲିଫ୍ଟ ମି ଅପ' ଓ ଏଭ୍ରିଥିଙ୍ଗ ଏଭ୍ରିହୋୟାର ଅଲ ଇଟ ୱାନ୍ସର 'ଦିସ ଇଜ ଏ ଲାଇଫ' ନମେନେଟ ହୋଇଛି । ଓସ୍କାରରେ ପୂର୍ବରୁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସଲାମ ବମ୍ବେ, ମଦର ଇଣ୍ଡିଆ, ଲଗନ ଭଳି ଫିଲ୍ମ ନମିନେଟ ହୋଇଥିବା ବେଳେ ଏଥିରେ RRR ମଧ୍ୟ ସାମିଲ ହୋଇଛି । ତେବେ ମଙ୍ଗଳବାର ରିଜ ଅହମ୍ମଦ ଓ ଅଲିସନ ୱିଲିୟାମ୍ସଙ୍କ ଦ୍ବାରା ନାଟୁ ନାଟୁ ଗୀତ ଓସ୍କାର ଦୌଡ଼ରେ ରହିଥିବା ନେଇ ଘୋଷଣା କରିଥିଲେ ।

ଏହା ବି ପଢନ୍ତୁ-Golden Globes ଆୱାର୍ଡ ହାତେଇଲା RRRର ନାଟୁ ନାଟୁ ଗୀତ

ତେବେ ଏହି ୯୫ତମ ଏକାଡେମୀ ଆୱାର୍ଡ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଲସ ଆଞ୍ଜେଲ୍ସରେ ଅନୁଷ୍ଠିତ ହେବ । ଏହାକୁ ଚାଟ୍‌ ଶୋ' ଉପସ୍ଥାପକ ଜିମି କିମ୍ମେଲ ହୋଷ୍ଟ କରିବେ । ଫିଲ୍ମର ଗୀତଟି ଓସ୍କାର ପାଇଁ ନମିନେଟ ହେବା ପରେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ଏ ଆର ରେହମାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଗତ ୧୨ ବର୍ଷ ପୂର୍ବେ ଭାରତ ଓସ୍କାରର ବିଜେତା ହୋଇଥିଲା । ଆମକୁ ପ୍ରତି ବର୍ଷ ଗୋଟିଏ ଓସ୍କାର ଭାରତ ଆଣିବାକୁ ପଡ଼ିବ । କାରଣ ଭାରତରେ ୧.୩ ବିଲିୟନ ବୁଦ୍ଧିମାନ, ବିଚକ୍ଷଣ ଲୋକ ବାସ କରୁଛନ୍ତି । ଏଠାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଫିଲ୍ମ ନିର୍ମାଣ କରାଯାଉଛି ।

ଅନ୍ୟ କିଛି ଫିଲ୍ମ ପ୍ରତିଯୋଗିତାରେ ସାମିଲ ହୋଇପାରୁନାହାନ୍ତି । ସେମାନଙ୍କୁ ନିଜ ଫିଲ୍ମର ପ୍ରମୋସନ କରିବା ଆବଶ୍ୟକ । ଆଜି RRR ଟିମ ନିଜ ଫିଲ୍ମକୁ ପ୍ରମୋସନ କରିବା ଫଳରେ ଆଜି ଏହି ସଫଳତା ମିଳିଛି । ଯଦି ଆପଣ ନିଜ ଫିଲ୍ମକୁ ପ୍ରମୋଟ କରିବେ ନାହିଁ ତେବେ ଉକ୍ତ ଫିଲ୍ମ ସମ୍ପର୍କରେ କେହି ଜାଣିବେ ନାହିଁ । ଯଦି କେହି ନ ଜାଣିବେ ତେବେ କିପରି ଭୋଟ କରିବେ ? ନାଟୁ ନାଟୁ ଓସ୍କାର ଜିତୁ ବୋଲି ମୁଁ ଆଶା କରୁଛି ।" ସୂଚନା ଥାଉ କି ଏହି ଗୀତକୁ ବିଶ୍ବସ୍ତରରେ ବେଶ ପସନ୍ଦ କରାଯାଇଛି । ୟୁଟ୍ୟୁବରେ ଏହା ୬୫୦ ମିଲିୟନ ଭ୍ୟୁଜ୍‌ ପାର କରିଛି । ଏଥିରେ ନୃତ୍ୟ ପରିବେଷଣ କରିଛନ୍ତି ଦକ୍ଷିଣ ସିନେ ଜଗତର ଲୋକପ୍ରିୟ ଅଭିନେତା ଜୁନିଅର NTR ଓ ରାମ ଚରଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.