ETV Bharat / entertainment

ପରଦାରେ ଝଲସିବ କୋରାପୁଟ ସୌନ୍ଦର୍ଯ୍ୟ, ତିଆରି ହୋଇଛି ସିନେମା

author img

By

Published : Sep 4, 2022, 12:38 PM IST

ପରଦାରେ ଝଲସିବ କୋରାପୁଟ ସୌନ୍ଦର୍ଯ୍ୟ, ତିଆରି ହୋଇଛି ସିନେମା
ପରଦାରେ ଝଲସିବ କୋରାପୁଟ ସୌନ୍ଦର୍ଯ୍ୟ, ତିଆରି ହୋଇଛି ସିନେମା

ସେପ୍ଟମ୍ବର ୧୬ରେ ରିଲିଜ ହେବ କୋରାପୁଟର ସୌନ୍ଦର୍ଯ୍ୟକୁ ନେଇ ନିର୍ମିତ ଏହି ଫିଲ୍ମ 'ଚୁମୁକି ସେ ତ ପାଣିରେ ବୁଡିବ ନାହିଁ କି'। ଅଧିକ ପଢନ୍ତୁ

କୋରାପୁଟ: ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର 'ଚୁମୁକି ସେ ତ ପାଣିରେ ବୁଡିବ ନାହିଁ କି'। ଏହି ଚଳଚ୍ଚିତ୍ରରେ ଅବିଭକ୍ତ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ନିର୍ମିତ ହୋଇଛି । ପରଦାରେ ଦର୍ଶକ କୋରାପୁଟର ସୌନ୍ଦର୍ଯ୍ୟକୁ ଦେଖିବେ ଓ ଏହି ଜିଲ୍ଲାର ବିଷୟର ଅନେକ କିଛି ଜାଣିବାକୁ ପାଇବେ । ଦେଓମାଳୀ ଏବଂ ତାର ନିକଟ ବର୍ତ୍ତି ପାହାଡ଼, ଝରଣା, ଗାଁରେ ଆଦିବାସୀଙ୍କ ନାଚ ଗୀତକୁ ଏହି ଚଳଚ୍ଚିତ୍ରରେ ପ୍ରତିପାଦିତ କରାଯାଇଛି ।

ପରଦାରେ ଝଲସିବ କୋରାପୁଟ ସୌନ୍ଦର୍ଯ୍ୟ, ତିଆରି ହୋଇଛି ସିନେମା

ଆସନ୍ତା ସେପ୍ଟମ୍ବର ୧୬ରେ ପରଦାକୁ ଆସିବ କୋରାପୁଟର ସୌନ୍ଦର୍ଯ୍ୟକୁ ନେଇ ନିର୍ମିତ ଏହି ଫିଲ୍ମ । ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଚିତ କୋରାପୁଟର ସଂସ୍କୃତି, ପରିବେଶ ଉପରେ ଫିଲ୍ମଟି ନିର୍ମିତ ହୋଇଛି । ଏଥିରେ ମୁଖ୍ୟ ଚରିତ୍ରରେ କୋରାପୁଟର ଝିଅ ଉପାସନା ଅଭିନୟ କରୁଥିବା ବେଳେ ନାୟକ ସାଜିଛନ୍ତି ଅଭିନେତା ଶ୍ରେୟାନ । 'ଚୁମୁକି ସେ ତ ପାଣିରେ ବୁଡିବ ନାହିଁ କି' ଚଳଚ୍ଚିତ୍ରରେ ଉଦିତ ନାରାୟଣ ଓ କୁମାର ସାନୁ କଣ୍ଠଦାନ କରିଥିବା ବେଳେ ଓଡିଶା ଫିଲ୍ମ ଜଗତର ବହୁ ଆଗଧାଡିର କଳାକାର କଣ୍ଠଦାନ କରିଛନ୍ତି । ଦର୍ଶକଙ୍କୁ ଏହି ଫିଲ୍ମଟି ଖୁବ ପସନ୍ଦ ଆସିବା ନେଇ ଆଶାବାଦୀ ଅଛନ୍ତି ପ୍ରତିଟି କଳାକାର ।

ଏନେଇ ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଉପାସନାଙ୍କ ଭଉଣୀ ପ୍ରିତିଧର ସାମଲ କହିଛନ୍ତି ଯେ,''ସବୁଠୁ ବେଶୀ ଖୁସିର କଥା ହେଲା ପୁରା ଚଳଚ୍ଚିତ୍ରରେ କୋରାପୁଟକୁ ପ୍ରତିପାଦିତ କରାଯାଇଛି, ଏବେ କୋରାପୁଟର ସ୍ଥିତି ବଦଳିଛି, କଫି ଓ ଗୁଡ ପାଇଁ ବେଶ ପରିଚିତ କୋରାପୁଟ, ଏବଂ ଏଠାରେ ଅନେକ କିଛି ଜିନିଷ ଅଛି ଯାହା ବାର ଲୋକ ଜାଣି ନାହାନ୍ତି, ଏହି ଚଳଚ୍ଚିତ୍ରଟି ପୁରା କୋରାପୁଟ ଉପରେ ପର୍ଯ୍ୟବେଶିତ, ଏହାର ପ୍ରକୃତି, ପରିବେଶ, ସଂସ୍କୃତି ଓ ପର୍ଯ୍ୟଟକଙ୍କ ଆକୃଷ୍ଟ କରବା ଭଳି ଅନେକ ସ୍ଥାନରେ ଚଳଚ୍ଚିତ୍ରଟିର ସୁଟିଂ କରାଯାଇଛି । ଏହା ଜିଲ୍ଲାର କଫି ବଗିତା, ଅଳସୀ ଖେତ, ଥୁରିଆ, ଦେଓମାଳି ଆଦି ସ୍ଥାନରେ ସୁଟିଂ କରାଯାଇଛି ।’’ ଏଣୁ ସମସ୍ତଙ୍କୁ ଫିଲ୍ମଟି ଦେଖିବା ପାଇଁ ସେ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.