ETV Bharat / entertainment

Arjun Kapoor@38: ବୟଫ୍ରେଣ୍ଡଙ୍କ ଜନ୍ମଦିନରେ ଠୁମାକା ଲଗାଇଲେ ମଲାଇକା

author img

By

Published : Jun 26, 2023, 1:35 PM IST

38ବର୍ଷରେ ପାଦ ଥାପିଲେ ଅର୍ଜୁନ କପୁର, ବୟଫ୍ରେଣ୍ଡ ଜନ୍ମଦିନରେ ଠୁମାକା ଲଗାଇଲେ ମଲାଇକା
38ବର୍ଷରେ ପାଦ ଥାପିଲେ ଅର୍ଜୁନ କପୁର, ବୟଫ୍ରେଣ୍ଡ ଜନ୍ମଦିନରେ ଠୁମାକା ଲଗାଇଲେ ମଲାଇକା

ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଆଜି 38ତମ ଜନ୍ମଦିନ । ଏହି ଅବସରରେ ପ୍ରେମିକା ମଲାଇକା ତାଙ୍କ ପ୍ରେମିକ ଅର୍ଜୁନ କପୁରଙ୍କ ଜନ୍ମଦିନ ପାଳନ କରିଛନ୍ତି । ଅର୍ଜୁନଙ୍କ ଜନ୍ମଦିନ ପାର୍ଟିରେ, ମଲାଇକା ତାଙ୍କ 25 ବର୍ଷର ହିଟ୍ ଗୀତ ଛୟାଁ ଛୟାଁରେ ଠୁମାକା ଲଗାଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପରେ ଟ୍ରୋଲର ଶିକାର ହୋଇଛନ୍ତି ମଲାଇକା । ଅଧିକ ପଢନ୍ତୁ,

ମୁମ୍ବାଇ: ଆଜି ବଲିଉଡ ଅଭିନେତା ଅର୍ଜୁନ କପୁର ତାଙ୍କ 38ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅର୍ଜୁନ କପୁର ତାଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କ ସହ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା । ମଲାଇକା ପ୍ରେମିକ ଅର୍ଜୁନଙ୍କ ଜନ୍ମଦିନର ବିଳମ୍ବିତ ରାତି ପାର୍ଟିରେ ମଲାଇକା ତାଙ୍କ ଆଇକନିକ ଗୀତ 'ଛୟାଁ ଛୟାଁ'ରେ ଡ୍ୟାନ୍ସ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପରେ ଟ୍ରୋଲର ଶିକାର ହୋଇଛନ୍ତି ମଲାଇକା ।

ଏହି ଭିଡିଓରେ ଦେଖାଯାଉଥିବା ମଲାଇକା ଏକ ଧଳା ଏବଂ ନାଲି ରଙ୍ଗର ଆଉଟଫିଟରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଅର୍ଜୁନ କପୁର ମଧ୍ୟ ତାଙ୍କ ଜନ୍ମଦିନ ପାର୍ଟିରେ ବ୍ଲାକ ଏବଂ ହ୍ବାଇଟ ଆଉଟଫିଟରେ ନଜର ଆସିଛନ୍ତି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରେମିକ ଅର୍ଜୁନଙ୍କ ଜନ୍ମଦିନରେ ମଲାଇକା 25 ବର୍ଷ ପୁରୁଣା ଆଇକନିକ୍ ଗୀତରେ ମଲାଇକା ସମାନ ଠୁମକା ଲଗାଇ ବେଶ ଖୁସିରେ ନାଚୁଥିବାର ନଜର ଆସିଛନ୍ତି । ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ମଲାଇକାଙ୍କୁ ଟ୍ରୋଲ କରୁଛନ୍ତି । ସେପଟେ ଅଭିନେତାଙ୍କ ଜନ୍ମଦିନରେ ବଲିଉଡ ସେଲିବ୍ରିଟି ଏବଂ ଫ୍ୟାନ୍ସ ସୋସିଆଲ ମିଡିଆରେ ଅର୍ଜୁନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଅନୁସାରେ, ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଗତ 5 ବର୍ଷରୁ ପରସ୍ପରକୁ ଡେଟ୍ କରୁଛନ୍ତି । ଅରବାଜ ଖାନଙ୍କୁ ଛାଡପତ୍ର ଦେବାର କିଛି ବର୍ଷ ପରେ ମଲାଇକା ଅର୍ଜୁନଙ୍କ ସହ ସମ୍ପର୍କ ଗଢିଥିଲେ । ସେବେ ଠାରୁ ଉଭୟ ଲଭବାର୍ଡ ଅନେକ ସମୟରେ ଏକାଠି ନଜର ଆସିଥାନ୍ତି । ଅନେକ ସମୟରେ ସୋସିଆଲ ମିଡିଆରେ ଉଭୟଙ୍କ ରୋମାଣ୍ଟିକ ଫଟୋ ସେୟାର କରିଥାନ୍ତି । ଉଭୟଙ୍କ ମଧ୍ୟରେ 13 ବର୍ଷର ବୟସ ବ୍ୟବଧାନ ରହିଛି । ତେବେ ଉଭୟ ମଲାଇକା ଏବଂ ଅର୍ଜୁନ ସେମାନଙ୍କ ବୟସ ବ୍ୟବଧାନ ପାଇଁ ବାରମ୍ବାର ଟ୍ରୋଲ ହେଉଛନ୍ତି । ବର୍ତ୍ତମାନ ଗତ 25 ବର୍ଷ ଧରି ସେ ଏହି ଗୀତରେ ନାଚୁଥିବାରୁ ମଲାଇକାଙ୍କୁ ଟ୍ରୋଲ କରାଯାଉଛି ।

ଅର୍ଜୁନ କପୁରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅର୍ଜୁନଙ୍କୁ ଶେଷ ଥର ପାଇଁ ଫିଲ୍ମ 'କୁତ୍ରେ'ରେ ଦେଖିବାକୁ ମିଳିଥିଲା। ଏହି ସିନେମାରେ ସେ ତବୁ ଏବଂ ରାଧିକା ମଦନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିଥିଲେ । ଏହାପୂର୍ବରୁ ଏହି ଅଭିନେତା 'ଏକ ଭିଲେନ୍ ରିଟର୍ନସ୍'ରେ ନଜର ଆସିଥିଲେ । ତାଙ୍କୁ ଖୁବ୍ ଶୀଘ୍ର 'ମେରୀ ପତନି କା ରିମେକ୍'ରେ ଦେଖିବାକୁ ମିଳିବ । ସେପଟେ ମଲାଇକା ନିଜ ଫିଟନେସ କ୍ଲବ ଚଳାଉଥିବା ବେଳେ ଫିଟନେସକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନକୁ ଉତ୍ସାହିତ କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.