ETV Bharat / entertainment

ଋଷିଙ୍କୁ ମନେପକାଇ ଭାବବିହ୍ବଳ ରଣବୀର, କହିଲେ କାସ୍‌ ବାପା ଶମଶେରା ଦେଖିବା ପାଇଁ ବଞ୍ଚିଥାନ୍ତେ

author img

By

Published : Jun 24, 2022, 4:22 PM IST

ଋଷି କପୁରଙ୍କୁ ମନେପକାଇ ଭାବବିହ୍ବଳ ରଣବୀର, କହିଲେ - କାସ୍‌ ବାପା ଶମଶେରା ଦେଖିବା ପାଇଁ ବଞ୍ଚିଥାନ୍ତେ
ଋଷି କପୁରଙ୍କୁ ମନେପକାଇ ଭାବବିହ୍ବଳ ରଣବୀର, କହିଲେ - କାସ୍‌ ବାପା ଶମଶେରା ଦେଖିବା ପାଇଁ ବଞ୍ଚିଥାନ୍ତେ

ଫିଲ୍ମ ଶମଶେରାରେ ରଣବୀର କପୁରଙ୍କ ଲୁକ୍ ସାମ୍ନାକୁ ଆସିବା ପରେ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଛି, ଯାହା ବିଶେଷ କରି ରଣବୀର କପୁରଙ୍କୁ ଖୁସି କରାଇବ । କିନ୍ତୁ ଅଭିନେତାଙ୍କ ଏହି ଖୁସି ତାଙ୍କ ପିତା ଋଷି କପୁରଙ୍କ ବିନା ଅଧୁରା ଅଟେ । ଅଧିକ ପଢନ୍ତୁ

ମୁମ୍ବାଇ: ଅଭିନେତା ରଣବୀର କପୁର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଶମଶେରା' ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରଥମ ଥର ପାଇଁ ଏହି ଫିଲ୍ମରେ ତାଙ୍କୁ ଏକ ଶାନଦାର ଲୁକ୍‌ରେ ଦେଖିବାକୁ ମିଳିଛି । ରଣବୀର କପୁରଙ୍କ କ୍ୟାରିୟରର ଏହା ପ୍ରଥମ ଆକ୍ସନ୍ ଏଣ୍ଟରଟେନ୍‌ମେଣ୍ଟ ଚଳଚ୍ଚିତ୍ର ହେବ। ଫିଲ୍ମ 'ଶମଶେରା'ରେ ରଣବୀର କପୁରଙ୍କ ଲୁକ୍ ସାମ୍ନାକୁ ଆସିବା ପରେ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଛି, ଯାହା ବିଶେଷ କରି ରଣବୀର କପୁରଙ୍କୁ ଖୁସି କରାଇବ । କିନ୍ତୁ ଅଭିନେତାଙ୍କ ଏହି ଖୁସି ତାଙ୍କ ପିତା ଋଷି କପୁରଙ୍କ ବିନା ଅଧୁରା ଅଟେ । ଏହି ଚଳଚ୍ଚିତ୍ର ଦେଖିବା ପାଇଁ ତାଙ୍କ ପିତା ଏହି ଦୁନିଆରେ ଜୀବିତ ନାହାନ୍ତି, ଏହି କଥା ରଣବୀରଙ୍କୁ ବେଶି କଷ୍ଟ ଦେଉଛି ।

ରଣବୀର କପୁର ତାଙ୍କ କ୍ୟାରିୟରରେ ପ୍ରାୟତଃ ସରଳ ସାଧାରଣ ଚରିତ୍ରରେ ଅଭିନୟ କରିଛନ୍ତି, ଯଦିଓ ଶମଶେରାରେ ସେ ଏକ ଜବରଦସ୍ତ ଭୂମିକାରେ ନଜର ଆସିବେ। ରଣବୀରଙ୍କ କହିବାନୁସାରେ, ‌ଯଦି ଋଷି କପୁର ଆଜି ଜୀବିତ ଥାଆନ୍ତେ, ତେବେ ଶମଶେରା ଲୁକରେ ରଣବୀରଙ୍କୁ ଦେଖି ସେ ବହୁତ ଖୁସି ହୋଇଥାନ୍ତେ, କାରଣ ସେ ସର୍ବଦା ଚାହୁଁଥିଲେ ଯେ ତାଙ୍କ ପୁଅ ଏପରି ଚରିତ୍ର କରନ୍ତୁ ଯାହା ସାରା ଦେଶରେ ଦର୍ଶକଙ୍କ ସହ ଯୋଡି ହୋଇ ରହିପାରିବେ ।

ରଣବୀର କପୁର ତାଙ୍କ ପିତା ଋଷି କପୁରଙ୍କୁ ମନେ ପକାଇ କହିଛନ୍ତି ଯେ 'କାସ୍‌ ମୋ ପିତା ଏହି ଚଳଚ୍ଚିତ୍ର ଦେଖିବା ପାଇଁ ବଞ୍ଚିଥାନ୍ତେ'। ଯଦି ତାଙ୍କୁ କିଛି ପସନ୍ଦ ଆସେ କିମ୍ବା ନଆସେ, ତେବେ ସେ ତାଙ୍କ ସମାଲୋଚନା ବିଷୟରେ ସବୁବେଳେ ଖୋଲାଖୋଲି ଭାବରେ ସଚ୍ଚୋଟ ଥିଲେ । ବିଶେଷକରି ମୋ କାମ ସହିତ । ଏହା ଦୁଃଖର ବିଷୟ ଯେ, ସେ ଏହାକୁ ଦେଖିବା ପାଇଁ ଆମ ସହ ଏକାଠି ନାହାଁନ୍ତି ।

ଏହା ବି ପଢନ୍ତୁ: Shamshera Teaser OUT: ଦମଦାର ଲୁକ୍‌ରେ ନଜର ଆସିଲେ ରଣବୀର ଓ ସଞ୍ଜୟ ଦତ୍ତ

ଶମଶେରାଙ୍କ ବିଷୟରେ କହିବାକୁ ଗଲେ, ରଣବୀର କପୁରଙ୍କୁ 'ଶମଶେରା'ର ଭୂମିକାରେ ଦେଖିବାକୁ ମିଳିବ। ଏହା ସହିତ ଅଭିନେତା ସଞ୍ଜୟ ଦତ୍ତ ପୁଣି ଥରେ ଲୋକଙ୍କୁ ଡରାଇବା ପାଇଁ ଭିଲିଆନ୍ ଅବତାରରେ ଆସୁଛନ୍ତି । ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କୁ ଦରୋଗା ଶୁଦ୍ଧ ସିଂଙ୍କ ଭୂମିକାରେ ଦେଖିବାକୁ ମିଳିବ । କରଣ ମଲହୋତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ 'ଶମଶେରା' 2022 ଜୁଲାଇ 22ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.