ETV Bharat / entertainment

ଉବୁଟୁବୁ ଚେନ୍ନାଇ: ରଜନୀକାନ୍ତଙ୍କ ଘରେ ଜମିଲା ପାଣି, ସହଯୋଗର ହାତ ବଢାଇଲେ ଥାଲାପତି ବିଜୟ

author img

By ETV Bharat Odisha Team

Published : Dec 8, 2023, 12:04 PM IST

Updated : Dec 8, 2023, 1:25 PM IST

ଉବୁଟୁବୁ ଚେନ୍ନାଇ; ରଜନୀକାନ୍ତଙ୍କ ଘରେ ଜମିଲା ପାଣି, ସହଯୋଗର ହାତ ବଢାଇଲେ ଥାଲାପତି ବିଜୟ
ଉବୁଟୁବୁ ଚେନ୍ନାଇ; ରଜନୀକାନ୍ତଙ୍କ ଘରେ ଜମିଲା ପାଣି, ସହଯୋଗର ହାତ ବଢାଇଲେ ଥାଲାପତି ବିଜୟ

Rajinikanth House Water logging: 'ମିଗଜୋମ' ବାତ୍ୟା ଫଳରେ ଚେନ୍ନାଇରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ଚାରିଆଡେ ଖାଲି ପାଣି ଆଉ ପାଣି । ଏଥିରୁ ବର୍ତ୍ତି ପାରିନାହାନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତଙ୍କ ଘର ବାହାରେ ବନ୍ୟା ଜଳ ଜମିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଅଧିକ ପଢନ୍ତୁ

ଚେନ୍ନାଇ: କିଛି ଦିନ ତଳେ ହୋଇଥିବା 'ମିଗଜୋମ' ବାତ୍ୟା ପ୍ରଭାବ ତାମିଲନାଡୁରେ ଦେଖିବାକୁ ମିଳିଛି । ଫଳରେ ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ଜଳମଗ୍ନ ହୋଇରହିଥିବା ବେଳେ ଅନେକ ଧନଜୀବନ ନଷ୍ଟ ହୋଇଥିବା ଜଣାପଡିଛି । ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏପରି ପରିସ୍ଥିତିରେ ବର୍ତ୍ତମାନ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଚେନ୍ନାଇ ଘର ପୋଜ୍ ଗାର୍ଡେନରେ ମଧ୍ୟ ପାଣି ଜମିଥିବା ଦେଖିବାକୁ ମିଳିଛି । ସେପଟେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

ସୂଚନା ଅନୁସାରେ, ରଜନୀକାନ୍ତ ବର୍ତ୍ତମାନ ନିଜ ଘରେ ନାହାନ୍ତି ଏବଂ ତାଙ୍କ ପରିବାର ମଧ୍ୟ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ରଜନୀକାନ୍ତଙ୍କ ଘରେ ପାଣି ଜମିଥିବା ନେଇ ଜଣେ ପ୍ରଶଂସକ ସୁଟ୍ କରି ସୋସିଆଲ ମିଡିଆରେ ଭିଡିଓଟିକୁ ସେୟାର କରିଛନ୍ତି । ଏହା ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ରିପୋର୍ଟ ଅନୁସାରେ, ସେ ସୁଟିଂ ପାଇଁ ତିରୁନେଲଭେଲିରେ ଅଛନ୍ତି । ଯେଉଁଠାରେ ରଜନୀକାନ୍ତ ତାଙ୍କର ୧୭୦ତମ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି । ଜୟ ଭୀମଙ୍କ ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ଟିଜେ ଜ୍ଞାନବେଲ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ।

ଅନ୍ୟପଟେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ ବନ୍ୟା ପୀଡିତଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି । ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି । ମୌଳିକ ସୁବିଧା ବିନା ଲୋକମାନେ ଏବେବି ଯନ୍ତ୍ରଣା ଭୋଗୁଛନ୍ତି । ସେ ତାଙ୍କ ସଂଗଠନର ସଦସ୍ୟ ବିଜୟ ମକ୍କଲ ଅୟକକମର ସଦସ୍ୟଙ୍କୁ ସରକାରଙ୍କ ସହ ମିଶି ଲୋକଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି ।

ସେ ଆହୁରି ଲେଖିଛନ୍ତି, ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଚେନ୍ନାଇ ଏବଂ ଏହାର ଉପାନ୍ତ ଅଞ୍ଚଳର ଲୋକେ ସାଇକ୍ଲୋନ୍ ମିଗଜୋମ ଦ୍ୱାରା ଗୁରୁତର ପ୍ରଭାବିତ ହୋଇଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ ପାନୀୟ ଜଳ, ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ବିନା ହଜାର ହଜାର ଲୋକ ଯନ୍ତ୍ରଣା ଭୋଗୁଛନ୍ତି । ସୋସିଆଲ ମିଡିଆରେ ଅନେକ ଲୋକ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ ମାଗିଛନ୍ତି । ଏଭଳି ପରିସ୍ଥିତିରେ ମୁଁ ସଂଗଠନ (ବିଜୟ ମକ୍କଲ ଅୟକକମ୍)ର ସଦସ୍ୟମାନଙ୍କୁ ଅନୁରୋଧ କରୁଛି ଯେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାରଙ୍କ ସହ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଚେନ୍ନାଇରେ ବନ୍ୟା ପରିସ୍ଥିତିରେ ଫସିଥିଲେ ଆମୀର ଖାନ, ୨୪ଘଣ୍ଟା ପରେ ଏମିତି ହେଲେ ଉଦ୍ଧାର

ଅନ୍ୟପଟେ ଚେନ୍ନାଇର ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସାଉଥ ଅଭିନେତା ସୂରିୟା ଏବଂ କାର୍ତ୍ତି । ଉଭୟ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିବା ଜଣାପଡିଛି । ଏହି ଟଙ୍କା ଅଭିନେତାମାନଙ୍କ ଫ୍ୟାନ୍ କ୍ଲବ୍ ମାଧ୍ୟମରେ ବଣ୍ଟନ କରାଯିବା ସୂଚନା ଦିଆଯାଇଛି । ଚେନ୍ନାଇ, କାଞ୍ଚିପୁରାମ, ଚୈଙ୍ଗଲପାଟ୍ଟୁ ଏବଂ ଥିରୁଭାଲ୍ଲୁରର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ପାଇଁ ସୂରିୟା ଏବଂ କାର୍ତ୍ତି ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

Last Updated :Dec 8, 2023, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.