ETV Bharat / entertainment

Shamshera Ji Huzoor: ଦର୍ଶକଙ୍କୁ ମନକୁ ଛୁଇଁଲା ଜୀ ହୁଜୁର

author img

By

Published : Jun 30, 2022, 8:01 AM IST

ଫିଲ୍ମ ଶମଶେରାର ପ୍ରଥମ ଗୀତ ଛୁଇଁଲା ଦର୍ଶକଙ୍କ ମନକୁ
ଫିଲ୍ମ ଶମଶେରାର ପ୍ରଥମ ଗୀତ ଛୁଇଁଲା ଦର୍ଶକଙ୍କ ମନକୁ

ବଲିଉଡ ଅଭିନେତା ରଣବୀର କପୁରଙ୍କ ଆଗାମୀ ଚଳଚ୍ଚିତ୍ର ଶମଶେରାର ପ୍ରଥମ ଗୀତ ଜୀ ହୁଜୁର (Ji Huzoor) ରିଲିଜ ହୋଇଛି। ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ଶମଶେରା'ର ପ୍ରଥମ ଗୀତ 'ଜୀ ହୁଜୁର' (Ji Huzoor) ରିଲିଜ ହୋଇଛି। ଏହି ଗୀତରେ ରଣବୀର କପୁର ଛୋଟ ପିଲାମାନଙ୍କ ସହିତ ନାଚୁଥିବା ନଜର ଆସିଛନ୍ତି, ଯେଉଁଥିରେ ତାଙ୍କର ଡ୍ୟାନ୍ସ ଷ୍ଟେପ୍‌ ଏବଂ ଏନର୍ଜି ଜବରଦସ୍ତ ହୋଇଛି । ଗୀତଟି ରିଲିଜ୍ ହେବା ମାତ୍ରେ ହିଁ ଚାରିଆଡେ ଛାଇ ହୋଇଯାଇଛି ଏବଂ ପ୍ରଶଂସକମାନେ ଏହି ଗୀତକୁ କ୍ରମାଗତ ଭାବରେ କମେଣ୍ଟ ଏବଂ ପ୍ରଶଂସା କରୁଛନ୍ତି ।

  • " class="align-text-top noRightClick twitterSection" data="">

ଫିଲ୍ମର ଏହି ଗୀତକୁ ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ଗାଇଛନ୍ତି । ମିଥୁନ ଏହି ଗୀତକୁ କମ୍ପୋଜ୍‌ କରିଥିବାବେଳେ ଏହାକୁ ଲିଖିତ । ଗୀତରେ ଥିବା ଡ୍ୟାନ୍ସକୁ ଚିନି ପ୍ରକାଶଙ୍କ ଦ୍ବାରା କୋରିଓଗ୍ରାଫ୍ କରାଯାଇଛି । ଏହି ଗୀତରେ ଛୋଟ ପିଲାମାନେ ରଣବୀରଙ୍କ ଡ୍ୟାନ୍ସ ଷ୍ଟେପ୍ କପି କରି ତାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । 02 ମିନିଟ୍ 16 ସେକେଣ୍ଡର ଏହି ଗୀତ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି ।

ରଣବୀର କପୁରଙ୍କ ପାଇଁ ଏହି ଚଳଚ୍ଚିତ୍ରଟି ଅତ୍ୟନ୍ତ ଖାସ୍‌ ଅଟେ। କାରଣ ଏହା ମାଧ୍ୟମରେ ସେ ପ୍ରାୟ ଚାରି ବର୍ଷ ପରେ ବଡ ପରଦାରେ ଫେରିବାକୁ ଯାଉଛନ୍ତି । ଏହାପୂର୍ବରୁ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ସଞ୍ଜୁରେ ନଜର ଆସିଥିଲେ। ଏହି ସମୟରେ, ଏହି ଚଳଚ୍ଚିତ୍ରରେ ଭିଲିଆନ୍ ସଞ୍ଜୟ ଦତ୍ତଙ୍କ ସାମ୍ନାରେ ଠିଆ ହେବାର ନଜର ଆସିବେ । 2018ରେ ଏହି ଚଳଚ୍ଚିତ୍ର ଘୋଷଣା କରାଯାଇଥିଲା । ତେବେ ଏହି ଚଳଚ୍ଚିତ୍ରଟି 2022 ଜୁଲାଇ 22 ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ରଣବୀର କପୁର, ବାନି କପୁର ଏବଂ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.