ETV Bharat / entertainment

Bigg Boss OTT 2: ପିଲାଙ୍କୁ ମନେ ପକାଇ କାନ୍ଦିଲେ ଆଲିଆ, ଛାଡପତ୍ରକୁ ନେଇ କହିଲେ ଏପରି

author img

By

Published : Jun 23, 2023, 8:24 AM IST

ପିଲାମାନଙ୍କୁ ମନେ ପକାଇ କାନ୍ଦିଲେ ଆଲିଆ ଏବଂ ଛାଡପତ୍ରକୁ ନେଇ କହିଲେ ଏପରି
ପିଲାମାନଙ୍କୁ ମନେ ପକାଇ କାନ୍ଦିଲେ ଆଲିଆ ଏବଂ ଛାଡପତ୍ରକୁ ନେଇ କହିଲେ ଏପରି

ସଲମାନ ଖାନଙ୍କ ହୋଷ୍ଟ୍ ଶୋ' ବିଗ୍ ବସ୍ OTT 2 ପ୍ରସାରିତ ହେବାର ପାଞ୍ଚ ଦିନ ହୋଇଗଲାଣି । ଏଥିରେ ଅଭିନେତା ନୱାଜୁଦ୍ଦିନଙ୍କ ପୂର୍ବ ପତ୍ନୀ ଆଲିଆ ପିଲାମାନଙ୍କୁ ମନେ ପକାଇ କାନ୍ଦିଥିବା ଦେଖିବାକୁ ମିଳିଛି । ଛାଡପତ୍ରକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ଆଲିଆ । ଅଧିକ ପଢନ୍ତୁ

ମୁମ୍ବାଇ: ନିକଟରେ ବିଗ୍ ବସ୍ OTT ସିଜନ୍ 2 ଲଞ୍ଚ କରାଯାଇଛି । ଶୋ’ରେ 13 ଜଣ ପ୍ରତିଯୋଗୀ ଅଛନ୍ତି ଯେଉଁମାନେ ବିଭିନ୍ନ ଷ୍ଟ୍ରିମରୁ ଆସିଛନ୍ତି । ଏହି ଶୋ’ରେ ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ମଧ୍ୟ ଭାଗ ନେଇଛନ୍ତି । ଏହି ଏପିସୋଡରେ ଆଲିଆ ପିଲାଙ୍କୁ ମନେ ପକାଇ କାନ୍ଦିଥିବା ଦେଖିବାକୁ ମିଳିଛି । ଏହାସହ ଛାଡପତ୍ରକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ''ମୋର ଛାଡପତ୍ର ହୋଇନଥିଲେ ମୁଁ ଏଠାକୁ ଆସିନଥାନ୍ତି ।''

ଶୋ’ର ପଞ୍ଚମ ଦିନରେ ଯେତେବେଳେ ଆଲିଆ କାନ୍ଦୁଥିବା ଦେଖିବାକୁ ମିଳିଥିଲା, ପ୍ରତିଯୋଗୀ ଅଭିଷେକ ମଲହାନ ତାଙ୍କୁ କାନ୍ଦିବାର କାରଣ ପଚାରିଥିଲେ । ଏହା ଉପରେ ଆଲିଆ କହିଛନ୍ତି, ମୋ ସାନ ପୁଅ ମୋ ଭଳି, ସେ ମୋ ଭଳି ନିଜ ଭାବନାକୁ ନିଜ ପାଖରେ ରଖେ । ସେ ତା ଯନ୍ତ୍ରଣା କାହାକୁ କୁହେ ନାହିଁ । ଝିଅ ସେପରି ନୁହେଁ, କାରଣ ଜ୍ୱର ହେଲେ ପୁଅ ମୋତେ ଆବଶ୍ୟକ କରେ, ଯଦି ମୁଁ ଛାଡପତ୍ର ହୋଇନଥା’ନ୍ତି, ମୁଁ କେବେ ଏଠାକୁ ଆସିନଥାନ୍ତି ।'' ସେ ଆହୁରି କହିଛନ୍ତି, ମୁଁ ସ୍ନାନ କରୁଥିଲି ତାପରେ ଏହା ମୋ ମନକୁ ଆସିଲା କିନ୍ତୁ ଜୀବନରେ ତୁମେ ନେଇଥିବା କାମ ଶେଷ କରିବା ଆବଶ୍ୟକ ।

ସୂଚନା ଅନୁସାରେ, ଘରେ ଏଣ୍ଟ୍ରି ଦିନ ଠାରୁ ଆଲିଆ ସଲମାନ ଖାନଙ୍କୁ କହିଥିଲେ ଯେ ତାଙ୍କ ପୂର୍ବତନ ସ୍ୱାମୀ ନୱାଜୁଦ୍ଦିନ ହିଁ ତାଙ୍କୁ ଶୋ’କୁ ଯିବାକୁ ପରାମର୍ଶ ଦେଇଥିଲେ । ଆଲିଆ ଆହୁରି କହିଥିଲେ ଯେ ସେ ପିଲାମାନଙ୍କୁ ପ୍ୟାରିସ ଯାତ୍ରା ପାଇଁ ନେଇଯିବେ ବୋଲି ସେ ସାନ୍ତ୍ୱନା ଦେଇଥିଲେ । ଆଲିଆ ସଲମାନଙ୍କୁ କହିଥିଲେ ଯେ ନୱାଜୁଦ୍ଦିନ ତାଙ୍କ ଜୀବନର 19 ବର୍ଷ ପାଇଁ ପ୍ରତ୍ୟେକ ଆବଶ୍ୟକତାରେ ମୋତେ ସମର୍ଥନ କରିଥିଲେ ।

ସୂଚନା ଥାଉ କି, ନୱାଜୁଦ୍ଦିନ ସିଦ୍ଦିକି ଏବଂ ଆଲିଆ 2009ରେ ବିବାହ କରିଥିଲେ । ଉଭୟଙ୍କର 2ଟି ସନ୍ତାନ ଅଛନ୍ତି । ସୋରା ଏବଂ ୟାନି ସିଦ୍ଦିକି । ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ଆଲୋଚନାରେ ରହିଛନ୍ତି । ବର୍ତ୍ତମାନ ଆଲିଆ ବିଗ ବସରେ ଭାଗ ନେଇଥିବା ବେଳେ ପିଲାଙ୍କ ଯତ୍ନ ନେଉଛନ୍ତି ନୱାଜୁଦ୍ଦିନ । ନୱାଜୁଦ୍ଦିନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆଗାମୀ ଟିକୁ ୱେଡ୍ସ ଶେରୁ' ଫିଲ୍ମରେ ନଜର ଆସିବେ ନୱାଜୁଦ୍ଦିନ । 'ଟିକୁ ୱେଡ୍ସ ଶେରୁ' ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଇ କବୀର ଏବଂ ଏହା ଏକ କମେଡି ଡ୍ରାମା ଫିଲ୍ମ । ଏହି ଫିଲ୍ମ 23 ଜୁନରେ ଆମାଜନ ପ୍ରାଇମରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.