ETV Bharat / entertainment

ଆଉ ନାହାନ୍ତି CID ଇନ୍ସପେକ୍ଟର ଫେଡରିକ୍ସ, ୫୭ ବର୍ଷ ବୟସରେ ଦୀନେଶ ଫଡନିସଙ୍କ ନିଧନ

author img

By ETV Bharat Odisha Team

Published : Dec 5, 2023, 12:46 PM IST

ଆଉ ନାହାନ୍ତି CID ଇନ୍ସପେକ୍ଟର ଫେଡରିକ୍ସ, ୫୭ ବର୍ଷ ବୟସରେ ଦୀନେଶ ଫଡନିସଙ୍କ ନିଧନ
ଆଉ ନାହାନ୍ତି CID ଇନ୍ସପେକ୍ଟର ଫେଡରିକ୍ସ, ୫୭ ବର୍ଷ ବୟସରେ ଦୀନେଶ ଫଡନିସଙ୍କ ନିଧନ

Dinesh Phadnis Passes Away: CIDରେ ଫ୍ରେଡରିକ୍ସର ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କର ଦେହାନ୍ତ ହୋଇଛି । ମଲ୍ଟି ଅର୍ଗାନ ନଷ୍ଟ ହେବା ଫଳରେ ୫୭ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଦେହାନ୍ତ ଖବର ନେଇ ତାଙ୍କ ସିଆଇଡି ସହ-ଅଭିନେତା ଦୟାନନ୍ଦ ଶେଟ୍ଟୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଶୋ' ସିଆଇଡି (CID)ରେ ଫ୍ରେଡରିକ୍ସ ଭୂମିକାରେ ଅଭିନୟ କରିଥିବା ଅଭିନେତା ଦୀନେଶ ଫଡନିସଙ୍କର ପରଲୋକ । ଶୋ’ରେ ଦୟା ଭୂମିକାରେ ଅଭିନୟ କରିଥିବା ତଥା ତାଙ୍କ ସହଅଭିନେତା ଦୟାନନ୍ଦ ଶେଟ୍ଟୀ ଏନେଇ ସୂଚନା ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଦୀନେଶ ଅସୁସ୍ଥତା କାରଣରୁ ମୁମ୍ବାଇର ତୁଙ୍ଗା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ରାତି 12.08 ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 57 ବର୍ଷ ବୟସ ହୋଇଥିଲା । ତେବେ ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଦୀନେଶଙ୍କ ସହ ଅଭିନେତା ଦୟାନନ୍ଦ ଶେଟ୍ଟୀ କହିଛନ୍ତି ଯେ ଦୀନେଶ ଯକୃତ, ହାର୍ଟ ଏବଂ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ତାଙ୍କର ଜଟିଳତା ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଦୀନେଶ ଫଡନିସଙ୍କୁ ୩୦ ନଭେମ୍ବରରୁ କାନ୍ଦିବଲିର ତୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦେଖି ଅଭିନେତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସୂଚନା ଥାଉ କି, ଆଜି ବୋରିବଲିର ଦୌଲତ ନଗର ଶ୍ମଶାନରେ ଦୀନେଶ ଫଡନିସଙ୍କ ଅନ୍ତିମ ସଂସ୍କାର କରାଯିବ ।

ଏହା ମଧ୍ୟ ପଢନ୍ତୁ: ଜଣାଶୁଣା ବଲିଉଡ ନିର୍ମାତା-ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ପରଲୋକ

ଦୀନେଶ ଫଡନିସଙ୍କ କ୍ୟାରିଅର

1998ରେ ଶୋ' CID ଆରମ୍ଭ ହେବା ଦିନରୁ ଦୀନେଶ ଫଡନିସ୍ ଏଥିସହ ଜଡ଼ିତ ଥିଲେ ଏବଂ CIDର ଦୁଇ ଦଶନ୍ଧି ଯାତ୍ରା ସମୟରେ ସେ ସବୁ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ସେ ଏହି ଶୋ’ରେ ୨୦ବର୍ଷ ଧରି କାମ କରିଛନ୍ତି ଏବଂ ତାଙ୍କ ଚରିତ୍ର ସହ ଲୋକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । CID ରେ ଫ୍ରେଡରିକ୍ସ ଭୂମିକାରେ ଅଭିନୟ କରି ଦୀନେଶ ଘରେ ଘରେ ପରିଚିତ ହୋଇଥିଲେ । ଟିଭି ଶୋ' ବ୍ୟତୀତ ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ 'ସରଫରୋଶ'ରେ ଜଣେ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିଲେ । ତାଙ୍କୁ ଫିଲ୍ମ 'ସୁପର 30' ରେ ମଧ୍ୟ ଦେଖିବାକୁ ମିଳିଥିଲା । 2000ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ମେଲା'ରେ ମଧ୍ୟ ତାଙ୍କର କ୍ୟାମିଓ ରୋଲ ଦେଖିବାକୁ ମିଳିଥିଲା । 2001ରେ ମୁକ୍ତିଲାଭ କରିଥିବା 'ଅଫିସର'ରେ ଇନ୍ସପେକ୍ଟର ଭୂମିକାରେ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.